• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଆତଙ୍କବାଦୀ ବା ବିଦ୍ରୋହୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଭାରତୀୟ ସେନା ଓ ପୁଲିସ୍ ମିଳିତ ଭାବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଥିବାବେଳେ ଅସ୍ତ୍ରଧାରୀ ଉଗ୍ରବାଦୀଙ୍କୁ ମଧ୍ୟ ଗିରଫ କରୁଛନ୍ତି । ୧୨ ଉଗ୍ରବାଦୀଙ୍କୁ ସେନା ଗିରଫ କରିବା ପରେ ଗାଁର ଶହ ଶହ ମହିଳା ସେମାନଙ୍କୁ ଘେରାବନ୍ଦୀ କରିଥିଲେ। ଫଳରେ ସ୍ଥିତି ଏମିତି ହୋଇଥିଲା ଯେ, ସେନା ସେମାନଙ୍କୁ ମୁକୁଳାଇବାକୁ ବାଧ୍ୟ ହୋଇଥିଲା ।...


ହିଂସାକାଣ୍ଡ ଘଟାଇଥିବା ୧୨ ଜଣ ଉଗ୍ରବାଦୀଙ୍କୁ ସେନା ଗିରଫ କରିଥିବାବେଳେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରାୟ ୧୨ ଶହ ମହିଳା ଯବାନମାନଙ୍କୁ ଘେରା ବନ୍ଦୀ କରି ରଖିଥିଲେ । ସେନା ଓ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଦିନ ତମାମ ଛକାପଞ୍ଝା ଲାଗି ରହିବା ପରେ ଶେଷରେ ସେହି ୧୨ ଉଗ୍ରବାଦୀଙ୍କୁ ଖଲାସ କରି ଦେଇଥିଲା ସେନା ।

ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଯବାନମାନେ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହିଁ ନଥିଲେ। ବିପୁଳ ସଂଖ୍ୟାରେ ମହିଳାମାନେ ଘେରା ବନ୍ଦୀ କରିଥିଲେ। କାର୍ଯ୍ୟାନୁଷ୍ଠାନ ନେଇଥିଲେ ସାଧାରଣ ଲୋକଙ୍କ ଜବୀନ ପ୍ରତି ବିପଦ ସୃଷ୍ଟି ହୋଇଥାଆନ୍ତା।
ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ନେତାଙ୍କୁ ୧୨ ଜଣ କ୍ୟାଡରଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ଗିରଫ ହୋଇଥିବ ଉଗ୍ରବାଦୀ ମୈତେଇ ବିଦ୍ରୋହୀ ଗ୍ରୁପ KYKL ଗୋଷ୍ଠୀର ସଦସ୍ୟ। ୨୦୧୫ରେ ୬ ଡୋଗ୍ରା ୟୁନିଟ ଉପରେ ହମଲା ପଛରେ ଥିଲା ଏହି ଗୋଷ୍ଠୀର ହାତ । ହେଲେ ଗିରଫ ଖବର ପ୍ରଚାର ହେବା ପରେ ୧୨ଶହରୁ ୧୫ ଶହ ମହିଳା ଘେରା ବନ୍ଦୀ କରିଦେଇଥିଲେ।
 

ଗତ ମେ’ ୩ ତାରିଖରୁ ରାଜ୍ୟରେ ମୁଣ୍ଡ ଟେକିଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି। ଦଙ୍ଗାକାରୀମାନେ ଗତକାଲି ପୂର୍ବ ଇମ୍ଫାଲ ଚିଙ୍ଗାରେଲରେ ମଣିପୁର ମନ୍ତ୍ରୀ ଏଲ୍ ସୁସିନ୍ଦ୍ରୋଙ୍କ ଗୋଦାମ ଜାଳି ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଗତ ଜୁନ୍ ୧୪ରେ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଘର ଉପରେ ଦଙ୍ଗାକାରୀ ଆକ୍ରମଣ କରିଥିଲେ। ...

ତେବେ ଏପଟେ ଇମ୍ଫାଲ ସହରରେ କିନ୍ତୁ ଧୀରେ ଧୀରେ ସ୍ୱାଭବିକ ହେଉଛି ସ୍ଥିତି। କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ
ସ୍ଥାନରେ ସ୍ଥିତି ସାମାନ୍ୟ ଥିବା ମଣିପୁର ପୁଲିସ କହିଛି । ଅଧିକାଂଶ ଅଞ୍ଚଳରେ ଏବେ କର୍ଫ୍ୟୁକୁ କୋହଳ କରାଯାଇଛି। ଇମ୍ଫାଲରେ ଦୋକାନ ବଜାର ସ୍ୱାଭବିକ ଭାବେ ଖୋଲାଯାଇଛି। ଲୋକମାନେ କିଣାବିକା କରୁଥିବା ଦେଖିବାକୁ ମିଳିଛି। ୫୦ରୁ ଅଧିକ ଦିନ ଧରି ରାଜ୍ୟରେ ଲାଗିଥିବା ହିଂସା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।