Advertisment

ଅର୍ପିତାଙ୍କ ଫ୍ଲାଟ୍ ସାଜିଥିଲା ପାର୍ଥ ଚାଟାର୍ଜୀଙ୍କ ମିନିବ୍ୟାଙ୍କ୍

ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର।

author-image
Chandan Shishu
SSC JOB Scam

SSC JOB Scam

ତିନି ତିନିଟି କେଜିକିଆ ସୁନା ଇଟା, ସାତ ସାତଟି ଅଧକେଜିଆ ବଳା, ଗୋଟିଏ ସୁନା କଲମ, ଆଉ ଅନ୍ୟାନ୍ୟ ସୁନା ଗହଣା। ଏସବୁକୁ ମିଶାଇ ୪ କୋଟି ୩୧ ଲକ୍ଷ ଟଙ୍କାର ସୁନା। ଖାଲି ଏତିକି ନୁହେଁ, ୨୮ କୋଟି ୯୦ ଲକ୍ଷ ଟଙ୍କାର କଞ୍ଚା କ୍ୟାଶ୍। ଖାଲି ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍। ପଶ୍ଚିମବଙ୍ଗର ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର। ସେଠାରେ ୧୮ ଘଣ୍ଟାର ରେଡ୍, ରାତି ତମାମ୍ ୪ଟି ମେସିନରେ ଟଙ୍କା ଗଣା। ପରେ ଟ୍ରକ୍‌ରେ ୧୦ ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଧରି ସକାଳୁ ଆପାର୍ଟମେଣ୍ଟରୁ ବାହାରିଛି ଇଡି।

Advertisment

ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅର୍ପିତା କହିଛନ୍ତି, ଏସବୁ ଟଙ୍କା ଓ ସୁନାର ମୋର ନୁହେଁ, ପାର୍ଥଙ୍କର ମୋ ଘରକୁ ଏକ ମିନି ବ୍ୟାଙ୍କରେ ପରିଣତ କରିଥିଲେ ପାର୍ଥ। ତେବେ ସେ ଏତେ ଟଙ୍କା ଓ ସୁନା ରଖିଛନ୍ତି ବୋଲି ମୋତେ ଜଣାନଥିଲା। ପାର୍ଥ ହିଁ ସେଇ ଘରକୁ ବ୍ୟବହାର କରୁଥିଲେ। ଟଙ୍କା ଓ ସୁନା ରଖା ଯାଇଥିବା ଘରେ ପ୍ରବେଶ ଲାଗି ମୋତେ ଅନୁମତି ନଥିଲା ପୂର୍ବରୁ ରାଜଦଙ୍ଗାରେ ଥିବା ଅର୍ପିତାଙ୍କ ପ୍ରଥମ ଘରୁ ୨୧ କୋଟି ୯୦ ଲକ୍ଷ ଟଙ୍କା, ୫୬ ଲକ୍ଷ ଟଙ୍କାର ବୈଦେଶିକ ମୁଦ୍ରା ଓ  ୭୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇଥିଲା।

ତେଣୁ ଉଭୟ ଘରୁ ଏଯାଏଁ ୫୦ କୋଟି ଅଧିକ ନଗଦ ଟଙ୍କା ଏବଂ କେଜି କେଜି ସୁନା ଜବତ ହୋଇଛି। ସେପଟେ ରାଜଦଙ୍ଗା ଫ୍ଲାଟରୁ ୪୦ ପୃଷ୍ଠାର ଏକ ବ୍ଲାକ୍ ଡାଏରୀ ଇଡି ହାତରେ ଲାଗି ଥିବାରୁ ଏଥିରେ ନାଁ ଥିବା ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ବଢିଥିବ ନିଶ୍ଚୟ।

Advertisment

ତେଣେ ଆଜି ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଡାକି ପାର୍ଥଙ୍କୁ ସବୁ ବିଭାଗରୁ ଅବ୍ୟାହତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଦିଦି। ତେଣେ ପାର୍ଥଙ୍କୁ ନେଇ ତୃଣମୂଳ କଂଗ୍ରେସରେ ବି ଉଠିଛି ପ୍ରତିବାଦର ସ୍ବର। ପାର୍ଥଙ୍କୁ ସମସ୍ତ ଦଳୀୟ ପଦପଦବୀରୁ ହଟାଇ ଦିଆଯିବା ସହ ତାଙ୍କୁ ବହିଷ୍କାର କରାଯାଉ ବୋଲି, ଦାବି କରିଥିଲେ ଟିଏମସି ମୁଖପାତ୍ର କୁନାଲ ଘୋଷ। ପାର୍ଥଙ୍କ କାରନାମା ତୃଣମୂଳ କଂଗ୍ରେସକୁ ବଦନାମ କରିଥିବା ସେ ଅଭିଯୋଗ କରିଥିଲେ। ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିଏମ୍‌ସି ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କୁ ବି ଜେରା କରିଥିଲା। ପାର୍ଥ, ଅର୍ପିତା ଓ ମାନିକଙ୍କୁ ଇଡି ଏକତ୍ର ଜେରା କରିବା ସମ୍ଭାବନା ରହିଛି। ତେଣେ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସିଧାସଳଖ ମମତାଙ୍କୁ ଟାର୍ଗେଟ୍ କରିଛନ୍ତି।

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ ଓ ମନି ଲଣ୍ଡରିଂ ଅଭିଯୋଗକୁ ନେଇ ଗତ ୨୩ ତାରିଖରେ ଇଡି ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରିଛି। ସେମାନଙ୍କୁ ଅଗଷ୍ଟ ୩ ତାରିଖ ଯାଏଁ ଇଡି ହେପାଜତକୁ ପଠାଇଛନ୍ତି କୋର୍ଟ। ଏହି ପ୍ରସଙ୍ଗରେ ଦିନକ ତଳେ ମମତା କହିଥିଲେ ଯେ, ପାର୍ଥ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡା ଦେଶ ହେଲେ ମଧ୍ୟ ତାଙ୍କର କିଛି କହିବାର ନାହିଁ। ତେବେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ମାମଲାର ତଦନ୍ତ ସରିବା ଜରୁରୀ।

Partha Chatterjee Arpita Mukharjee
Advertisment
Advertisment