/odishatv-khabar/media/post_attachments/uploadimage/library/16_9/16_9_0/s_1687488880.jpg)
PM Modi at US Congress Momentous developments in another Al America and India
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୭ ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛିି। ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ ରଖନ୍ତି।’
ଅଧିକ ପଢ଼ନ୍ତୁ: ହ୍ୱାଇଟ୍ ହାଉସ୍ରେ ଗିଫ୍ଟ ଏକ୍ସଚେଞ୍ଜ; କିଏ ଦେଲେ କେଉଁ ଉପହାର ?
ଋଷ- ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏବେ ସମୟ ଯୁଦ୍ଧର ନୁହେଁ । ୟୁକ୍ରେନରେ ଧ୍ୱଂସର ଲୀଳା ବନ୍ଦ ହେବା ଦରକାର । ଆପୋଷ ଆଲୋଚନା ଦ୍ୱାରା ଯୁଦ୍ଧକୁ ବିରାମ ଦେବାର ଆବଶ୍ୟକତା ରହିଛି । ୨୦୨୨ ଫେବୃଆରୀ ୨୪ରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଭାରତ ଏକାଧିକ ଥର ଶାନ୍ତି ପାଇଁ ଅପିଲ କରିଛି।
ଆତଙ୍କବାଦ ପ୍ରସଙ୍ଗରେ ଅଭିଭାଷଣ ରଖି ମୋଦି କହିଛନ୍ତି ଯେ, ଆତଙ୍କବାଦ ମଣିଷ ସମାଜର ଶତ୍ରୁ। ଆତଙ୍କୀ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ବିରୋଧରେ ମିଳିତ ଭାବେ ଲଢେଇ କରିବାର ଆବଶ୍ୟକତା ରହିଛି। ଏଥିସହ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ନିଜ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପରିଶେଷରେ ଭାରତ-ଆମେରିକା ସଂପର୍କ ଆହୁରି ମଜବୁତ୍ ହେବାର କାମନା କରି ନିଜ ଅଭିଭାଷଣ ଶେଷ କରିଥିଲେ ମୋଦି।
ଅଭିଭାଷଣ ପୂର୍ବରୁ ସଂସଦରେ ପ୍ରବେଶ କରିବା ସମୟରେ ମୋଦି ମୋଦି ନାରାରେ କମ୍ପି ଉଠିଥିଲା ହଲ୍। ସମସ୍ତଙ୍କୁ କରମର୍ଦ୍ଦନ କରି ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦକୁ ସମ୍ବୋଧିତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ବିବୃତ୍ତି ରଖିଥିଲେ। ୟୁଏସ୍ କଂଗ୍ରେସକୁ ସମ୍ବୋଧିତ କରିବା ପରେ ମୋଦି ହ୍ୱାଇଟ୍ ହାଉସରେ ଆୟୋଜିତ ଷ୍ଟେଟ୍ ଡିନରରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ବହୁ କଂପାନୀର ପ୍ରତିଷ୍ଠାତା, ବିଭିନ୍ନ ବଡ଼ ପଦପଦବୀରେ ଥିବା ଭାରତୀୟ ବଂଶୋଭବ ଏବଂ ଭାରତୀୟ ଶିଳ୍ପପତି ଏହି ନୈଶ୍ୟ ଭୋଜିରେ ସାମିଲ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)