Advertisment

7th Pay Commission: ଦରମା ବୃଦ୍ଧି ସହ ୩ ଉପହାର ଦେଇପାରନ୍ତି କେନ୍ଦ୍ର ସରକାର !

ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି(Salary Hike) ଲାଗି ସରକାର ଯୋଜନା କରୁଥିବା ସୂଚନା ମିଳିଛି। ଡିଏ ବୃଦ୍ଧି(DA Hike)ଠୁ ଆରମ୍ଭ କରି ବକେୟା ଡିଏ (Due DA) ସରକାର ପ୍ରଦାନ କରିପାରନ୍ତି। ଏହାସହ PF ଉପରେ ମିଳିବାକୁ ଥିବା ସୁଧ ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠା ଯାଇପାରେ।

author-image
Rajalaxmi Sahoo
 Big Announcement May Be For Central Government Employees In August

Big Announcement May Be For Central Government Employees In August

ଖୁବ୍‌ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଅଗଷ୍ଟ ମାସରେ କେନ୍ଦ୍ର ସରକାର(Central Government) ନିଜର ଲକ୍ଷାଧିକ କର୍ମଚାରୀ(Central Government Employee)ଙ୍କୁ ୩ ଉପହାର ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି(Salary Hike) ଲାଗି ସରକାର ଯୋଜନା କରୁଥିବା ସୂଚନା ମିଳିଛି। ଡିଏ ବୃଦ୍ଧି(DA Hike)ଠୁ ଆରମ୍ଭ କରି ବକେୟା ଡିଏ (Due DA) ସରକାର ପ୍ରଦାନ କରିପାରନ୍ତି। ଏହାସହ PF ଉପରେ ମିଳିବାକୁ ଥିବା ସୁଧ ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠା ଯାଇପାରେ। 

Advertisment

ବକେୟା ଡିଏ ପ୍ରଦାନ...

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାସରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବକେୟା ଡିଏ ମିଳିପାରେ। ହେଲେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ଅଫସିଆଲି ଘୋଷଣା ହୋଇନାହିଁ। ସରକାରୀ କର୍ମଚାରୀଙ୍କ ୨୦୨୦ ମସିହା ଜାନୁଆରୀରୁ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ମୋଟ୍‌ ୧୮ ମାସର ଡିଏ ବକେୟା ରହିଛି। କୁହାଯାଉଛି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୁଣିଥରେ ଦେଢ଼ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା DA ଏରିୟର ମିଳିପାରେ। ବକେୟା DA ପ୍ରଦାନ ଲାଗି ଲଗାତର ଭାବେ କର୍ମଚାରୀମାନେ ଦାବି କରି ଆସୁଛନ୍ତି।

ବଢ଼ିପାରେ DA...

ଗତମାସଠୁ ଚର୍ଚ୍ଚା ହେଉଛି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ବଢ଼ିପାରେ। ବଢ଼ୁଥିବା ମହଙ୍ଗାମାଡ଼କୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ DA ଅତି କମ୍‌ରେ ୪-୫% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୩% DA ବୃଦ୍ଧି ପାଇଥିଲା। ଶୁଣିବାକୁ ମିଳୁଛି, ପୁଣି ୫%  DA ବୃଦ୍ଧି ପାଇପାରେ। ଯଦି ୫%  ବୃଦ୍ଧି ହୁଏ, ତା’ହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୩୪%ରୁ ବୃଦ୍ଧି ପାଇ ୩୯% ହୋଇଯିବ। 

Advertisment

AICPI Index ଆଧାରରେ  DA ବୃଦ୍ଧି ନେଇ ନିଷ୍ପତ୍ତି ହୋଇଥାଏ। ଇଣ୍ଡେକ୍ସର ସଂଖ୍ୟା ସୂଚାଉଛି, ଏଥର DA ୪-୫% ବୃଦ୍ଧି ପାଇପାରେ। ଯଦି ୪% DA ବୃଦ୍ଧି ପାଏ ତା’ହେଲେ ଏହାଦ୍ୱାରା ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି।  ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୨୦୧୭ ମସିହା ଜୁନ୍‌ରୁ ସପ୍ତମ ବେତନ ଆୟୋଗ (7th Pay Commission)ର ଲାଭ ମିଳୁଛି।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୩୪%ରୁ ବୃଦ୍ଧି ପାଇ ୩୯% ହୋଇଯିବ, ତା’ହେଲେ ଦରମା ମଧ୍ୟ ବଢ଼ିବ। ବର୍ତ୍ତମାନ ୧୮,୦୦୦ ଟଙ୍କା ବେସିକ୍‌ ସାଲାରି ଥିବା କର୍ମଚାରୀଙ୍କ ୩୪% ହିସାବରେ ସେମାନଙ୍କର DA ୬,୧୨୦ ଟଙ୍କା ରହିଛି। ଯଦି DA ବୃଦ୍ଧି ପାଇ ୩୯% ହୋଇଯିବ ତା’ହେଲେ କର୍ମଚାରୀଙ୍କୁ ୭,୦୨୦ ଟଙ୍କା DA ମିଳିବ। 

ମିଳିପାରେ PF ସୁଧ...

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ରେ ଜମା ରାଶି ଉପରେ ମିଳିବାକୁ ଥିବା ସୁଧ ହାର ଉପରେ ମୋହର ଲାଗିସାରିଛି। ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ EPF ଉପରେ ୮.୦୧ ସୁଧ ହାର ସ୍ଥିର କରାଯାଇଥିଲା। ଗତ ଆର୍ଥିକ ବର୍ଷରେ PF ଉପରେ ୮.୦୫% ସୁଧ ମିଳିଥିଲା। ଆସନ୍ତା ମାସରେ ସରକାର କର୍ମଚାରୀଙ୍କ ଖାତାକୁ PF ଉପରେ ମିଳିବାକୁ ଥିବା ସୁଧ ଟଙ୍କା ପଠାଇ ପାରନ୍ତି ବୋଲି ଆଶା କରାଯାଉଛି। ଚାକିରିଆଙ୍କ ବେସିକ୍‌ ସାଲାରିର ୧୨% ଅଂଶ EPFରେ ଜମା ହୋଇଥାଏ। 

7th Pay Commission Central Government Employee ‌DA
Advertisment
Advertisment