• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣ ରେଳ ଯାତ୍ରା କରୁଛନ୍ତି କି ? ଯଦି ଆପଣ ରେଳ ଯାତ୍ରା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ନିଶ୍ଚୟ କାମରେ ଆସିବ । କାରଣ ରେଳଯାତ୍ରା ସମୟରେ ଆପଣ ଆପଣଙ୍କ ଟ୍ରେନ୍‌ର ଷ୍ଟାଟସ ଜାଣିପାରିବେ । ଆପଣଙ୍କ ଟ୍ରେନ୍‌ କେଉଁ ସମୟରେ କେଉଁଠି ଯାତ୍ରା କରୁଛି ତାହା ଆପଣ ଜାଣିପାରିବେ । ତେବେ କିପରି ଏହା ଆପଣ ଜାଣିବେ ଆସନ୍ତୁ ଜାଣିବା ।

ଏଥିପାଇଁ କେବଳ ଆପଣଙ୍କୁ ଏକ ଛୋଟିଆ କାମ କରିବାକୁ ହେବ । ଅର୍ଥାତ୍‌ ଆପଣଙ୍କ ଫୋନ୍‌ରେ ଏକ ନମ୍ବର ସେଭ୍‌ କରିବେ । ୯୮୮୧୧୯୩୩୨୨ ଏହି ନମ୍ୱରକୁ ଆପଣ ସେଭ୍‌ କରିନିଅନ୍ତୁ । ଏହି ନମ୍ବର ସେଭ୍‌ କରିବା ପରେ ଆପଣ ଆପଣଙ୍କ ହ୍ୱାଟସ୍‌ଆପ୍‌ ଓପନ୍‌ କରନ୍ତୁ । ହ୍ୱାଟସ୍‌ଆପ୍‌ ଓପନ୍‌ କରିବା ପରେ ଆପଣଙ୍କୁ ଚାଟ୍‌ ୱିଣ୍ଡୋ ଓପନ୍‌ କରିବାକୁ ହେବ ।

ଚାଟ୍‌ ୱିଣ୍ଡୋ ଓପନ୍‌ ହେବା ପରେ ଆପଣ ଆପଣଙ୍କ ୧୦ ଅଙ୍କ ବିଶିଷ୍ଟ ପିଏମ୍‌ ଆର ନମ୍ବର ଦେବାକୁ ହେବ । ପରେ ଆପଣ ଟ୍ରେନ୍‌ର ଯାତ୍ରା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ଯାତ୍ରା କରୁଥିବା ଟ୍ରେନ୍‌ର ଯାତ୍ରା ଆଲର୍ଟ ସହ ଟ୍ରେନ୍‌ ଯାତ୍ରା ସହ ଜଡ଼ିତ ରିୟଲ ଟାଇମ୍‌ ଆପଣଙ୍କୁ ମିଳିପାରିବ ।

ଏହା ସହିତ ଟ୍ରେନ୍‌ ଯାତ୍ରା କରିବା ପୂର୍ବରୁ ମଧ୍ୟ ଆପଣ ଆପଣଙ୍କ ଟ୍ରେନ୍‌ର ଅପ୍‌ଡେଟ୍‌ ପାଇପାରିବେ । ପିଏନ୍‌ଆର ନମ୍ବର ଦେବା ଦ୍ୱାରା ଆପଣଙ୍କୁ ରେଳ ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ ।