Advertisment

ମନ୍ତ୍ରିମଣ୍ତଳରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ମମତା

ରାଜ୍ୟ କ୍ୟାବିନେଟ୍ ବୈଠକରେ ପାର୍ଥଙ୍କୁ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Partha Chatterjee

Partha Chatterjee

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି । ଦୁର୍ନୀତି ନେଇ ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ତାଙ୍କ ବିରୋଧରେ ପଦକ୍ଷେପ ନେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ରାଜ୍ୟ କ୍ୟାବିନେଟ୍ ବୈଠକରେ ପାର୍ଥଙ୍କୁ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନ ନେବା ପରେ ପାର୍ଥଙ୍କୁ ବିଦା କରାଯାଇଛି ।

Advertisment

ଏପଟେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ମିଳୁଛି ପୁଳା ପୁଳା ଟଙ୍କା ସାଙ୍ଗକୁ ସୁନା ଗହଣା । ହଜାର କି ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଅର୍ପିତାଙ୍କ ଘରୁ ଜବତ ହୋଇଛି । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ କୋଲକାତାର ଆଖପାଖ ୩ଟି ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତକାଲି ଚଢ଼ଉ କରିଥିଲା। ଏହି ସମୟରେ ଅର୍ପିତାଙ୍କ ବେଲଘରିଆ ସ୍ଥିତ ଅନ୍ୟ ଏକ ଫ୍ଲାଟ୍‌ରୁ ନଗଦ ୨୯ କୋଟି ଟଙ୍କା ଠାବ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

୩ଟି କେଜିକିଆ ସୁନା ଇଟା, ଅଧ କିଲୋ ଓଜନ ଲେଖାଏଁ ୩ଟି ବଳା ଓ ଗୋଟିଏ ସୁନା କଲମ ୫ କିଲୋ ସୁନା ସମେତ ୨୮ କୋଟି ୯୦ ଲକ୍ଷ ନଗଦ ଟଙ୍କା ଅର୍ପିତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ଜବତ ହୋଇଛି । ଆଖି ଟେରା କରି ଦେଲା ଭଳି ସମ୍ପତ୍ତି ଅର୍ପିତାଙ୍କ ଘରୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅର୍ପିତା କହିଛନ୍ତି, ଏସବୁ ଟଙ୍କା ଓ ସୁନା ମୋର ନୁହେଁ। ଏହା ପାର୍ଥଙ୍କର। ମୋ ଘରକୁ ଏକ ମିନି ବ୍ୟାଙ୍କରେ ପରିଣତ କରିଥିଲେ ପାର୍ଥ।

Advertisment

ପାର୍ଥ ଚାଟାର୍ଜୀ ଏତେ ଟଙ୍କା ଓ ସୁନା ରଖିଥିବା ସମ୍ପର୍କରେ ତାଙ୍କୁ ଜଣାନଥିବା ଅର୍ପିତା କହିଛନ୍ତି। ପାର୍ଥ ହିଁ ସେହି ଘରକୁ ବ୍ୟବହାର କରୁଥିଲେ। ଟଙ୍କା, ସୁନା ରଖା ଯାଇଥିବା ଘରେ ପ୍ରବେଶ ଲାଗି ତାଙ୍କୁ ଅନୁମତି ନଥିଲା ବୋଲି ଅର୍ପିତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିଛନ୍ତି। ତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରେ ଏତେ ସୁନା ଓ ଟଙ୍କା ରଖାଯାଇଥିବା କଥା ଅର୍ପିତା ବି ଇଡିକୁ ଜଣାଇନଥିଲେ। ତେବେ ପାର୍ଥଙ୍କ ସମ୍ପତ୍ତି ସମ୍ପର୍କରେ ସବିଶେଷ ମିଳିବା ପରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା।

Partha Chatterjee SSC Recruitment Scam
Advertisment
Advertisment