ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀଙ୍କ ମିଲିଭଗତର ସମସ୍ତ ପ୍ରମାଣ ଇଡି ହାତରେ ।
ପାର୍ଥ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସମୟ ଆସିଲେ ସବୁକିଛି ଜାଣିପାରିବେ’। ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ତାଙ୍କର କି ନୁହେଁ ବୋଲି ପ୍ରଶ୍ନରେ ପାର୍ଥ କହିଛନ୍ତି, ‘ଏସବୁ ଟଙ୍କା ମୋର ନୁହେଁ’।
ଅର୍ପିତାଙ୍କ ଘରୁ ୩ଟି କେଜିକିଆ ସୁନା ଇଟା, ଅଧ କିଲୋ ଓଜନ ଲେଖାଏ ୩ଟି ବଳା ଓ ଗୋଟିଏ ସୁନା କଲମ ସମେତ ୫ କିଲୋ ସୁନା ଓ ୨୮ କୋଟି ୯୦ ଲକ୍ଷ ନଗଦ ଟଙ୍କା ଅର୍ପିତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ଜବତ ହୋଇଛି।
ଅର୍ପିତାଙ୍କ ବେଲଘରିଆ ସ୍ଥିତ ଅନ୍ୟ ଏକ ଫ୍ଲାଟ୍ରୁ ନଗଦ ୨୯ କୋଟି ଟଙ୍କା ଠାବ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ୫ କିଲୋ ସୁନା ମଧ୍ୟ ମିଳିଛି।
ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି।
ବନ୍ଦ କୋଠରୀ ଭିତରେ ଏତେ ପରିମାଣର ଟଙ୍କା ଦେଖି ତାଜୁବ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଟିମ୍ କୋଟିଏ କି ଦୁଇ କୋଟି ନୁହଁ, ନଗଦ ୨୧ କୋଟି । ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସ୍କୁଲ ସର୍ଭିସ କମିଶନ SSC ଦୁର୍ନୀତି ଲିଙ୍କ୍ରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଛି ୨୧ କୋଟି ଟଙ୍କା ।
ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଏହି ଘଟଣା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । କିଏ ଅର୍ପିତା ?