• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗାଡ଼ିରୁ ହଠାତ୍‌ ସରିଗଲା ତେଲ...ଧରିଲା ଟ୍ରାଫିକ୍‌ ପୋଲିସ୍‌ । କେବଳ ଧରିଲା ତାହା ନୁହେଁ ଚାଲାଣ ବି କାଟିଲା । କେରଳରୁ ଏହି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯେଁଉଠି ଟ୍ରାଫିକ୍‌ ପୋଲିସ୍‌ ଏକ ବାଇକ୍‌ ଆରୋହୀଙ୍କୁ ଅଟକାଇ ଚାଲାଣ କାଟିଛି । ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଚାଲାଣରେ ଗାଡ଼ିରେ ତେଲ ନଥିବା କାରଣରୁ ମଧ୍ୟ ଫାଇନ୍‌ ପଡିଥିବାର ଉଲ୍ଲେଖ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏପରି ଚାଲାଣ କଟିଛି ? ତେବେ ଆସନ୍ତୁ ଜାଣିବା ପୂରା ଘଟଣା କ’ଣ...

ସାଧାରଣତଃ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଲେ ଚାଲାଣ କଟାଯାଇଥାଏ । ତେଣୁ ଲୋକେ ଗାଡ଼ି ନେଇ ଘରୁ ବାହାରିଲା ବେଳେ ସମସ୍ତ ପ୍ରକାରର ଜିନିଷ ନିଜ ପାଖରେ ରଖିଥାନ୍ତି । ହେଲମେଟ୍‌ , ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ୍‌ କାର୍ଡ, ଆର୍‌ସି କାର୍ଡ୍‌ ସମେତ ସମସ୍ତ ଜିନିଷ ନିଜ ପାଖରେ ରଖିଥାନ୍ତି । ହେଲେ ଏହି ସବୁ ଜିନିଷ ଥାଇ ବି ନିକଟରେ ଜଣେ ବ୍ୟକ୍ତିଙ୍କ ଚାଲାଣ କଟାଯାଇଛି । ଗାଡ଼ିରେ କମ୍‌ ପେଟ୍ରୋଲ୍ ଥିବା କାରଣରୁ ଟ୍ରାଫିକ୍‌ ପୋଲିସ ତାଙ୍କର ଚାଲାଣ କାଟିଛି । ଶୁଣିବାକୁ ହୁଏତ ଅଜବ ଲାଗୁଥାଇପାରେ ହେଲେ କଥାଟି ଏକ୍‌ଦମ୍‌ ସତ । ନିକଟରେ କେରଳର ଜଣେ ବ୍ୟକ୍ତି ବାସିଲ୍‌ ଶ୍ୟାମ୍‌ ନାମକ ଏକ ଯୁବକଙ୍କ ଚାଲାଣ କଟାଯାଇଥିଲା ଯେଉଁଥିରେ ଉଲ୍ଲେଖ ଥିଲା ଯେ, ସେ ନିଜ ଗାଡ଼ିରେ ତେଲ ପକାଉନାହାଁନ୍ତି ।

ଯୁବକ ଜଣକ ଏହି ବିଚିତ୍ର ଚାଲାଣର ଫଟୋକୁ ନିଜ ଫେସ୍‌ବୁକ୍‌ ଆଇଡିରେ ଶେୟାର କରଛନ୍ତି । ଯାହା ସୋସିଆଲ୍‌ ମିଡିଆର ୟୁଜର୍ସଙ୍କୁ ଚକିତ କରିଦେଉଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯୁବକ ଜଣକ ରୟାଲ୍‌ ଏନ୍‌ଫିଲ୍ଡ଼ କ୍ଲାସିକ୍‌ ୩୫୦ (Royal Enfield Classic 350) ଗାଡ଼ିରେ ନିଜ କର୍ମସ୍ଥଳକୁ ଯାଉଥିଲେ । ବିପରୀତ ରୁଟ୍‌ରେ ଗାଡ଼ି ଚଲାଉଥିବାରୁ ତାଙ୍କୁ ସ୍ଥାନୀୟ ଟ୍ରାଫିକ୍‌ ପୋଲିସ୍ ଅଟକାଇଥିଲା । ଯାହା ପରେ ତାଙ୍କୁ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବା କାରଣରୁ ୨୫୦ ଟଙ୍କା ଦେବାକୁ କୁହାଗଲା । ତେଣୁ ସେ ତାହା ଭରଣା କରିଦେଲେ ।

axc

ଏନେଇ ବାଇକ୍‌ ଆରୋହୀ କହିଛନ୍ତି ଯେ, ଚାଲାଣ ଭରି କର୍ମସ୍ଥଳରେ ପହଞ୍ଚିବା ପରେ ସେ ସେହି ଚାଲାଣକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଚାଲାଣରେ ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଲାଉଥିବା କାରଣରୁ ଚାଲାଣ କଟାଯାଇଥିବା ଲେଖା ନହୋଇ ସେଥିରେ, ‘ଯଥେଷ୍ଟ ତେଲ ନଥାଇ ଗାଡ଼ି ଚଲାଇବା କାରଣରୁ ଚାଲାଣ କଟାଯାଇଛି’ (‘Driving Without Sufficient Fuel’) ବୋଲି ଲେଖାହୋଇଥିଲା । ଏହି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଓ