• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ବି ତୃତୀୟ ଦିନ ପାଇଁ ଜାରି ରହିଛି ୫ଜି ସ୍ପେକ୍ଟ୍ରମର ନିଲାମୀ ପ୍ରକ୍ରିୟା । ରେସରେ ଅଛନ୍ତି ଅମ୍ବାନୀ, ଆଦାନୀ, ମିତଲ ଏବଂ ଭୋଡାଫୋନ-ଆଇଡିଆ ଭଳି ବଡ଼ ବଡ଼ ଟେଲିକମ୍ କଂପାନୀ । ଦଶମ ପର୍ଯ୍ୟାୟ ସୁଦ୍ଧା ସ୍ପ୍ରେକ୍ଟ୍ରମ୍ ନିଲାମ ୧ ଲକ୍ଷ ୪୯ ହଜାର ୪୫୪ କୋଟିରେ ପହଞ୍ଚିଛି । ଆଉ 5G ହାତେଇବା ପାଇଁ ବଡ ବଡ ବ୍ରାଣ୍ଡଙ୍କ ଜବରଦସ୍ତ ପ୍ରତିଯୋଗିତାକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସ୍ପ୍ରେକ୍ଟ୍ରମ୍‌ ନିଲାମୀ ସରିଲେ ସେମ୍ବେର ସୁଦ୍ଧା ଦେଶରେ ଫାଇଭ ଜି ସେବା ଆରମ୍ଭ ହେବା ଆଶା ରହିଛି । ଏହାଦ୍ୱାରା ଦେଶର ଟେଲି ଯୋଗଯୋଗ ଓ ଇଣ୍ଟରନେଟ୍ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ।

ଫାଇଭ-ଜି ସ୍ପ୍ରେମ୍ ପାଇଁ କଡା ଫାଇଟ୍ ! ରେସରେ ଅମ୍ବାନୀ, ଆଦାନୀ, ମିତଲ୍ ଆଉ ଭୋଡାଫୋନ-ଆଇଡିଆ! ୩ ଦିନ ହେଲା ଜାରି ରହିଛି ନିଲାମ ପ୍ରକ୍ରିୟା! ଫାଇଭ୍-ଜି ଟେଲିକମ ସ୍ପେକ୍ଟ୍ରମ୍‌ର ନିଲାମୀ ପ୍ରକ୍ରିୟା ଦଶମ ପର୍ଯ୍ୟାୟରେ ୧ ଲକ୍ଷ ୪୯ ହଜାର ୪୫୪ କୋଟିରେ ପହଞ୍ଚିଛି । ଦଶମ ରାଉଣ୍ଡରେ ରିଲାଏନ୍ସ ଏବଂ ଭାରତୀ ଏୟାରଟେଲ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର ।

ତେଣୁ ୫ଜି ସ୍ପ୍ରେମ ନିଲାମୀରୁ କେନ୍ଦ୍ର ସରକାର ବିପୁଳ ରାଜସ୍ୱ ପାଇବା ନେଇ ରଖିଥିବା ଆଶା ପୂରଣ ହେବାକୁ ଯାଉଛି । ବଡ ବଡ ବ୍ରାଣ୍ଡଙ୍କ ମଧ୍ୟରେ କଡା ଫାଇଟ ଦେଖି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିଲାମୀ ସରିବା ପରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ୫ଜି ସେବା ଉପସବ୍ଧ କରାଇବାକୁ ଟାର୍ଗେଟ ରଖିଛନ୍ତି କେନ୍ଦ୍ର ସରକାର । ୨ ମାସ ତଳେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଥିଲା । କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ୍ କରି ଏହି ଟ୍ରାଏଲ କରିଥିଲେ ।

 

ଫାଇଭ ଜି ସେବା ଆରମ୍ଭ  ହେଲେ, ମିଳିବ ଥ୍ରୀ-ଜି ଠୁ ୩୦ ଗୁଣ ଓ ଫୋର୍-ଜିଠୁ ୧୦ ଗୁଣ ଏବଂ ଆବଶ୍ୟକ ସ୍ଥଳେ ଏହି ସ୍ପିଡ । ୧୦୦ ଗୁଣା ଯାଏଁ ଯାଇପାରେ ବୋଲି ମତ ରଖିଛନ୍ତି ବିଶେଷଜ୍ଞ । କିନ୍ତୁ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି । ଟୁ ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍‌ଲୋଡ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏହା ଆପଣଙ୍କ ଡିଜିଟାଲ ଲାଇଫ୍ କୁ କେତେ ସହଜ କରିଦେବ । 

ଦେଶର ୨୦୧୨ରେ ପ୍ରଥମେ 4G ନେଟ୍‌ୱର୍କ ଆସିବାର ପ୍ରାୟ ୧୦ ବର୍ଷ ପରେ ମିଳିବାକୁ ଯାଉଛି ଫାଇଭ୍ ଜି ନେଟୱର୍କ । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ-ସେପ୍ଟେମ୍ବରରୁ ଦେଶର ୨୦ରୁ ୨୫ଟି ସହରରେ 5G ସେବା ଆରମ୍ଭ ହେବ । ହେଲେ ଏଥିରେ ଓଡ଼ିଶାର କୌଣସି ସହର ନାହିଁ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ ବି ଫାଇଭ୍-ଜି ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।