• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବାକୁ ପ୍ରାୟ ସମସ୍ତେ ଚାହିଁଥା’ନ୍ତି । ନିଜ ରୋଜଗାରରୁ କିଛି ଟଙ୍କା ସଞ୍ଚୟ କରିବା ଦ୍ୱାରା ନିଜର ଓ ନିଜର ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଗିଥାଏ । ବର୍ତ୍ତମାନ ସମୟରେ ଟଙ୍କା ସଞ୍ଚୟ କରିବାକୁ ହେଲେ ସମସ୍ତେ ବ୍ୟାଙ୍କ, ପୋଷ୍ଟାଲ, କିମ୍ୱା କୌଣସି ବିମା ସଂସ୍ଥାରେ ଟଙ୍କା ରଖୁଛନ୍ତି । ତାହା ସହିତ ନିଜ ଟଙ୍କାର ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣ ଲୋକମାନେ ଏପରି ପଦକ୍ଷେପ ନେଉଛନ୍ତି ।

ହେଲେ ଯଦି ଆପଣ ଅବର୍ତ୍ତମାନ ସମୟରେ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି ଆଉ ଅଧିକ ରିଟର୍ଣ୍ଣ ସହ ନିଜର ଟଙ୍କାକୁ ସୁରକ୍ଷିତ ଭାବେ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ନିହାତି ଜାଣିନିଅନ୍ତୁ ।

ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବାକୁ ଚାହାନ୍ତି । ତେବେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ । ୨,୦୦୦ ଟଙ୍କା ବିନିଯୋଗ କରି ୧.୩ କୋଟି ଟଙ୍କା ପାଇପାରିବେ ।

ଯଦି ଆପଣ ଏଥିପାଇଁ ଆଗ୍ରହୀ ରହିଛନ୍ତି । ତେବେ ଆପଣଙ୍କୁ ଏକ ଭଲ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ବାଛିବାକୁ ପଡ଼ିବ । ଯେଉଁଥିରେ ପ୍ରତି ମାସରେ ଆପଣଙ୍କୁ ୨୦୦୦ ଟଙ୍କା ବିନିଯୋଗ କରିବାକୁ ହେବ ଏବଂ ଏହାର ଅବଧି ୩୫ ବର୍ଷ। ଏହି ପ୍ରକ୍ରିୟାରେ ଆପଣଙ୍କୁ ପୂରା ୩୫ ବର୍ଷ ଯାଏଁ ବିନିଯୋଗ କରିବାକୁ ହେବ ।

ଏହି ଅନୁସାରେ ବିନିଯୋଗ କରିବା ଦ୍ୱାରା ଆପଣଙ୍କୁ ଆନୁମାନିକ ପ୍ରତିବର୍ଷ ୧୨ ପ୍ରତିଶତ ରିଟର୍ଣ୍ଣ ମିଳିବ । ସ୍କିମ୍‌ର ଅବଧି ଶେଷ ହେବା ପରେ ଆପଣ ୧.୩ କୋଟି ଟଙ୍କା ପାଇବେ । ଆପଣଙ୍କର ଏହି ଟଙ୍କାକୁ ଆପଣଙ୍କ ସୁବିଧା ଅନୁସାରେ ବିନିଯୋଗ କରିପାରିବେ । ଯେପରି କି ପିଲାଙ୍କ ପାଠପଢ଼ା ପରି ଅନ୍ୟ କିଛି ନିଜର କାର୍ଯ୍ୟରେ ଲଗାଇପାରିବେ ।

ଆମେ ଏଠାରେ କହି ରଖିବୁ:- ମ୍ୟୁଚୁଆଲ୍ ଫଣ୍ଡ ହେଉ କି ଯେ କୌଣସି ସ୍କିମ୍‌ । ଆପଣ ଟଙ୍କା ରଖିବାକୁ ଚାହୁଁଥିଲେ ଏଥିରେ ବିନିଯୋଗ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଯଦି ବିନା ଜ୍ଞାନରେ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରନ୍ତି , ତେବେ ଆପଣଙ୍କୁ କେତେବେଳେ ବି କ୍ଷତିର ସାମ୍ନା କରିବାକୁ ପଡ଼ିପାରେ ।