Advertisment

Saif Ali Khan Attack Case: ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କେମିତି ହେଲା ଆକ୍ରମଣ ? ବାନ୍ଦ୍ରା ପୋଲିସ୍‌କୁ କହିଲେ ସେଇ କଳା ରାତିର କାହାଣୀ

ସଂଘର୍ଷ ସମୟରେ, ଅନୁପ୍ରବେଶକାରୀ ସୈଫ ଅଲ୍ଲୀ ଖାନଙ୍କ ପିଠି, ବେକ ଏବଂ ହାତରେ ଅନେକ ଥର ଛୁରୀରେ ଆକ୍ରମଣ କରିଚାଲିଥିଲେ । ତାଙ୍କର ଆଘାତ ସତ୍ତ୍ୱେ ସୈଫ୍ ଅଲ୍ଲୀ ଖାନ ଅନୁପ୍ରବେଶକାରୀଙ୍କୁ ସାମ୍ନା କରିବାରେ ସଫଳ ହୋଇଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ସୈଫ୍‌ କହିଲେ ରାତିରେ ସତ

ସୈଫ୍‌ କହିଲେ ରାତିରେ ସତ

କେମିତି ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ୍ ଉପରେ ହେଲା ଆକ୍ରମଣ । କ’ଣ ଘଟିଥିଲା ଜାନୁଆରି ୧୬ ତାରିଖ ରାତିରେ । ନିଜ ଘର ଭିତରେ ଆକ୍ରମଣର ଶିକାର ହୋଇଥିବା ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ବାନ୍ଦ୍ରା ପୋଲିସକୁ କହିଛନ୍ତି ସେ ରାତି ଘଟଣା । ସୈଫ ଅଲ୍ଲୀ ଖାନ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ କରୀନା କପୁର ଖାନ ୧୧ ମହଲାରେ ସେମାନଙ୍କ ବେଡ୍ ରୁମରେ ଥିଲେ । ହଠାତ ତାଙ୍କ ଘରର ସହାୟକ ଏଲିଆମା ଫିଲିପ୍‌ ଯିଏ କି ତାଙ୍କ ସାନ ପୁଅ ଜହାଙ୍ଗିରଙ୍କ ଯତ୍ନ ନିଅନ୍ତି, ତାଙ୍କ ଚିତ୍କାର ଶୁଣିଲେ । ତାପରେ ସେମାନେ ଜେହଙ୍କ ବେଡ ରୁମକୁ ଯାଇଥିଲେ। ସେଠାରେ ସେମାନେ ଜଣେ ଅଜଣା ଅନୁପ୍ରବେଶକାରୀଙ୍କୁ ଦେଖିଥିଲେ। ତାଙ୍କ ପୁଅ ଜେହ କାନ୍ଦୁଥିଲେ ଏବଂ ସୈଫ ସେ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଗଣ୍ଡଗୋଳ ହୋଇଥିଲା।

Advertisment

ସଂଘର୍ଷ ସମୟରେ, ଅନୁପ୍ରବେଶକାରୀ ସୈଫ ଅଲ୍ଲୀ ଖାନଙ୍କ ପିଠି, ବେକ ଏବଂ ହାତରେ ଅନେକ ଥର ଛୁରୀରେ ଆକ୍ରମଣ କରିଚାଲିଥିଲେ । ତାଙ୍କର ଆଘାତ ସତ୍ତ୍ୱେ ସୈଫ୍ ଅଲ୍ଲୀ ଖାନ ଅନୁପ୍ରବେଶକାରୀଙ୍କୁ ସାମ୍ନା କରିବାରେ ସଫଳ ହୋଇଥିଲେ । ଘରର କର୍ମଚାରୀମାନେ ଜେହଙ୍କ ସହିତ ବାହାରକୁ ଦୌଡ଼ି ପଳାଇଥିଲେ । କିଛି ସମୟ ମଧ୍ୟରେ ସମସ୍ତେ ମିଶି ଆକ୍ରମଣକାରୀଙ୍କୁ କୋଠରୀରେ ବନ୍ଦ କରି ଦେଇଥିଲେ । ଘଟଣା ପରେ ପ୍ରାରମ୍ଭରେ ସୈଫ୍ ଅଲ୍ଲୀ ଖାନଙ୍କୁ ଲୀଳାବତୀ ହସ୍ପିଟାଲକୁ ପଠାଯାଇଥିଲା । ଜାନୁଆରି ୨୧ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଅନୁପ୍ରବେଶକାରୀଙ୍କ ସହ ହାତାହାତି ମଧ୍ୟରେ ଘରୋଇ ସହାୟକ ଏଲିଆମା ଫିଲିପଙ୍କୁ ଆକ୍ରମଣକାରୀ ଏକ କୋଟି ଟଙ୍କା ଦାବି କରିଥିବା ଜଣାପଡିଛି । ସେପଟେ ଅଭିଯୁକ୍ତକୁ ପୁଣି ଥରେ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତକୁ ନିଜ ହେପାଜତରେ ରଖି ପଚରାଉଚରା କରିବ ।

ଅଧିକ ପଢ଼ନ୍ତୁ: ପିଠିରେ ପଶିଥିଲା ଛୁରୀ, ୬ ଘଣ୍ଟା ହୋଇଥିଲା ସର୍ଜରୀ...୫ ଦିନରେ କେମିତି ଏତେ ଫିଟ୍‌ ହେଲେ ସୈଫ୍‌ ?

Advertisment

ସେପଟେ ସୈଫ୍‌ ଅଲ୍ଲୀ ଖାନଙ୍କ ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିବସେନା ନେତା ସଞ୍ଜୟ ନିରୁପମ । ସୈଫଙ୍କ ଡିସଚାର୍ଜ ପରେ ଶିବସେନା ନେତା ସଞ୍ଜୟ ନିରୁପମ ଟ୍ୱିଟ୍ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଥିଲା । ସଞ୍ଜୟ ନିରୁପମ ଲେଖିଥିଲେ, 'ଡାକ୍ତରମାନେ କହିଥିଲେ ଯେ ଛୁରୀଟି ସୈଫ ଅଲ୍ଲୀ ଖାନଙ୍କ ପିଠି ଭିତରେ ୨.୫ ଇଞ୍ଚ ଭିତରକୁ ପଶିଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଅପରେସନ୍ ନିରନ୍ତର ୬ ଘଣ୍ଟା ଧରି ଚାଲିଥିଲା । ଏସବୁ ଘଟଣା ୧୬ ଜାନୁଆରୀରେ ଘଟିଥିଲା । ଆଉ ଜାନୁଆରୀ ୨୧ରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏତେ ଫିଟ୍‌ ? ଏଭଳି କିଛି ପ୍ରଶ୍ନ କରିଛନ୍ତି ଶିବସେନା ନେତା ସଞ୍ଜୟ ନିରୂପମ ।

ଶିବସେନା ନେତା ହସ୍ପିଟାଲର ସିସିଟିଭି ଫୁଟେଜ୍ ନ ଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା କି, ଯେତେବେଳେ ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେ ରକ୍ତରେ ଜୁଡୁବୁଡୁ ଥିଲେ, କିନ୍ତୁ ସେ ଯେତେବେଳେ ହସ୍ପିଟାଲରେ ପହଞ୍ଚିଥିଲେ ତାହାର ସିସିଟିଭି ଫୁଟେଜ୍ କେଉଁଠି ? ଏପରି ଅବସ୍ଥାରେ ଏକ ଛୋଟ ପିଲା କ’ଣ ତା’ର ବାପାଙ୍କୁ ଡାକ୍ତରଖାନା ନେଇପାରିବ ? ସୈଫଙ୍କ ଘରେ ଆଠ ଜଣ କର୍ମଚାରୀ କାମ କରନ୍ତି, ତେବେ ଏପରି ସ୍ଥିତିରେ ସୈଫଙ୍କ ଉପରେ ଏତେ ବଡ଼ ଆକ୍ରମଣ କିପରି ହେଲା ? ସଞ୍ଜୟ ନିରୁପମ ମଧ୍ୟ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସମଗ୍ର ମାମଲାକୁ ସନ୍ଦେହଜନକ ବୋଲି କହିଥିଲେ ।

ସଞ୍ଜୟ ନିରୁପମ କହିଥିଲେ ଯେ ପୋଲିସ ତଦନ୍ତ ମଧ୍ୟ ପ୍ରଶ୍ନବାଚୀ ମଧ୍ୟରେ ଅଛି । ପୋଲିସ ତିନି ଦିନରେ ତିନି ଜଣ ଭିନ୍ନ ଭିନ୍ନ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାଂଲାଦେଶୀ ବୋଲି ଦାବି କରାଯାଉଛି। ପୋଲିସ ତଦନ୍ତ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ପ୍ରକୃତରେ କ’ଣ ଘଟିଥିଲା ​​ତାହା ଜାଣିବା ପାଇଁ ଏହି ମାମଲାରେ ଏକ ସ୍ପଷ୍ଟ ତଦନ୍ତ ହେବା ଉଚିତ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

Saif Ali Khan Mumbai Police Mumabi
Advertisment
Advertisment