• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟଧାରାକୁ ସମର୍ଥନ କରି ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ତଦନ୍ତ, ଗିରଫ କରିବା ଓ ଅନ୍ୟାନ୍ୟ କ୍ଷମତା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଏହାସହ ଇଡିର ସମସ୍ତ କ୍ଷମତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ।

ସର୍ବୋଚ୍ଚ ନ୍ୟାୟଳୟ ଅପରାଧ ନିୟନ୍ତ୍ରଣ, ଯାଞ୍ଚ ଓ ଜବତ, ଗିରଫ କରିବାର କ୍ଷମତା, ସଂପତ୍ତି ବ୍ୟାଜ୍ୟାପ୍ତ କରିବା ଓ ଜାମିନକୁ ବିରୋଧ କରିବା ନେଇ ଆର୍ଥିକ ତୋଷରପାତ ନିରୋଧୀ ଆଇନ-ପିଏମ୍ଏଲ୍ଏର ସମସ୍ତ ଧାରାକୁ ସୁପ୍ରିମକୋର୍ଟ ଅକ୍ଷୁର୍ଣ୍ଣ ରଖିଛନ୍ତି । ଇଡିର କ୍ଷମତା ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଦେଇଛନ୍ତି ।

ଅଭିଯୁକ୍ତଙ୍କୁ ନଜଣାଇ ତାଙ୍କୁ ଗିରଫ କରିବା ନେଇ ଇଡିର କ୍ଷମତାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଏହାସହ ଇଡିର କ୍ଷମତା ଉପରେ ନିୟନ୍ତ୍ରଣ ଆଣିବା ଲାଗି ଆବେଦନରେ ଦର୍ଶାଯାଇଥିଲା ।

ତେବେ ଜଷ୍ଟିସ ଏ. ଏମ୍. ଖାନଓ୍ୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଇଡିର ସମସ୍ତ କ୍ଷମତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । କୋର୍ଟ ଶୁଣାଣି କରି କହିଛନ୍ତି ଯେ, ଇଡି, ଏସ୍ଏଫ୍ଆଇଓ ଏବଂ ଡିଡିଆରଆଇ ପୋଲିସ ହୋଇନଥିବାରୁ ଏମାନେ ତଦନ୍ତ ବେଳେ ରେକର୍ଡ କରିଥିବା ଷ୍ଟେଟମେଣ୍ଟ ଯଥାର୍ଥ ବୋଲି କହିଛନ୍ତି ।