/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658926249.jpg)
Man receives 3419 crore electricity bill
ମଧ୍ୟପ୍ରଦେଶର ଗ୍ୱାଲିଅରରେ ବିଦ୍ୟୁତ୍ ବିଭାଗର ଏକ ବଡ ଭୁଲ ଯୋଗୁଁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି କାରଣରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ସୂଚନା ମୁତାବକ ଗ୍ୱାଲିଅରରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟୁତ୍ କମ୍ପାନୀ ଏକ ପରିବାରର ବିଦ୍ୟୁତ୍ ବିଲ୍କୁ ଭୁଲ୍ ପ୍ରିଣ୍ଟ୍ କରିଥିଲା। ଏହି କାରଣରୁ ତାଙ୍କ ପାଖକୁ ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିଲା। ଏହାକୁ ଦେଖି ସେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ପରିବାରକୁ ସଠିକ୍ ବିଲ୍ ପ୍ରଦାନ କରାଯାଇଛି।
ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଗ୍ୱାଲିଅରର ବାସିନ୍ଦା ପ୍ରିୟଙ୍କା ଗୁପ୍ତାଙ୍କ ପାଖକୁ ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିଲା। ଏହା ଦେଖି ତାଙ୍କ ଶ୍ୱଶୁର ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ପାୱାର କମ୍ପାନୀ ଏହାକୁ ଏକ ମାନବୀୟ ତ୍ରୁଟି ବୋଲି କହିଛି। ଏଥି ସହିତ ସହରର ଶିବ ବିହାର କଲୋନୀରେ ରହୁଥିବା ଗୁପ୍ତା ପରିବାରକୁ ସାନ୍ତ୍ୱନା ଦେବା ପାଇଁ ସେମାନଙ୍କୁ ୧,୩୦୦ ଟଙ୍କା ମୂଲ୍ୟର ଏକ ବିଲ୍ ପ୍ରଦାନ କରିଛି।
ପ୍ରିୟଙ୍କା ଗୁପ୍ତାଙ୍କ ସ୍ୱାମୀ ସଞ୍ଜୀବ କଂକାନେ କହିଛନ୍ତି ଯେ ଜୁଲାଇରେ ଘରୋଇ ବିଦ୍ୟୁତ୍ ବିଲ୍ରେ କୋଟି କୋଟି ଟଙ୍କା ଦେଖିବା ପରେ ତାଙ୍କ ବାପା ଅସୁସ୍ଥ ହୋଇପଡିଥିଲେ। ସଞ୍ଜୀବ କଂକାନେଙ୍କ ଅନୁଯାୟୀ, ଜୁଲାଇ ୨୦ରେ ଜାରି ହୋଇଥିବା ବିଲ୍ ମଧ୍ୟପ୍ରଦେଶ ମଧ୍ୟ କ୍ଷେତ୍ ବିଦ୍ୟୁତ୍ ବିତରଣ କମ୍ପାନୀର ପୋର୍ଟାଲ୍ ମାଧ୍ୟମରେ କ୍ରସ୍ ଚେକ୍ ପରେ ଠିକ୍ ଧରାପଡିଥିଲା।
MPMKVVC ପରେ ଏହି ଘଟଣାକୁ ଅବଗତ କରି ପରେ ସଂଶୋଧନ କରି ପରିବାରକୁ ୧,୩୦୦ ଟଙ୍କା ମୂଲ୍ୟର ବିଲ୍ ପ୍ରଦାନ କରିଥିଲା। ଏହି ମାମଲାରେ MPMKVVC ଜେନେରାଲ ମ୍ୟାନେଜର ନିତିନ ମାଙ୍ଗଲିକ ବିଦ୍ୟୁତ ବିଲ୍ରେ ମୁଦ୍ରିତ ଏଭଳି ଘଟଣାକୁ ମାନବୀୟ ତ୍ରୁଟି କହି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)