• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆମେରିକା ଓ ଇଜିପ୍ଟ ଭିଜିଟ୍ ସାରି ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲମ ବିମାନ ବନ୍ଦରରେ ପହଞ୍ଚବା ପରେ ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖିଙ୍କ ସହ ଦଳର ବହୁ ନେତା ଓ ସାଂସଦ ସ୍ୱାଗତ କରିଛନ୍ତି । ଇଜିପ୍ଟ ଗସ୍ତ ଅବସରରେ ମୋଦି ସେଠାର ରାଷ୍ଟ୍ର ମୁଖ୍ୟଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଏହାସହ ପ୍ରବାସୀ ଭାରତୀୟଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଏହି ଗସ୍ତ ଇଜିପ୍ଟ ଓ ଭାରତ ମଧ୍ୟରେ ନୂଆ ସଂପର୍କ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଗସ୍ତ ଅବସରରେ ମୋଦିଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା। ଇଜିପ୍ଟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରି ସେଠାରେ ବାଇଡେନଙ୍କ ସହ ଆଲୋଚନା କରିଥିଲେ ।

ଆମେରିକା କଂଗ୍ରେସକୁ ମଧ୍ୟ ଉଦବୋଧନ ଦେଇଥିଲେ । ଆମେରିକାର ଟପ୍ ସିଇଓଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତାହାସହ ଭାରତୀୟ ସମୁଦାୟଙ୍କ ସହ ମିଶି ଭାବର ଆଦାନପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ପରେ ବାଇଡେନ୍‌ ବି କହିଲେ, ଦ ଫ୍ୟୁଚର ଇଜ୍ ଆମେରିକା-ଇଣ୍ଡିଆ...

୨ ଦିନିଆ ଇଜିପ୍ଟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସେଠାକାର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ 'ଅର୍ଡର ଅଫ ଦି ନାଇଲ' ପ୍ରଦାନ କରିଥିଲେ ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍-ସିସି । ବିଦେଶରୁ ସର୍ବୋଚ୍ଚ ସମ୍ମାନ ହାସଲରେ ଏହା ହେଉଛି ମୋଦିଙ୍କ ୧୩ତମ ସମ୍ମାନ ଗ୍ରହଣ । ଏହି ଅବସରରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଭାଗିତା ବୃଦ୍ଧି ଦିଗରେ ଆଲୋଚନା କରିଥିଲେ ମୋଦି ଓ ଅଲ-ସିସି ।

ଭାରତ ଓ ଇଜିପ୍ଟ ମଧ୍ୟରେ କୃଷି, ପତ୍ନତତ୍ତ୍ୱ ଓ ଆଇନ କ୍ଷେତ୍ରରେ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କାଇରୋରେ ଦ୍ୱିପାକ୍ଷିକ ବୈଠକ ପରେ, ଗିଜାର ପ୍ରଖ୍ୟାତ ଗ୍ରେଟ୍ ପିରାମିଡ୍ ପରିଦର୍ଶନ କରିଛନ୍ତି ମୋଦି । ତାଙ୍କ ସହିତ ଥିଲେ ଇଜିପ୍ଟ ପ୍ରଧାନମନ୍ତ୍ରୀ ମୁସ୍ତାଫା ମଦବୌଲି । ଖ୍ରୀଷ୍ଟପୂର୍ବ ଷଡ଼ବିଂଶ ଶତାବ୍ଦୀରେ ନିର୍ମିତ ଫାରୋ ଖୁଫୁଙ୍କ ଏହି ସମାଧିସ୍ଥଳ ଇଜିପ୍ଟର ସର୍ବବୃହତ ପିରାମିଡ୍ ଏବଂ ଅନ୍ୟତମ ପ୍ରାଚୀନ ବିଶ୍ୱ ଆଶ୍ଚର୍ଯ୍ୟ ।

ଅଧିକ ପଢ଼ନ୍ତୁ: ଭାରତର ଜାତୀୟ ସଂଗୀତ ଗାନ କଲେ, ମୋଦିଙ୍କ ପାଦ ଛୁଇଁଲେ.. ଦେଖନ୍ତୁ ଭିଡିଓ