• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆମ ସମାଜରେ ବେଳେବେଳେ ଏମିତି କିଛି ଘଟଣା ଘଟେ ଯାହା ଜାଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ । କିଛି ଘଟଣାକୁ ସହଜରେ ଗ୍ରହଣ କରିପାରିନଥା’ନ୍ତି ସାଧାରଣ ଲୋକ । ସାଧାରଣତଃ ଆପଣ ଜାଣିଥିବେ ମହିଳାମାନଙ୍କ ଗର୍ଭଧାରଣର କ୍ଷମତା ରହିଛି । ଆଉ ମହିଳା ମାନେ ମା’ ହୋଇଥା’ନ୍ତି । ହେଲେ ଜଣେ ପୁରୁଷ ଗର୍ଭଧାରଣ କରିବା ଖବର ଆପଣ କେବେ ଜଣିନଥିବେ । ଯାହାର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରରୁ ଏମତି ଏକ ବିରଳ ଘଟଣା ସାମ୍ନାକୁ ଆସିଥିବାବେଳେ ଲୋକଙ୍କୁ ଚକିତ କରିଛି । ନାଗପୁରରେ ଜଣେ ଯୁବକ ଗର୍ଭଧାରଣ କରିଥିବା ଜଣାପଡ଼ିଛି । ଅପରେସନ୍ ପରେ, ତାଙ୍କ ପେଟରୁ ଯାହା ବାହାରିଛି କଳ୍ପନା ମଧ୍ୟ କରାଯାଇପାରିବ ନାହିଁ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନାଗପୁରର ବାସିନ୍ଦା ସଞ୍ଜୁ ଭାଗବତଙ୍କ ସହ ଏପରି ହୋଇଛି । ଦିଆଯାଇଥିବା ସୂଚନା ଅନୁସାରେ ଭାଗବତଙ୍କ ପିଲାଦିନ ଠିକ୍‌ଠାକ୍‌ ଥିଲା । କିନ୍ତୁ କିଛିଦିନ ଯିବାପରେ ତାଙ୍କ ପେଟ ଅସ୍ୱାଭାବିକ ଭାବେ ଫୁଲିବାକୁ ଲାଗିଥିଲା । ଯାହାକୁ ନେଇ ପରିବାର ସଦସ୍ୟଙ୍କ ଚିନ୍ତା ବଢ଼ିଥିଲା ।

ସଞ୍ଜୁ ଭାଗବତଙ୍କ ପେଟ ଏତେ ଫୁଲିଗଲା ଯେ, ଲୋକମାନେ ତାଙ୍କୁ ଗର୍ଭବତୀ ବୋଲି କହିବା ଆରମ୍ଭ କରିଥିଲେ । ୧୯୯୯ ମସିହାରେ ତାଙ୍କର ପେଟର ଫୁଲା ଯୋଗୁ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଞ୍ଜୁ ଭାଗବତଙ୍କୁ ଦେଖି ଡାକ୍ତର ତାଙ୍କର ଟ୍ୟୁମର ହୋଇଥିବା କଥା ଭାବିଥିଲେ । କିନ୍ତୁ ଅପରେସନ୍ ସମୟରେ ତାଙ୍କ ପେଟ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କାରଣ ସେତେବେଳେ ତାଙ୍କ ପେଟରେ ଅନେକ ହାଡ ସହ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଥିବା ଜଣିବାକୁ ପାଇଥିଲେ । ପରେ ଡାକ୍ତରମାନେ ପ୍ରଥମେ ଗୋଟିଏ ଗୋଡ, ପରେ ଅନ୍ୟ ଗୋଡ, କେଶ, ହାତ ପରି ଶରୀରର ଅନ୍ୟାନ୍ୟ ଅଂଶ ଚିହ୍ନଟ କରିବା ସହ ଅପରେସନ୍‌ କରି ବାହାର କରିଥିଲେ । ଯାହା ସମସ୍ତ ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଡାକ୍ତରମାନେ ଏହି ଘଟଣାକୁ ଅଦୃଶ୍ୟ ଟ୍ୱିନ୍ ସିଣ୍ଡ୍ରୋମ ବୋଲି ବର୍ଣ୍ଣନା କରିଛନ୍ତି । ଯାହାର ଅର୍ଥ ହେଉଛି ଯାଆଁଳା ଶିଶୁ ଗର୍ଭାବସ୍ଥାରେ ମରିଯିବା । ଏହି ଘଟଣା ପୃଥିବୀରେ ଅତ୍ୟନ୍ତ ବିରଳ ବୋଲି କୁହାଯାଇଛି । ୫ ନିୟୁତ ଲୋକଙ୍କ ମଧ୍ୟରୁ ଏହା ଜଣଙ୍କ ସହିତ ଘଟିଥାଏ ବୋଲି ସୂଚନା ରହିଛି ।