Advertisment

ବାପଘରୁ ଫେରିବାକୁ ରାଜି ହେଉନଥିଲା ସ୍ତ୍ରୀ : ୧୦୦ ଫୁଟ୍‌ ଉଚ୍ଚ ଟାୱାର ଉପରକୁ ଚଢ଼ିଗଲା ସ୍ୱାମୀ

ଯୁବକଙ୍କ ପାଇଁ ନାକେଦମ୍‌ ଅଗ୍ନିଶମ କର୍ମଚାରୀ । ସ୍ତ୍ରୀ ଯିବା ପାଇଁ ରାଜି ହେଲେ ହିଁ ଟାୱାର ଉପରୁ ଓହ୍ଲାଇବେ ବୋଲି ଯିଦ୍‌ ଧରିଥିଲେ ଯୁବକ ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ଦାମ୍ପତ୍ୟ ଜୀବନରେ ସ୍ୱାମୀସ୍ତ୍ରୀ ମଧ୍ୟରେ ଛୋଟମୋଟ ଝଗଡ଼ା ହେବା ସାଧାରଣ କଥା । ହେଲେ ଏଥିପାଇଁ ଜୀବନ ଦେବା ପାଇଁ ଧମକ ଦେବା କେତେଦୁର ଯୁକ୍ତିଯୁକ୍ତ । କୌଣସି କାରଣ ପାଇଁ ସ୍ୱାମୀସ୍ତ୍ରୀ ମଧ୍ୟରେ ଝଗଡ଼ା ହେଲେ ଆଲୋଚନା କରିବା କଥା, କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଭିନ୍ନ ଉପାୟ ଆପଣାଇଥାନ୍ତି । ନିକଟରେ ଏପରି ଏକ ଘଟଣା ଘଟିଛି । ଜଣେ ବ୍ୟକ୍ତି ସ୍ତ୍ରୀକୁ ମନେଇବାକୁ ଯାଇ ମୋବାଇଲ୍‌ ଟାୱାର ଉପରେ ଚଢ଼ି ଯାଇଛନ୍ତି । ମହାରାଷ୍ଟ୍ରର ଜଲନା ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ତ୍ରୀ ପାଇଁ ଜଣେ ମଦ୍ୟପ ବ୍ୟକ୍ତି ୧୦୦ ଫୁଟ ଉଚ୍ଚର ମୋବାଇଲ୍ ଟାୱାର ଉପରକୁ ଚଢ଼ିଯାଇଛନ୍ତି ।

Advertisment

ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ସ୍ତ୍ରୀ ରାଗରେ ବାପ ଘରକୁ ପଳାଇ ଆସିଥିଲେ । ଆଉ ସେ ସ୍ୱାମୀ ପାଖକୁ ଫେରିବା ପାଇଁ ମନା କରୁଥିଲେ । ସ୍ୱାମୀ ଯେତେ ବୁଝାସୁଝା କରିଥିଲେ ମଧ୍ୟ ସେ ତାଙ୍କ ସାଥୀରେ ଯିବା ପାଇଁ ସଫା ସଫା ମନା କରିଦେଇଥିଲେ । ଶେଷରେ ତାଙ୍କ ସ୍ୱାମୀ ୧୦୦ ଫୁଟ ଉଚ୍ଚ ମୋବାଇଲ୍ ଟାୱାର ଉପରକୁ ଚଢ଼ିଯାଇଥିଲେ । ସ୍ତ୍ରୀ ଯିବା ପାଇଁ ରାଜି ହେଲେ ହିଁ ଏବଂ ଟାୱାରରୁ ଓହ୍ଲାଇବେ ନାହିଁ ବୋଲି ଜିଦ୍ ଧରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗଣପତ ବକାଲ ନାମକ ଜଣେ ବ୍ୟକ୍ତି ଟାୱାର ଉପରକୁ ଚଢ଼ିଯାଇ ଗ୍ରାମବାସୀ, ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀଙ୍କୁ ନାକେଦମ୍‌ କରିଦେଇଛନ୍ତି । ହେଲେ ସମସ୍ତେ ମିଶି ଘରୋଇ ବିବାଦର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେବା ପରେ ସେ ଟାୱାରରୁ ଓହ୍ଲାଇଥିଲେ । ବୁଧବାର ଦିନ ବାଦନାପୁର ତହସିଲର ଦାବଡି ଗାଁରେ ଏହି ଘଟଣା ଘଟିଛି ।

Advertisment

ତେବେ ଟାୱାରରେ ଚଢ଼ିଥିବା ବେଳେ ଯୁବକ ଜଣକ ଅତ୍ୟଧିକ ମଦ୍ୟପାନ କରିଥିବା କହିଛି ପୋଲିସ୍ । ସେ ଚାରି ଘଣ୍ଟା ପରେ ଟାୱାରରୁ ଓହ୍ଲାଇଛନ୍ତି । ତାଙ୍କୁ ଗିରଫ କରାଯାଇ ଏବେ ଛାଡ଼ି ଦିଆଯାଇଛି । ଘଟଣାର ଏହି ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେଉଛି ।

Special Story
Advertisment
Advertisment