• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗଛରେ ଝୁଲନ୍ତା ଅବସ୍ଥାରେ ୩ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମଧ୍ୟପ୍ରଦେଶର ଖନ୍ଦୱା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଜୱାର ଥାନା ଅନ୍ତର୍ଗତ କୋଟଖେଡି ଅଞ୍ଚଳରେ ୩ ଭଉଣୀଙ୍କ ମୃତଦେହ ମିଳିଛି। ମୃତକ ହେଲେ- ସୋନୁ, ସାବିତ୍ରୀ ଓ ଲଳିତା। ମୃତ୍ୟୁର କାରଣ ଜଣାପଡ଼ିନି। 

୩ ଭଉଣୀ ମା’ ଓ ଭାଇଙ୍କ ସହ ରୁହନ୍ତି। ହେଲେ ଅଚାନକ ୩ ଭଉଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

କେମିତି ୩ ଭଉଣୀଙ୍କ ମୃତ୍ୟୁ ଘଟିଲା ? ଏହା ଆତ୍ମହତ୍ୟା ନା ହତ୍ୟାର ରୂପ ଦିଆଯାଇଛି। ତାହା ଜଣାପଡ଼ିନି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ କୌଣସି ସୁଇସାଇଡ୍‌ ନୋଟ୍‌ ଜବତ ହୋଇନାହିଁ। ପୋଳିସ୍‌ ଘଟଣାର ତଦନ୍ତ ଜାରି ରଖିଛି।