ଭାରତୀୟ ସାଂକେତିକ ଠାର ପାଇଲା ଭାଷା ମାନ୍ୟତା । ସାଂକେତିକ ଭାଷା ବା ଠାରକୁ ଭାଷା ମାନ୍ୟତା ମିଳିଲା । ଜାତୀୟ ଶିକ୍ଷା ନୀତି ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ।
ଜାତୀୟ ଶିକ୍ଷା ନୀତିକୁ ପୁରିଲା ବର୍ଷେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶକୁ କଲେ ସମ୍ବୋଧନ । ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି । ନୂଆ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣରେ ବଡ଼ ଯୋଗଦାନ ରଖିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୯ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳୁ ଟ୍ୱିଟରରେ ସକ୍ରିୟ ଅଛନ୍ତି । ୨୦୧୦ ମସିହାରେ ଟ୍ୱିଟରରେ ତାଙ୍କର ଏକ ଲକ୍ଷ ଫଲୋଅର୍ସ ଥିଲେ ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଦେଶର ପାଖାପାଖି ୫୫୦୦ ଛାତ୍ରଛାତ୍ରୀମାନେ ଲାଭ ପାଇବେ। ପ୍ରତ୍ୟେକ ବର୍ଷ ୧୫୦୦ ପଛୁଆ ବର୍ଗ (MBBS) ପାଇଁ ଓ ୨୫୦୦ ପଛୁଆ ବର୍ଗ ପିଲା ପୋଷ୍ଟଗ୍ରାଜୁଏଟ୍ରେ ନାମ ଲେଖାଇବା ବେଳେ ଏହାର ଲାଭ ଉଠାଇପାରିବେ। ଠିକ୍ ସେହିପରି ଆର୍ଥିକ ଅନଗ୍ରସର ପିଲାମାନେ (MBBS)ରେ ୫୫୦ ଏବଂ ପୋଷ୍ଟ ଗ୍ରାଜୁଏଟ୍ରେ ୧୦୦୦ ଛାତ୍ରଛାତ୍ରୀ ଲାଭ ପାଇବେ। ଏଠାରେ କହିରଖୁଛୁ ଯେ, ସରକାରଙ୍କ ଅଧୀନରେ ଥିବା ମୋଟ ସିଟ୍ ମଧ୍ୟରୁ ୧୫ ପ୍ରତିଶତ ୟୁଜି (ସ୍ନାତକୋତ୍ତର) ଏବଂ ୫୦ ପ୍ରତିଶତ ପିଜି (ପୋଷ୍ଟ ଗ୍ରାଜୁଏଟ୍) ସିଟ୍ ଅଲ ଇଣ୍ଡିଆ କୋଟା ଅଧୀନରେ ରହିଛି।
ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ। ୨୦୧୩ ମସିହାରେ କେଦାରନାଥରେ ଏପରି ସ୍ଥିତି ଉପୁଜିଥିଲା। ତେବେ ଏଠାରେ ସ୍ପଷ୍ଟ କରୁଛୁ, କେଦାରନାଥରେ ଯେଉଁ ବାଦଲ ଫଟା ବର୍ଷା ହୋଇଥିଲା ସାଧରଣ ଭାବରେ ତାହା ହୁଏ ନାହିଁ କିନ୍ତୁ ଯଦି ହେଲା ତାହାଲେ କଥା ସରିଲା।
ମର୍ଣ୍ଣିଂ ୱାକ୍ରେ ଯାଇଥିବା ଝାରଖଣ୍ଡ ରାଜ୍ୟ ଧାନବାଦର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ଉତ୍ତମ ଆନନ୍ଦଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଝାରଖଣ୍ଡ ହାଇକୋର୍ଟ ନିଜ ତରଫରୁ ସହରର ପୋଲିସ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛି।
CII କହିଛି, ଏହି ଯୋଜନାରେ ପୂର୍ବରୁ ବୀମା ନଥିଲା। ତେଣୁ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଏତିକି ନୁହେଁ ମଧ୍ୟ ହିତାଧୀକାରୀଙ୍କ ପ୍ରାଣ ଯିବା ପରେ ସେମାନଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ବୀମା ସୁବିଧା କଲେ ହିତାଧିକାରୀମାନେ ଲାଭ ପାଇବେ।
ତେଣୁ ଲୋକମାନେ ନିଜର ଅତ୍ୟାବଶ୍ୟ ସାମଗ୍ରୀ ଉଦ୍ଧାର ମଧ୍ୟ କରିପାରିନଥିଲେ କି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ ଯେଉଁଥି ଲାଗି ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍ଡିଆର୍ଏଫ୍) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସେ ହିନ୍ଦୁ। ଇସ୍ଲାମ୍ ଧର୍ମ ଗ୍ରହଣ କରିନାହାନ୍ତି। ଏହାର ପ୍ରମାଣ ଦେବା ପାଇଁ ୨୦୦ କିମି ଚାଲି ଚାଲି ସୁପ୍ରିମ କୋର୍ଟ ଆସିଲେ ମିରଟ ମ୍ୟାନ ।
ଭାରତୀୟ ନିରାପତ୍ତା ବଳକୁ ପ୍ରତି ଦିନ ‘ଫେକ୍ କଲ୍ ଆସୁଛି । ଭାରତୀୟ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଯବାନଙ୍କୁ କଲ କରାଯାଉଛି । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେଳ ଲାଗିଛି ।
ବିରୋଧୀଙ୍କୁ ନିଜ କାମ କରାଇ ଦେଉନଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ସଭାପତି । ଏହାସହ ସଂସଦର ସମୟ ନଷ୍ଟ ହେବା ଉଚିତ ନୁହେଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ତାଙ୍କ ମତରେ ମୁଦ୍ରାସ୍ଫତି, କୃଷକ ଏବଂ ପେଗାସସ୍ ଉପରେ ଆଲୋଚନା ହେବା ଉଚିତ୍ ।
ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ । ସୀମା ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ।
ପ୍ରବଳ ବର୍ଷା ଯୋଗୁଁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି ।ତେବେ ଦିଲ୍ଲୀରେ ଗତକାଲି ପ୍ରବଳ ବର୍ଷାରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ସେପଟେ, ମହାରାଷ୍ଟ୍ରରେ ଜଳ ପ୍ରଳୟ
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ବାସବରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଏଥିସହ ମେନ୍ ବ୍ୟାଟଲ୍ ଟ୍ୟାଙ୍କ ଅର୍ଜୁନର MK-1A ଭର୍ସନରେ ୧୪ ପ୍ରକାର ପ୍ରମୁଖ ଉନ୍ନତୀକରଣ କରାଯାଇଛି । ଯାହାକି ମିଜାଇଲ୍ ଫାୟାର୍ କରିବାକୁ ମଧ୍ୟ ସକ୍ଷମ । ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ଏଭିତରେ ଭାରତ ୧୭୫୦ଟି ଉନ୍ନତ ମେନ୍ ବ୍ୟାଟଲ ଟ୍ୟାଙ୍କ କମ୍ବାଟ୍ ଭେହିକିଲ୍ (FICV) ପାଇଁ ରିକ୍ୱେଷ୍ଟ୍ ଫର୍ ଇନଫର୍ମେସନ୍ ଜାରି କରିଛି । ସେଗୁଡ଼ିକ ସମତଳ, ମରୁ ଓ ପାର୍ବତ୍ୟାଞ୍ଚଳରେ ଯୁଦ୍ଧ କରିବାକୁ ସମର୍ଥ ହେବ ଏବଂ କେମିକାଲ୍, ବାୟୋଲୋଜିକାଲ୍ ଓ ନ୍ୟୁକ୍ଲିଅର ଆକ୍ରମଣରେ ସୈନ୍ୟଙ୍କୁ ସୁରକ୍ଷା ଦେବ।
ଗୁଜୁରାଟର ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା । ୟୁନେସ୍କୋ ହେରିଟେଜ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁନେସ୍କୋର ୪୪ତମ ଓ୍ୱାଲ୍ଡ ହେରିଟେଜ୍ କମିଟି ବୈଠକରେ ଗୁଜୁରାଟର ହରପ୍ପା ଯୁଗର ସହର କୁହାଯାଉଥିବା ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦିଆଯାଇଛି ।
କୋହ୍ଲାପୁରର ଚିଖଳ ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଅନେକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡ଼ିଆର୍ଏଫ୍ ଯବାନ ବୋଟ୍ ଯୋଗେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରୁଛନ୍ତି
୧୯୭୨ରେ ଅରୁଣାଚଳପ୍ରଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯିବା ବେଳେ ୧୯୮୭ରେ ଏହା ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା। ସେହିପରି ଆସାମକୁ ଭାଗ ଭାଗ କରି ନୂଆ ରାଜ୍ୟ ଗଠନ କରାଯାଇଥିଲା। ୧୯୬୩ରେ ନାଗାଲ୍ୟାଣ୍ଡ, ୧୯୭୨ରେ ମେଘାଳୟ, ୧୯୮୭ରେ ମିଜୋରାମକୁ ରାଜ୍ୟର ମାନ୍ୟତା ମିଳିଥିଲା। ନାଗା, ଖାସି, ଗାରୋ ଓ ମିଜୋଙ୍କ ରାଜନୈତିକ ଅଭିଳାଷା ପୂରଣ ଲାଗି ଏହି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ଜାତି, ଓ ସଂପ୍ରଦାୟ ଭିତ୍ତିରେ ରାଜ୍ୟଗଠନ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରାଜନୈତିକ ମାନ୍ୟତା ତ ଦେଇଥିଲା ମାତ୍ର ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ଠିକରେ ହୋଇନଥିବାରୁ ନୂଆ ବିବାଦର ସୂତ୍ରପାତ ହୋଇଥିଲା।
ଉଗ୍ରରୂପ ଧାରଣ କରିଛି ଆସାମ-ମିଜୋରାମ ସୀମା ବିବାଦ। ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଗୁଳିବିନି ମୟ ଘଟି ଆସାମ ପୋଲିସର ୬ ଯବାନ ପ୍ରାଣ ହରାଇଛନ୍ତି। ୮୦ରୁ ଅଧିକ ଆହତ ହୋଇଛନ୍ତି। ମିଜୋରାମ ପୋଲିସ ଲାଇଟ୍ ମେସିନ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ଆସୁଛି। ଏଥିରୁ ସ୍ଥିତି କେତେ ସଂଗୀନ ତାହା ବୁଝା ପଡୁଛି
ମଙ୍ଗଳବାର ଦିନ ସୀତାମଢ଼ି ଜିଲ୍ଲାର ଭାଟୋଲିଆ ଗାଁର ମଧ୍ୟମ ବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପ୍ରଥମେ କରୋନା ଟିକା ନେବା ପାଇଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯେଉଁଥିରେ ଅନ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା ।
ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ମନସୁଖ ମାଣ୍ଡଭିୟା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ କିଛି ପରିବର୍ତ୍ତନ କରିଛନ୍ତି । ମନ୍ତ୍ରଣାଳୟର ପ୍ରତ୍ୟେକ ମହଲାରେ ଏକ ବକ୍ସ ଲଗାଯାଇଛି । କାଠରେ ତିଆରି ଏହି ବାକ୍ସରେ ଲେଖାଯାଇଛି ଆଇଡିଆ ବକ୍ସ ।
ବିଜେପିର ବିଜୟରଥ ରୋକିବାକୁ ପ୍ରୟାସ କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ ପର୍ବ ଜାରି ରଖିଛନ୍ତି । ଆଜି ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ଏହି ଭେଟଘାଟ ଉପରେ ସମସ୍ତଙ୍କ ନଜର ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା ବାସବରାଜ ବୋମାଇ । ଆଜିଠାରୁ କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଶାସନ ଚାଲିବ ।
ବୁଧବାର ଭୋର ପ୍ରାୟ ୪ଟା ୨୦ରେ ବାଦଲ ଫାଟିଥିଲା। ପ୍ରବଳ ବର୍ଷାରେ ୫ ଘର ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ନିଖୋଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା, ପୋଲିସ ଏବଂ ପ୍ରଶାସନର ମିଳିତ ସହଯୋଗରେ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଉଛି।
ରାସ୍ତାରେ ବସ୍ଟି ହଠାତ୍ ଖରାପ ହୋଇଗଲା। ଅନେକ ଯାତ୍ରୀ ବସ୍ ଭିତରେ ଥିଲେ। ଆଉ କିଛି ଯାତ୍ରୀ ବସ୍ ତଳେ ଶୋଇଥିଲେ। ଟ୍ରେଲରଟି ବସ୍କୁ ଧକ୍କା ଦେବା ସହ ତଳେ ଶୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା।