• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରତ୍ୟେକ ଦିନ ରେଳରେ ଅନେକ ଲୋକ ଯାତ୍ରା କରି ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥା’ନ୍ତି । ଅଳ୍ପ ଖର୍ଚ୍ଚରେ ଦୂରକୁ ଟ୍ରେନ୍‌ରେ ଯାତ୍ରା କରିବା ଯାତ୍ରୀମାନଙ୍କୁ ସୁବିଧା ହୋଇଥାଏ । ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ବିଭିନ୍ନ କ୍ଲାସ୍‌ରେ ଯାତ୍ରା କରିବାକୁ ପଡ଼ିଥାଏ । ଆଉ ସମସ୍ତ କ୍ଲାସ୍‌ ପାଇଁ ଭିନ୍ନ ଭିନ୍ନ ସୁବିଧା ମଧ୍ୟ ରହିଥାଏ । ବିଶେଷକରି AC 1, AC 2, AC 3, ଓ ସ୍ଲିପର୍ ଭଳି ଅନ୍ୟାନ୍ୟ କ୍ଲାସ୍ ଅଛି । ଏହା ବ୍ୟତୀତ ଟ୍ରେନରେ କିଛି ବଗି ମଧ୍ୟ ସାଧାରଣ ରହିଥାଏ । ଯାହାକୁ ଟ୍ରେନର ଆଗ ଏବଂ ପଛରେ ରଖାଯାଇଥାଏ ।

ଏପରି ପରିସ୍ଥିତିରେ, ଯଦି ଆପଣ ସାଧାରଣ ବଗିରେ କୌଣସି ସ୍ଥାନକୁ ଯାଉଥା’ନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କାରଣ ଭାରତୀୟ ରେଳ ପକ୍ଷରୁ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କିଛି ଘୋଷଣା କରାଯାଇଛି । ଯାହା ଯାତ୍ରୀମାନଙ୍କ ପାଇଁ ସୁବିଧା ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ଏକ୍ସପ୍ରେସ ଏବଂ ମେଲ ଟ୍ରେନରେ ସାଧାରଣ କୋଚ ଗୁଡ଼ିକଙ୍କ ପାଇଁ ଭାରତୀୟ ରେଳବାଇ ଏକ ମିଶନ ଆରମ୍ଭ କରିଛି । ଯାହାଫଳରେ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନେ କିଛି ସୁବିଧା ପାଇପାରିବେ ।

ସାଧାରଣ ବଗି ନିକଟରେ ପାନୀୟ ଜଳ ଓ ଶସ୍ତା ଖାଦ୍ୟର ବ୍ୟବସ୍ଥା କରାଯିବ । ତାହାସହ ଭେଣ୍ଡିଂ ଟ୍ରଲିର ଉପଲବ୍ଧତା ପାଇଁ ବ୍ୟବସ୍ଥା କରିବାକୁ ଭାରତୀୟ ରେଳ ନିର୍ଦ୍ଦେଶ ଦେଇଛି । ଯାହାଫଳରେ ଏହି ବଗିରେ ଯାତ୍ରାକରୁଥିବା ଯାତ୍ରୀମାନେ ଉପକୃତ ହୋଇପାରିବେ ।

ଖାଲି ସେତିକି ନୁହେଁ, ଟ୍ରେନ୍‌ ସିଟ୍‌ ନିକଟରେ ଜଳ ଏବଂ ପରିମଳର ଉପଲବ୍ଧତା ନିଶ୍ଚିତ କରିବାକୁ କୁହାଯାଇଛି । କୋଚ୍ ସଫା କରିବା ପାଇଁ ନିୟମିତ ବ୍ୟବଧାନରେ ଗୃହରକ୍ଷୀ କର୍ମଚାରୀ ନିୟୋଜିତ ହେବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି । ଏଥି ସହିତ ଏହି ବଗିରେ ଅନ୍ୟ କିଛି ସୁବିଧା ମଧ୍ୟ ରହିବ । ପ୍ରାରମ୍ଭରେ ସମସ୍ତ ଜୋନାଲ ରେଳବାଇର ଜେନେରାଲ ମ୍ୟାନେଜରମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।