• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକ ଭୟଙ୍କର ଲୁଟ୍‌ ଘଟଣା । ଶୁଣିଲେ ଆପଣ ହସି ହସି ଗଡ଼ିବେ । ପେସାଦାର ଲୁଟେରା ସେମାନେ । ବିଦ୍ଧିବଦ୍ଧ ଭାବେ ଲୁଟ୍‌ କରିବାକୁ ଆସିଥିଲେ । ଆଉ ଲୁଟ୍‌ ସିନ୍ ବି ଆରମ୍ଭ ହେଲା ଗନ୍‌ ପଏଣ୍ଟରୁ । କିନ୍ତୁ ଶେଷରେ ସ୍ଥିତି ଏମିତି ହେଲା ଯେ, ଲୁଟେରା ନିଜ ହାତରୁ ଦୟା ଦେଖାଇ ୧୦୦ ଟଙ୍କା ଦାନ କରି ସେଠାରୁ ଚାଲିଗଲେ । ଆପଣ ଏବେ ଦ୍ୱନ୍ଦ୍ୱରେ ପଡ଼ୁଥିବେ । କ’ଣ ହୋଇଥାଇପାରେ ଘଟଣା ? ମନରେ ଆସୁଥିବା ଉତ୍ସାହ । ତେବେ...

ପୁରା କାହାଣୀଟି ହେଲା 

ଦୁଇ ଜଣ ଦୁର୍ବୃତ୍ତ ମଦ୍ୟପାନ କରି ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିଲେ । ଏହି ସମୟରେ ସେମାନଙ୍କ ନଜର ରାସ୍ତାରେ ଯାଉଥିବା ଏକ ଯୋଡ଼ି ବା ଦମ୍ପତ୍ତିଙ୍କ ଉପରେ ପଡ଼ିଲା । ତୁରନ୍ତ ସେମାନଙ୍କ ପିଛା କରିବାକୁ ଲାଗିଲେ ଦୁର୍ବୃତ୍ତ । ଆଉ ହଠାତ୍‌ ତାଙ୍କ ପାଖରେ ବାଇକ୍ ଅଟକାଇ ବନ୍ଧୁକ ବାହାର କଲେ ଲୁଟେରା । ଆଉ ସେମାନଙ୍କ ପାଖରେ ଯାହା ଅଛି ସେସବୁ ଲୁଟ କରିବାକୁ ଚେଷ୍ଟା କଲେ । ବନ୍ଧୁକ ଦେଖି ଦମ୍ପତ୍ତି ସମ୍ପୂର୍ଣ୍ଣ ଡରିଯାଇଥିଲେ । ଆଉ ତାଙ୍କ ଜୀବନ ବିପଦରେ ବୋଲି ସେମାନେ ନିଶ୍ଚିତ ହୋଇଯାଇଥିଲେ ।

କିନ୍ତୁ ହଠାତ୍‌ କାହାଣୀରେ ଆସିଲା ଟ୍ୱିଷ୍ଟ । ନିରାଶ ହେଲେ ଲୁଟେରା । କାରଣ ଦମ୍ପତ୍ତିଙ୍କ ପାଖରେ ନଥିଲା ମୋଟା ଅଙ୍କର ଟଙ୍କା । କେବଳ ଥିଲା ଗୋଟିଏ ୨୦ଟଙ୍କିଆ ନୋଟ । ଏହା ଦେଖିବା ପରେ ଲୁଟେରା ଦୁଇ ଜଣଙ୍କ ନିଜକୁ ଧିକାର କରିବା ସହ ଦୟା ଦେଖାଇ ନିଜ ପକେଟରୁ କାଢ଼ି ଦମ୍ପତ୍ତିଙ୍କୁ ୧୦୦ ଟଙ୍କା ଦେଲେ ଆଉ ସେଠାରୁ ସୁରକ୍ଷିତ ଛାଡ଼ିଦେଲେ । ଲୁଟେରା ମାନେ ବି ଘଟଣାସ୍ଥଳରୁ ଫେରାର ମାରିଲେ ।

ତେବେ ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ, ଦେବ ବର୍ମା । ଯିଏ କି ଜଣେ ଜିଏସ୍‌ଟି ଆକାଉଣ୍ଟାଣ୍ଟ । ଅନ୍ୟ ଜଣେ ହେଲେ ହର୍ସ ରାଜପୁତ୍ । ଯିଏ କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।

ପୋଲିସର କହିବାନୁଯାୟୀ, ଘଟଣାର ତଦନ୍ତ ଚାଲିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ସ୍କୁଟର ଏବଂ ୩୦ଟି ମୋବାଇଲ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି । ୨୦୦ ସିସିଟିଭି ଯାଞ୍ଚ ପରେ ଦୁଇ ଲୁଟେରାଙ୍କୁ ଗିରଫ କରାଯାଇଛି ।