• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(ରିପୋର୍ଟ-ମାନସ ରଞ୍ଜନ ମହାନ୍ତି): ଟିଟ୍‌ଲାଗଡ଼ରେ ପୁଣି ଜଣେ ତପସ୍ୱିନୀ । ରିପିଟ୍‌ ହେଲା ତପସ୍ୱିନୀ-ସୁମିତ ବିବାଦ ମାମଲା । ବ୍ରହ୍ମପୁର ବ୍ରହ୍ମାନଗରରେ ସ୍ୱାମୀ ସୁମିତଙ୍କ ଘର ଆଗରେ ବସିଥିଲେ ପତ୍ନୀ ତପସ୍ୱିନୀ । ଏବେ ଠିକ୍‌ ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଟିଟ୍‌ଲାଗଡ଼ର ସ୍ୱାଧୀନପଡ଼ା ଗାଁରେ । ସ୍ୱାମୀ ରାଜେଶଙ୍କ ସହ ଘରେ ଏକାଠି ରହିବା ପାଇଁ ଦାବି କରିଛନ୍ତି ପତ୍ନୀ ସପନା । ତେଣୁ ସେ ମଧ୍ୟ ଧରିଛନ୍ତି ସ୍ୱାମୀଙ୍କ ଘର ଆଗରେ ବସି ଆନ୍ଦୋଳନ କରିବାର ଫଣ୍ଡା । ଦୀର୍ଘ ସମୟ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣରେ ବସିଲେ ସପନା । ରାଜେଶ-ସପନାଙ୍କ ବିବାହକୁ ପ୍ରାୟ ୧୪ ବର୍ଷ ପୁରିଲାଣି । ଉଭୟଙ୍କ ୩ଟି ସନ୍ତାନ ରହିଛି ।

ତେବେ ଗତ ଦୁଇ ବର୍ଷ ହେବ ଘରୋଇ ବିବାଦକୁ ନେଇ ସପନା ଅଗ୍ରୱାଲ ବାହାରେ ରହି ଆସୁଛନ୍ତି । ସ୍ୱାମୀଙ୍କ ଘରେ ରହିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜେଶ ତାଙ୍କୁ ଘରେ ପୁରାଉ ନାହାନ୍ତି । ଏଥିପାଇଁ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି । ଏମିତିକି ସପନା କିଛି ଦିନ ପାଇଁ ଜେଲ ମଧ୍ୟ ଯାଇଛନ୍ତି ।

ସପନା ଓ ରାଜେଶଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ କୋର୍ଟରେ ବିଚାରଧିନ ରହିଛି । ମାମଲା ସମାଧାନ ହେବା ଯାଏଁ ସପନା ଚାହୁଁଛନ୍ତି ରାଜେଶଙ୍କ ସହ ଏକାଠି ଘରେ ରହିବେ । ହେଲେ ରାଜେଶ ଏହାକୁ ସ୍ୱୀକାର କରୁନାହାନ୍ତି । ସପନାଙ୍କ କହିବାନୁଯାୟୀ କୋର୍ଟରେ କେସ ବିଚାରଧିନ ଥିବାରୁ ରାଜେଶଙ୍କ ଘରେ ମଧ୍ୟ ତାଙ୍କର ଅଧିକାର ରହିଛି । ସେ ଏହି ଘରେ ରହିବେ ନହେଲେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଏହି ଘଟଣା ନେଇ ରାଜେଶ କହିଛନ୍ତି ମାମଲା ବର୍ତ୍ତମାନ ବିଚାରଧିନ ଅଛି । ସପନା ଯଦି ଘରେ ରୁହନ୍ତି ତେବେ ବୁଦ୍ଧ ମାଆ ଓ ଛୁଆଙ୍କ ଜୀବନ ପ୍ରତି ବିପଦ ରହିଛି । ସେ ଆହୁରି ମଧ୍ୟ ରହିଛନ୍ତି ସପନାଙ୍କ ସହ ଗୋଟିଏ ଛାତ ତଳେ ରହିବା ଅସମ୍ଭବ । କୋର୍ଟରେ ମାମଲା ବିଚାରଧିନ ରହିଛି, କୋର୍ଟ ଯାହା ଦିର୍ନେଶ ଦେବେ ସେହି ଅନୁସାରେ ସେ କାର୍ଯ କରିବେ ।