/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687753154.jpg)
Assam Floods
ଆସାମରେ ଜଟିଳ ହେଉଛି ବନ୍ୟା ସ୍ଥିତି । ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ହନ୍ତସନ୍ତ ହେଇଛନ୍ତି । ଆସାମର ୨୨ଟି ଜିଲ୍ଲାର ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଅନେକ ଘରଦ୍ୱାର ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି । ପ୍ରବଳ ବର୍ଷା ଯୋଗୁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳରେ ଅନେକ ତଳିଆ ଅଞ୍ଚଳରେ ଜଳମଗ୍ନ ହୋଇଛି ।
ବକ୍ସା, ବାରପେଟା, ଦରଙ୍ଗ, ଧୂବ୍ରୀ, ଗୋଲପରା, କାମରୂପ, ଲକ୍ଷ୍ମୀପୁର, ନାଲବରି, ଉଦଲଗୁରୀ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଗ୍ରାଉଣ୍ଡ ଲେଭଲରେ କିଭଳି ଲୋକମାନଙ୍କୁ ସୁରକ୍ଷା ଦିଆଯାଇପାରିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ।
ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛି ପ୍ରଶାସନ । ଲୋକମାନଙ୍କୁ ଖାଦ୍ୟ ସହ ରହିବାର ବ୍ୟବସ୍ଥା କରାଯାଉଛି । ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପ କରାଯାଇଥିବାବେଳେ ସେଠାରେ ବିପନ୍ନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)