• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୫୦ ପ୍ରତିଶତ ବିମାନକୁ ନେଇ ସେବା ଯୋଗାଇବାକୁ ବଜେଟ୍ । ଏୟାରଲାଇନ୍ କମ୍ପାନୀ ସ୍ପାଇସ୍ ଜେଟ୍‌କୁ DGCAର ନିର୍ଦ୍ଦେଶ । ଏହି ବିମାନସେବା ପ୍ରଦାନକାରୀ କମ୍ପାନୀରେ ସେବା ଯୋଗାଉଥିବା ଏକାଧିକ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ଯାତ୍ରୀ ହିନସ୍ତା ଭୋଗିବାରୁ ଯାତ୍ରୀ ସୁରକ୍ଷା ଓ ବିମାନସେବା ଉପରେ ଯାତ୍ରୀଙ୍କ ବିଶ୍ୱାସନୀୟତାକୁ ବଜାୟ ରଖିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହି ନିର୍ଦ୍ଦେଶ ଦେଇଛି ।

ଆସନ୍ତା ୮ ସପ୍ତାହ ଲାଗି ସ୍ପାଇସ ଜେଟ୍ ୫୦ ପ୍ରତିଶତ ବିମାନରେ ସେବା ଯୋଗାଇବ । ଏହି ସମୟ ଭିତରେ ସ୍ପାଇସ ଜେଟ୍ କମ୍ପାନୀ ଏହାର ସର୍ଭିଲାନ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ସଂପ୍ରତି ଡିଜିସିଏ ପକ୍ଷରୁ କୌଣସି ପ୍ରକାର ବିମାନ ସେବା ପ୍ରଦାନକାରୀ କମ୍ପାନୀ ଲାଗି ଏଭଳି କାର୍ଯ୍ୟାନୁଷ୍ଠାନ ଅତି କଠୋର ବୋଲି କୁହାଯାଉଛି ।

ସେପଟେ ସିଜିନ୍ ମାନ୍ଦା ଥିବାରୁ କମ୍ପାନୀ ବ୍ୟବସାୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ । ଏହା ପୂର୍ବରୁ ଡିଜିସିଏର ସ୍ପଟ୍  ଚେକିଂ ଟିମ୍ ବିଭିନ୍ନ ସ୍ଥାନ ବୁଲି ସ୍ପାଇସ ଜେଟ୍ ବିମାନର ବାରମ୍ବାର ଯାନ୍ତ୍ରିକ ତ୍ରୁଟିର ଅନୁଧ୍ୟାନ କରିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now