/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687767377.jpg)
Teacher death
ପିଲାମାନଙ୍କ ସାମ୍ନାରେ ଚାଲିଗଲା ମା’ର ଜୀବନ । ପ୍ରଶାସନର ଟିକିଏ ଅସାବଧାନତା ଯୋଗୁଁ ଗୋଟିଏ ନୀରିହ ଜୀବନ ଚାଲିଯାଇଛି । ସ୍କୁଲ ଛୁଟିଥିବାରୁ ପିଲାମାନଙ୍କୁ ଧରି ଜଣେ ଶିକ୍ଷୟିତ୍ର ବୁଲିବାକୁ ଯିବାବେଳେ ଏପରି ଏକ ଅଘଟଣ ଘଟିଛି । ରେଲୱେ ଷ୍ଟେସନ ନିକଟରେ ଥିବା ଏକ ଇଲେକ୍ଟ୍ରିକ୍ ଖୁଣ୍ଟ ନେଇଯାଇଛି ଜଣେ ମା’ର ଜୀବନ । ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ପିଲା ।
ସୂଚନା ମୁତାବକ ନିଜ ପରିବାର ସହ ଛୁଟି କଟାଇବା ପାଇଁ ଜଣେ ୩୫ ବର୍ଷୀୟ ଶିକ୍ଷୟିତ୍ରୀ ରବିବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବାକୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଆସିଥିଲେ । ସେଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି, ମହିଳା ଜଣକ ଷ୍ଟେସନକୁ ଯିବା ସମୟରେ ବାଟରେ କିଛି ବର୍ଷା ପାଣି ପଡ଼ିଥିଲା ।
ପାଣି ଭିତରେ ସେ ନପଶି ସୁରକ୍ଷିତ ଭାବେ ଯିବାକୁ ନିକଟରେ ଥିବା ଏକ ଇଲେକ୍ଟ୍ରିକ୍ ଖୁଣ୍ଟର ସହାୟତା ନେଇଥିଲେ । ହେଲେ ସେହି ଇଲେକ୍ଟ୍ରିକ୍ ଖୁଣ୍ଟଟି ଚାର୍ଜ ହୋଇଥିବାରୁ ସେଠାରେ ତାଙ୍କ ଜୀବନ ଚାଲିଯାଇଥିଲା । ମହିଳାଙ୍କୁ ବଞ୍ଚାଇବାକୁ ନିକଟରେ ଥିବା ସମ୍ପର୍କୀୟ ଓ ଅନ୍ୟ ଲୋକମାନେ ସାହାଯ୍ୟ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।
ହେଲେ ଠିକ୍ ସମୟରେ ତାଙ୍କର ୯ ବର୍ଷର ପୁଅ ଓ ୭ ବର୍ଷର ଝିଅକୁ ରକ୍ଷା କରାଯାଇଥିବାରୁ ସେମାନଙ୍କ ଜୀବନ ବଞ୍ଚିଯାଇଛି । ଘଟଣାକୁ ନେଇ ରେଳ ବିଭାଗ ପ୍ରତିକ୍ରିୟା ରଖିଛି । ଅବହେଳା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି । ଏଥି ପାଇଁ ଏକ ମାମଲା ରୁଜୁ କରାଯାଇଥିବା କୁହାଯାଇଛି ।
ମୃତ ଶିକ୍ଷୟିତ୍ରୀ ଜଣକ ପୂର୍ବ ଦିଲ୍ଲୀର ପ୍ରୀତିବିହାରର ବାସିନ୍ଦା । ଲକ୍ଷ୍ମୀ ନଗରର ଏକ ବିଦ୍ୟାଳୟରେ ସେ ଶିକ୍ଷାଦାନ କରନ୍ତି । ସେ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଚଣ୍ଡିଗଡ଼କୁ ଯିବାପାଇଁ ତାଙ୍କ ପରିବାର ସହ ରବିବାର ଦିନ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଷ୍ଟେସନକୁ ଆସିଥିଲେ । ସେହି ସମୟରେ ଏହି ଅଘଟଣ ଘଟିଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବାବେଳେ ମହିଳାଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)