Advertisment

ନିଖୋଜର ୩ ବର୍ଷ ପରେ ସେପ୍ଟିକ୍‌ ଟ୍ୟାଙ୍କରୁ ମିଳିଲା ମହିଳାଙ୍କ କଙ୍କାଳ

ନିଖୋଜର ୩ ବର୍ଷ ପରେ ସେପ୍ଟିକ୍‌ ଟ୍ୟାଙ୍କରୁ ମିଳିଲା ମହିଳାଙ୍କ କଙ୍କାଳ। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଛି।

author-image
Rajalaxmi Sahoo
woman skeleton found in septic tank after 3 years of missing

woman skeleton found in septic tank after 3 years of missing

ନିଖୋଜର ୩ ବର୍ଷ ପରେ ସେପ୍ଟିକ୍‌ ଟ୍ୟାଙ୍କରୁ ମିଳିଲା ମହିଳାଙ୍କ କଙ୍କାଳ। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଛି। ପଶ୍ଚିମବଙ୍ଗରେ ଏହି ଘଟଣା ଘଟିଛି। ରାଜ୍ୟର ଅପରାଧିକ ତଦନ୍ତ ବିଭାଗ(CID) ଏକ ସେପ୍ଟିକ୍‌ ଟ୍ୟାଙ୍କରୁ ମହିଳାଙ୍କ କଙ୍କାଳ ଉଦ୍ଧାର କରିଛି। ମୃତ ମହିଳାଙ୍କ ନାଁ ଟୁମ୍ପା ମଣ୍ଡଳ। ୨୦୨୦ ମସିହା ମାର୍ଚ୍ଚରେ ସେ ନିଖୋଜ ହୋଇଯାଇଥିଲେ। ଏହାପରେ ଟୁମ୍ପାଙ୍କ ବାପା ଲକ୍ଷ୍ମଣ ହଳଧର ସ୍ଥାନୀୟ ପୋଲିସ୍‌ରେ ନିଖୋଜ ନେଇ ଅଭିଯୋଗ କରିଥିଲେ। 

Advertisment

ଅଭିଯୋଗ ଆଧାରରେ ୨୦୨୦ ମସିହା ଏପ୍ରିଲରେ ଟୁମ୍ପାଙ୍କ ସ୍ୱାମୀ ଭୋମ୍ବଲ ମଣ୍ଡଳଙ୍କୁ ପୋଲିସ୍‌ ଗିରଫ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ମାମଲାରେ ପୋଲିସ୍‌କୁ କୌଣସି ପ୍ରମାଣ ନମିଳିବାରୁ  କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଟୁମ୍ପାଙ୍କ ବାପା କୋଲକାତା ହାଇକୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି କୋର୍ଟ ପଶ୍ଚିମବଙ୍ଗ ସିଆଇଡିକୁ ମାମଲା ହସ୍ତାନ୍ତର କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁନ୍‌ ୧୩ରେ ସିଆଇଡି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। 

ଏହାପରେ ଯାଞ୍ଚ ଏଜେନ୍ସି ପୁଣିଥରେ ଭୋମ୍ବଲଙ୍କୁ ପଚରାଉଚରା କରିଥିଲା ଓ ସେ ଅପରାଧ ସ୍ୱୀକାର କରିଥିଲା। ସ୍ତ୍ରୀକୁ ହତ୍ୟା ପରେ ମୃତଦେହ ଏକ ସେପ୍ଟିକ୍‌ ଟ୍ୟାଙ୍କରେ ରଖିଥିବା କଥା ସେ କହିଥିଲା। ସତ ସାମ୍ନାକୁ ଆସିବା ପରେ ଭୋମ୍ବଲ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ଥିଲା।

Advertisment

ଭୋମ୍ବଲର କହିବା ଅନୁସାରେ, ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ଏକ ଭଡ଼ା ଘରା ସ୍ତ୍ରୀ ସହ ସେ ରହୁଥିଲେ। କୌଣସି କାରଣକୁ ନେଇ ସେ ସ୍ତ୍ରୀକୁ ହତ୍ୟା କରିବା ପରେ ସେପ୍ଟିକ୍‌ ଟ୍ୟାଙ୍କରେ ମୃତଦେହ ଫିଙ୍ଗି ଦେଇଥିଲା। ସିଆଇଡି ଆଗରେ ଅପରାଧ ସ୍ୱୀକାର ପରେ ସେପ୍ଟିକ୍‌ ଟ୍ୟାଙ୍କ ସର୍ଚ୍ଚ କରାଯାଇଥିଲା ଓ ଏଥିରୁ  କଙ୍କାଳ ମିଳିଥିଳା। ଏହାସହ ମହିଳାଙ୍କ କିଛି ଅଳଙ୍କାର ମଧ୍ୟ ମିଳିଥିଲା।

ସିଆଇଡି ସୂତ୍ରରୁ ଜଣାପଡ଼ିଛି, ଭୋମ୍ବଲ, ଟୁମ୍ପାଙ୍କ ମୁହଁରେ ତକିଆ ଦେଇ ତାଙ୍କୁ ଅଣନିଶ୍ୱାସୀ କରି ହତ୍ୟା କରିଥିଲା। ଟୁମ୍ପାଙ୍କ ପରକୀୟା ପ୍ରୀତି ଥିବା ସନ୍ଦେହ କରି ଭୋମ୍ବଲ ତାଙ୍କର ଜୀବନ ନେଇଥିବା ସନ୍ଦେହ କରାଯାଉଛି। 

Murder
Advertisment
Advertisment