ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ତାଙ୍କୁ ବେଲ୍ ମିଳିବ ନା ସେ ଜେଲରେ ରହିବେ ତାର ନିଷ୍ପତ୍ତି ନେବେ କୋର୍ଟ । ଗତ ୧୧ ତାରିଖରେ ଆର୍ୟନଙ୍କ ଓକିଲ ସତୀଶ ମାନେସିନ୍ଦେ ସ୍ୱତନ୍ତ୍ର NDPC କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ ।
ଦେଶର ସମ୍ଭାବ୍ୟ ଶକ୍ତି ସଙ୍କଟ ଯୋଗୁଁ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଉପରେ ବିତର୍କ ଚାଲିଛି। ପ୍ରଶ୍ନ ଉଠିଛି ଯେ ଯଦି କୋଇଲା ଯୋଗାଣର ଏହି ଅବସ୍ଥା ଳାଗି ରହେ, ତେବେ ଏହାକୁ ଦୂରକରିବା ପାଇଁ ଭାରତ ସାମ୍ନାରେ କୌଣସି ଉପାୟ ଅଛି କି? କିନ୍ତୁ ଆଜି ଦେଶରେ ଦେଖାଯାଉଥିବା ଏହି ଶକ୍ତି ସଙ୍କଟ ଗୋଟିଏ ଦିନର ପରିସ୍ଥିତି ନୁହେଁ। ଏହାର ଦୀର୍ଘକାଳୀନ ପ୍ରଭାବ ପଡ଼ିବ।
କାଶ୍ମୀରରେ ସେନା ନେଲା ବଦଲା। ଆତଙ୍କୀଙ୍କ ଗୁଳିରେ ୫ ଯବାନ ସହିଦ ହେବା ପରେ ସେନା ପକ୍ଷରୁ ଆରମ୍ଭ ହୋଇଛି ଜବାବୀ କାର୍ଯ୍ୟାନୁଷ୍ଠାନ। ଗଲା ୨୪ ଘଣ୍ଟାରେ ୪ ଆତଙ୍କୀ ନିହତ ହୋଇଛନ୍ତି
ଦେଶରେ ଦିନକୁ ଦିନ ଶକ୍ତି ସଂକଟ ଉତ୍କଟ ହେବାରେ ଲାଗିଛି । ଉତ୍ତରପ୍ରଦେଶ, ରାଜସ୍ଥାନ ପରେ କେରଳ ଏବେ ଶକ୍ତି ସଂକଟର ସାମନା କରିଛି । ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ରାଜସ୍ଥାନର ସହରାଞ୍ଚଳରେ ୨ ଘଣ୍ଟା ଓ ଗ୍ରାମାଞ୍ଚଳରେ ୪ ଘଣ୍ଟା ପାଇଁ ବିଜୁଳି କାଟ କରାଯାଉଛି ବୋଲି ରାଜ୍ୟ ଶକ୍ତି ସଚିବ କହିଛନ୍ତି ।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି। ନବରାତ୍ରି ପୂଜା ଚାଲି ଥିବାବେଳେ ଏହି ସମୟରେ କିଛି ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ପ୍ଲାନିଂ କରିଥିଲେ ବୋଲି ଜଣାପଡ଼ିଛି।
ମହାକାଶଯୁଗ ମୁହାଁ ଭାରତ। ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ନୂତନ ଚିନ୍ତାଧାରା ରଖୁଥିବା ଶିଳ୍ପଗୁଡିକୁ ଯାହା ସୁବିଧା ଆବଶ୍ୟକ ସମସ୍ତ ସହଯୋଗ ମିଳିବ
ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି ଏଭଳି ଆଶଙ୍କା। ପ୍ରବଳ ବର୍ଷା ଯୋଗୁଁ ଦେଶରେ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ଶକ୍ତି ଚାହିଦା ବଢିବା କାରଣରୁ ଅନ୍ତର୍ଜାତୀୟ ବଜାରରେ କୋଇଲାର ଦର ହଠାତ୍ ବଢିଯାଇଛି
ଘାଟିରେ ପୁଣି ବଡ଼ ଧରଣର ଆତଙ୍କୀ ହମଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ବଢିବାରେ ଲାଗିଛି ଆତଙ୍କୀ ହମଲା। ହେଲେ ଏବେବି ଆତଙ୍କୀମାନେ ସେଠାରେ ଲୁଚି ରହିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି।
ବିବାହ ନିମନ୍ତ୍ରଣ ପତ୍ରରେ ରାଜନୀତିର ରଙ୍ଗ । ଉପହାର ବଦଳରେ ଭୋଟ ମାଗିଲେ ବର । ଉତ୍ତରପ୍ରଦେଶର ରାମପୁରରେ ଏକ ବିବାହ ନିମନ୍ତ୍ରଣ କାର୍ଡ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ କାର୍ଡ ରାଜନୀତି ରଙ୍ଗରେ ରଙ୍ଗେଇ ହୋଇଛି । ସମାଜବାଦି ପାର୍ଟି ଉଦ୍ଦେଶ୍ୟରେ ଏହି ନିମନ୍ତ୍ରଣ ପତ୍ର ଛପାଯାଇଛି । କାର୍ଡ଼ରେ ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କ ଫଟୋ ଲଗାଯାଇଛି
ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି । ଦେଶ ମଧ୍ୟରେ ସିଡ୍ୟୁଲ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି ମିଳିଛି । ସବୁ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି । କୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବା ନେଇ ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ୟୁପିର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆତ୍ମହତ୍ୟା ଉଦ୍ୟମ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସିଂଘମ୍ ଅଫିସର୍ ସମୀର ୱାଙ୍ଖଡେଙ୍କ ପଛରେ ଗୁଇନ୍ଦାଗିରି କରୁଛି ପୋଲିସ୍ ? ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଦୁଇ ପୋଲିସ କର୍ମଚାରୀ ତାଙ୍କର ପିଛା କରୁଥିବା ଅଭିଯୋଗ କରିଛନ୍ତି
ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥନାଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପୋଲିସ କମିଶନର ତଥା ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କ ବିରୋଧରେ ବିଚାରାଧୀନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହି ଆବେଦନରେ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଏବଂ ତାଙ୍କ ସେବାରେ ଏକ ବର୍ଷ ବୃଦ୍ଧିକୁ ବେଆଇନ୍ କହି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି। ନବରାତ୍ରି ପୂଜା ଚାଲି ଥିବାବେଳେ ଏହି ସମୟରେ କିଛି ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ପ୍ଲାନିଂ କରିଥିଲେ ବୋଲି ଜଣାପଡ଼ିଛି।
ଜଣେ ଭଲ ଡ୍ୟାନ୍ସର ହେବା ପାଇଁ ଆଶା ରଖିଥିଲେ, ହେଲେ ତାଙ୍କର ଏହି ଆଶା ଆଶାରେ ହିଁ ରହିଗଲା। ଆଉ ମଉଳିଗଲା ସବୁ ସ୍ୱପ୍ନ। ଭଲ ଡ୍ୟାନ୍ସର ହୋଇ ନପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଏମିତିକି ଚୀନ କହିଛି ଉପୁଜିଥିବା ପରିସ୍ଥିତିକୁ ଭାରତ ସରକାର ହୃଦବୋଧ କରୁ ନ ଥିବା ଭଳି ଲାଗୁଛି। ଚୀନର ଏଭଳି ଆରରଣ ପରେ ପୂର୍ବ ଲଦାଖର ଉଭୟ ପଟେ ଦୁଇ ଦେଶ ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି। ଆଗକୁ ପୂର୍ବ ଲଦାଖରେ ତାପମାତ୍ରା ମାଇନସ ୩୦ ଡିଗ୍ରୀ ହେବାକୁ ଥିବାରୁ ଏହା ସମସ୍ୟା ସୃଷ୍ଟି କରିପାରେ।
ଏନକାଉଣ୍ଟର ବେଳେ ୩ ଆତଙ୍କବାତୀ ନିହତ । କାଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ଭିତରେ ଚାଲିଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି
ଆଜି ୨୮ତମ ନ୍ୟାଶନାଲ ହ୍ୟୁମାନ୍ ରାଇଟ୍ସ କମିଶନ ପ୍ରତିଷ୍ଠା ଦିବସ। ଏହି ଅବସରରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ଶୋପିଆନ୍ରେ ଆଜି ସକାଳେ ଏକ ଏନ୍କାଉଣ୍ଟର ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ଏହି ଏନକାଉଣ୍ଟରରେ ଲଶ୍କର-ଇ-ତାଇବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? ଦିନକୁ ଦିନ କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି । କୋଇଲା ଏବଂ ଶକ୍ତି ମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୈଠକ । ଶକ୍ତି ମନ୍ତ୍ରୀ ଆରକେ ସିଂହ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ NTPC, କୋଇଲା, ଶକ୍ତି ମନ୍ତ୍ରାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରବିବାର ସା ଠାରୁ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲ୍ଲାରେ ବର୍ଷା ହେବା ସହ ବିଶେଷ କରି ପାହା଼ଡିଆ ଅଞ୍ଚଳରେ ବରଫପାତ ହୋଇଥିବା ଜଣାପଡିଛି । ଜୋଜିଲା ପାସ୍, ଅମରନାଥ ଏବଂ ସିନ୍ଧ ଟପ୍ କରନାରେ ବରଫପାତ ହୋଇଛି ।
ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।
ତିନି ଦିନିଆ ରିମାଣ୍ତରେ ଗଲେ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ତିନି ଦିନିଆ ପୋଲିସ ରିମାଣ୍ତକୁ ପଠାଯାଇଛି । ଆଶିଷ ବର୍ତ୍ତମାନ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତରେ ରହିଥିବାବେଳେ, ଗତ ୯ ତାରିଖରେ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଏହାସହ ରବିବାର ଦିନ ତଦନ୍ତକାରୀ ଟିମ୍ ଦ୍ୱାରା ହିଂସାକାଣ୍ଡ ଘଟଣା ସ୍ଥଳକୁ ଯାଇ ସିସିଟିଭି ଯାଂଚ କରାଯାଇଥିଲା ।
ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା। ମାସକୁ ୧୫ ଶହ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା। ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ। ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟରେ ଅନେକ ବିକଳ୍ପ ରହିଛି