Advertisment

ଟଏଲେଟ୍‌ରେ ୨୯ କୋଟି ଟଙ୍କା ଲୁଚାଇ ରଖିଥିଲେ ‘କ୍ୟାସ୍‌ କ୍ୱିନ୍‌’ ଅର୍ପିତା, ଟ୍ରକ୍‌ରେ ବୁହା ହେଲା ଟଙ୍କା...

ଅର୍ପିତାଙ୍କ ବେଲଘରିଆ ସ୍ଥିତ ଅନ୍ୟ ଏକ ଫ୍ଲାଟ୍‌ରୁ ନଗଦ ୨୯ କୋଟି ଟଙ୍କା ଠାବ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ୫ କିଲୋ ସୁନା ମଧ୍ୟ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rs 29 Crore Cash, 5 Kg Gold Recovered From Bengal Minister's Aide Arpita Mukherjee's Flat

Rs 29 Crore Cash, 5 Kg Gold Recovered From Bengal Minister's Aide Arpita Mukherjee's Flat

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ବିପୁଳ ପରିମାଣର ଟଙ୍କା ମିଳିଛି। ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ କୋଲକାତାର ଆଖପାଖ ୩ଟି ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତକାଲି ଚଢ଼ଉ କରିଥିଲା। ଏହି ସମୟରେ ଅର୍ପିତାଙ୍କ ବେଲଘରିଆ ସ୍ଥିତ ଅନ୍ୟ ଏକ ଫ୍ଲାଟ୍‌ରୁ ନଗଦ ୨୯ କୋଟି ଟଙ୍କା ଠାବ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ୫ କିଲୋ ସୁନା ମଧ୍ୟ ମିଳିଛି। 

Advertisment

ଗତକାଲି ପୁଳା ପୁଳା ଟଙ୍କା ଠାବ ହେବା ପରେ ରାତି ସାରା ଅନିଦ୍ରା ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଟଙ୍କା ଗଣିଥିଲେ। ଏଥିପାଇଁ ପାଖାପାଖି ୧୦ ଘଣ୍ଟା ସମୟ ଲାଗିବା ସହ ଟଙ୍କା ଗଣା ମେସିନ ମଧ୍ୟ ବ୍ୟବହାର କରାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା, ଅର୍ପିତା ଏହିସବୁ ଟଙ୍କାକୁ ଫ୍ଲାଟ୍‌ର ଟଏଲେଟ୍‌ ଭିତରେ ଲୁଚାଇ ରଖିଥିଲେ। ଟଙ୍କା ଗଣତି ପରେ ଆଜି ୧୦ଟି ବାକ୍ସରେ ୨୯ କୋଟି ଟଙ୍କା ଟ୍ରକ୍‌ରେ ନିଆଯାଇଛି।

ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିଲା। ଅର୍ପିତା ମୁଖାର୍ଜୀ, ପାର୍ଥ ଚାଟାର୍ଜୀ ଘନିଷ୍ଠ ସହଯୋଗୀ। ୫ ଦିନ ପୂର୍ବେ ଇଡି ଅର୍ପିତାଙ୍କ ଫ୍ଲାଟ୍‌ରୁ ନଗଦ ୨୧ କୋଟି  ଟଙ୍କା ଓ ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରିଥିଲା। ଗତ  ଜୁଲାଇ୨୩ରେ ଇଡି ଅର୍ପିତାଙ୍କୁ ଗିରଫ କରିଥିଲା। ଉଭୟ ପାର୍ଥ ଚାଟାର୍ଜୀ ଓ ଅର୍ପିତ ମୁଖାର୍ଜୀଙ୍କୁ ଗିରଫ କରି ଇଡି ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଅର୍ପିତାଙ୍କ ପାଖରୁ ମିଳିଥିଲା କଳା ଡାଏରୀରେ ଟଙ୍କା ସମ୍ପର୍କରେ ବଡ଼ ତଥ୍ୟ। କେଉଁଠି କେତେ ଟଙ୍କା ବିନିଯୋଗ ହୋଇଛି ଓ କ୍ୟାସ୍ କେଉଁଠି ଲୁଚା ଯାଇଛି ସେ କଥା ଅର୍ପିତାଙ୍କ ଡାଏରୀରୁ ଓଗାଳିଛି ଇଡି। 

Advertisment

ପଶ୍ଚିମବଙ୍ଗ ସ୍କୁଲ୍‌ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍‌ ହୋଇଥିଲା। ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ ହୋଇଥିବା ବେଳେ, କେବଳ ଅର୍ପିତାଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ମିଳିଥିଲା। ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ କରାଯାଇଥିଲା। SSC ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି।

Teacher Job Scam Bengal Minister Partha Chatterjee Bengal Minister Arrest Teacher Job Scam Raid Arpita Mukherjee
Advertisment
Advertisment