ନିର୍ବାଚନ ଆସିଲେ ଏମିତିକି ତରିକା ଦେଖିବାକୁ ମିଳେ। କର୍ମୀଙ୍କୁ ହାତ ଛଡା କରିବାକୁ ଚାହାଁନ୍ତିନି ନେତା। କାଳେ ଭୟ, ଛାଡି ପଲେଇବେ ସେଥି ପାଇଁ କେମିତି ମହାପ୍ରସାଦ ଛୁଆଁ ପର୍ବ ଚାଲିଛି ଆସନ୍ତୁ ଦେଖିବା...
ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି। ଜାଣନ୍ତୁ ଡୋଲୋ-୬୫୦ ମେଡିସିନର ମାଲିକ କିଏ...
ଗାଁରେ ଭାଲୁ ଆତଙ୍କ । ନବରଙ୍ଗପୁର ଉମରକୋଟ ବ୍ଲକ୍ ଅନ୍ତର୍ଗତ UV-୧୧ ନାଏକଗୁଡ଼ା ଗାଁରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଲୋକଙ୍କ ଗହଳି ଦେଖି ଭାଲୁଟି ଭୟରେ ନିକଟରେ ଥିବା ଏକ ନିମ୍ବ ଗଛ ଉପରେ ଚଢ଼ି ଯାଇଛି । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି ।
ଗାଁରେ ଭାଲୁ ଆତଙ୍କ । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି । ଘଟଣାସ୍ଥଳରେ ନବିଭାଗର ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ।
କ୍ଷମା ମାଗିଲା ନେସ୍ଲେ ଇଣ୍ଡିଆ। ଶେଷରେ କିଟ୍କାଟ୍ ଚକଲେଟକୁ ବଜାରରୁ ଫେରାଇ ନେଲା ସ୍ୱିସ୍ କମ୍ପାନୀ ନେସଲେ ଇଣ୍ଡିଆ। ସାରା ଭାରତରେ ବିରୋଧ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍ଲେ ଇଣ୍ଡିଆ।
କମ୍ ବୟସରେ କମାଲ୍ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।
ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି ।
ହ୍ୱାଟସଆପ୍ ଗ୍ରୁପ ଆଡମିନ୍ ଏସବୁ କଥା ନିହାତି ଜାଣିବା କଥା। ନଚେତ୍ କୌଣସି ସମୟରେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ। ଏସବୁ ଭୁଲ୍ ଯଦି କରୁଥାନ୍ତି, ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ନଚେତ୍..
ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ କରୋନା କାଳରେ ସମୟର ସଦୁପୋଯୋଗ କରି ବିଦ୍ୟାଳୟର ପରିବେଶକୁ ଅତି ସୁନ୍ଦର କରି ଗଢି ତୋଳିବା ସହିତ ଅଚଂଳ ପାଇଁ ଉଦାହରଣ ପାଳଟିଯାଇଛନ୍ତି । ଏହି ସୈାର୍ନ୍ଦଯ୍ୟଭରା ପରିବେଶକୁ ଦେଖି ଏଇ ରାସ୍ତାଦେଇ ଯାଉଥିବା ପଥିକ ମଧ୍ୟ ଘଡିଏ ଅଟକି ଯାଉଛି ଏବଂ ବାଧ୍ୟ ହେଉଛି ଫୁଳଗଛ ଓ ଏବଂ ବିଦ୍ୟାଳୟ ସହିତ ଗୋଟିଏ ଫଟୋ ଉଠାଇବା ପାଇଁ
ସେ ଯୁକ୍ତ ୩ ବାଣିଜ୍ୟ ଛାତ୍ର। ୟୁଟ୍ୟୁବ ଦେଖି ନିଜ ହାତରେ ତିଆରି କଲେ ଏକ ସ୍ପୋର୍ଟସ କାର। ଯାହାକୁ ନେଇ ଚାରିଆଡ଼େ ତାଙ୍କ ଚର୍ଚ୍ଚା। ଏବେ ଜାଣନ୍ତୁ ସେ କିଏ? କାହିଁକି ଏମିତି କାର୍ ତିଆରି କରିବାକୁ ହେଲା ମନ?
ସେ ଥିଲେ ଭାରତ ମାଆର ବୀରପୁଅ। ଯାହାଙ୍କ ନାଁ ଶୁଣିଲେ ଥରହର ହେଉଥିଲେ ଇଂରେଜ। ଯୁଦ୍ଧ କରିବା ତ ଦୂରର କଥା ତାଙ୍କ ନାଁ କାନରେ ପଡିଲେ ପଛେଇ ପଛେଇ ଧାଉଁଥିଲେ ଗୋରା ସାହେବ। ଆମେ କହୁଛୁ ଭାରତର ସେହି ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ତଥା ସାରା ବିଶ୍ଵରେ ନେତାଜୀ ଭାବେ ପରିଚିତ ସୁଭାଷ ଚନ୍ଦ୍ର ବୋଷଙ୍କ କଥା। ସେହି ବିସ୍ମୟ ବିଦ୍ରୋହୀ ସଂଗ୍ରାମୀଙ୍କୁ ‘ଓଟିଭି’ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି…
ଏହି ଆପ୍ରେ ଆପଣ ଗ୍ୟାସ୍ ବୁକିଂ କଲେ ୫୦ ଟଙ୍କା କମ୍ରେ ମିଳିବ ଗ୍ୟାସ୍। ତେବେ ଜାଣନ୍ତୁ କେମିତି ଓ କେଉଁ ଆପ୍ରେ ବୁକିଂ କରିବେ ଗ୍ୟାସ୍.
ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ୨୩ ଜାନୁଆରି ୧୮୦୯ରେ ଜନ୍ମଗ୍ରହଣ କରିଥିବା ବୀର ସୁରେନ୍ଦ୍ର ସାଏ ୨୮ ଫେବ୍ରୁଆରି ୧୮୮୪ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ ।
ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଲାଗି ସଜେଇ ହୋଇଛି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ । ଲଳିତ ଏକାଡେମୀ ପକ୍ଷରୁ ବଛା ବଛା ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ପ୍ରସ୍ତୁତି ସରିଛି । କିଏ ନେତାଜୀଙ୍କ ବିଦେଶ ଗସ୍ତକୁ ଭାସ୍କର୍ଯ୍ୟ କଳା ମାଧ୍ୟମରେ ପ୍ରଦର୍ଶିତ କରିଛି, ତ ଆଉ କିଏ ସ୍ୱାଧୀନତା ସଂଗ୍ରାମକୁ ପ୍ରତିଫଳିତ କରିଛି ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ନେତାଙ୍କର ନେତା । ସେଇଥିପାଇଁ ତାଙ୍କୁ ସମସ୍ତେ ନେତାଜୀ ବୋଲି ଡାକୁଥିଲେ । ଏହି ମହାନ୍ ଦେଶପ୍ରେମୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ 1897 ମସିହା ଜାନୁଆରୀ 23 ତାରିଖରେ କଟକ ସହରର ଓଡିଆ ବଜାରରେ ରେ ଜନ୍ମଗ୍ରହଣ କରିଥିଲେ ।
ମାଲକନଗିରିରେ ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳବାସୀ ଭାବିଥିଲେ ଦୂର ହେବ ସେମାନଙ୍କ ଦୁଃଖ । ହେଲେ ଏବେ ବିଛିନ୍ନାଞ୍ଚଳର ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ ବୋଟ ଆମ୍ବୁଲାନ୍ସ ।
ସ୍ୱାଭିମାନ ଅଞ୍ଚଳର ଅନେକା ଗାଁ ବାଲିମେଳା ଜଳଭଣ୍ଡାର କୂଳରେ ଅବସ୍ଥିତ । ତେଣୁ ଏହି ଜଳପଥ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀ ମେଡିକାଲରେ ପହଞ୍ଚିବା ଆହୁରି ସୁଗମ ହୋଇପାରିବ ବୋଲି ଆଶା କରିଛନ୍ତି ଲୋକେ ।
ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି ।
ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି । ସେମିତି ସୋନପୁରରେ ଏକ ବରଯାତ୍ରୀ ଗା଼ଡ଼ି ମହାନଦୀ ପୋଲ ଉପରେ ଟ୍ରକ୍ ସହ ପିଟି ହେବାରୁ ୫ ଜୀବନ ଚାଲିଯାଇଛି ।
ଗତ ଦୁଇ ବର୍ଷ ହେବ ଘରୋଇ ବିବାଦକୁ ନେଇ ସପନା ଅଗ୍ରୱାଲ ବାହାରେ ରହି ଆସୁଛନ୍ତି । ସ୍ୱାମୀଙ୍କ ଘରେ ରହିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜେଶ ତାଙ୍କୁ ଘରେ ପୁରାଉ ନାହାନ୍ତି । ଏଥିପାଇଁ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି । ଏମିତିକି ସପନା କିଛି ଦିନ ପାଇଁ ଜେଲ ମଧ୍ୟ ଯାଇଛନ୍ତି
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଭକ୍ତଙ୍କୁ ଭଗବାନଙ୍କଠାରୁ କାହିଁକି ଦୂରରେ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଓଭର ବ୍ରିଜ୍ ଉପରୁ ତଳକୁ ଖସିଲା କାର୍। ଭୁବନେଶ୍ୱର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ଉପରୁ ଏକ କାର୍ ଖସି ପଡ଼ିଥିଲା। କେଉଁ ପରିସ୍ଥିତିରେ କାର୍ ବ୍ରିଜ୍ ଉପରୁ ତଳକୁ ଖସିଲା ? ତାହା ଜଣାପଡ଼ି ନାହିଁ।
ଏକ କୋଇଲା ବୋଝେଇ ଟ୍ରକ୍ ପଛପଟୁ ବସ୍କୁ ଧକ୍କା ଦେବାରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ପ୍ରଥମେ ପ୍ରେମ ପ୍ରତିଶ୍ରୁତି ପରେ ପ୍ରତାରଣା ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ପ୍ରତାରଣା ଅଭିଯୋଗ ।