Advertisment

କିଟ୍‌କାଟ୍ ଚକଲେଟ୍ ଖୋଳରେ ଶ୍ରୀଜଗନ୍ନାଥଙ୍କ ଚିତ୍ର, ବିରୋଧ ପରେ କ୍ଷମା ମାଗିଲା ନେସ୍‌ଲେ

କ୍ଷମା ମାଗିଲା ନେସ୍‌ଲେ ଇଣ୍ଡିଆ। ଶେଷରେ କିଟ୍‌କାଟ୍‌ ଚକଲେଟକୁ ବଜାରରୁ ଫେରାଇ ନେଲା ସ୍ୱିସ୍‌ କମ୍ପାନୀ ନେସଲେ ଇଣ୍ଡିଆ। ସାରା ଭାରତରେ ବିରୋଧ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍‌ଲେ ଇଣ୍ଡିଆ।

author-image
Otv Khabar Bureau
 Special Story | Nestle Apologises For KitKat Packs With Pics Of Lord Jagannath & Siblings

Special Story | Nestle Apologises For KitKat Packs With Pics Of Lord Jagannath & Siblings

କ୍ଷମା ମାଗିଲା ନେସ୍‌ଲେ ଇଣ୍ଡିଆ। ଶେଷରେ କିଟ୍‌କାଟ୍‌ ଚକଲେଟକୁ ବଜାରରୁ ଫେରାଇ ନେଲା ସ୍ୱିସ୍‌ କମ୍ପାନୀ ନେସଲେ ଇଣ୍ଡିଆ।। ସାରା ଭାରତରେ ବିରୋଧ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍‌ଲେ ଇଣ୍ଡିଆ।

Advertisment

ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଫଟୋ ଚିତ୍ର କିଟ୍‌କାଟ୍‌ ଚକଲେଟ୍‌ରେ ଦେଖିବା ପରେ ସାରା ଦେଶରେ ଆରମ୍ଭ ହୋଇଥିଲା ବିରୋଧ। ସୋସିଆଲ ମିଡିଆରେ ନେସ୍‌ଲେ କମ୍ପାନି ଉପରେ ବର୍ଷିଥିଲେ ଲୋକେ। ବୟକଟ ନେସ୍‌ଲେ ହାସଟ୍ୟାଗ ବି ଟ୍ରେଣ୍ଡ କରିଥିଲା। ସାରା ଭାରତର ଲୋକଙ୍କ ରୋଷର ଶିକାର ହେବା ପରେ ନେସ୍‌ଲେ ଇଣ୍ଡିଆ କ୍ଷମା ମାଗିଛି। ଏହା ସହ କମ୍ପାନି ମହାପ୍ରଭୁଙ୍କ ଫଟୋ ଥିବା ଚକଲେଟକୁ ବଜାରରୁ ପ୍ରତ୍ୟାହାର କରି ନେଇଥିବା ସଫେଇ ଦେଇଛି।

ଟ୍ୱିଟ ମାଧ୍ୟମରେ ନେସ୍‌ଲେ କମ୍ପାନୀ କହିଛି, ଏଭଳି ଘଟଣାର ସମ୍ବେଦନଶୀଳତାକୁ ଆମେ ବୁଝିଛୁ। ଏଥି ପାଇଁ ଆମେ କ୍ଷମା ଚାହୁଁଛୁ। ଆମର ଅନିଚ୍ଛା ସତ୍ତ୍ୱେ ଯଦି ଏପରି ଘଟଣା କାହାରିକୁ ଆଘାତ ଦେଇଥାଏ, ତାହେଲେ ଆମେ ଦୁଃଖିତ। ଏମିତିକି ଯେଉଁମା‌ନେ ସୋସିଆଲ ମିଡିଆରେ ବ୍ୟକ୍ତିଗତ ଭାବେ ଅଭିଯୋଗ କରିଥିଲେ କିମ୍ବା ପ୍ରଶ୍ନ ଉଠାଇଥିଲେ ନେସ୍‌ଲେ କମ୍ପାନୀ ସେମାନଙ୍କୁ ସ୍ପଷ୍ଟୀକରଣ ଦେବା ସହ କ୍ଷମା ପ୍ରାର୍ଥନା କରିଛି।

Advertisment

ଚକଲେଟ ଖୋଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦର୍ଶିତ କରି ନେସ୍‌ଲେ କଂପାନୀ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିଛି ବୋଲି ସୋସିଆଲ ମିଡିଆରେ ଅଭିଯୋଗ ପରେ କମ୍ପାନୀ ସଫେଇ ଦେଇ କହିଛି, କିଟକାଟର ଏ ଚକୋଲେଟଗୁଡ଼ିକ ଟ୍ରାଭେଲ୍ ପ୍ୟାକ୍‌ ନାମ‌ରେ ବଜାରକୁ ଆସିଥିଲା। ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଏପରି ପ୍ରୟାସ ହୋଇଥିଲା। ଓଡ଼ିଶାର ପୂରାତନ ପଟ୍ଟଚିତ୍ରକୁ ପ୍ରଦର୍ଶିତ କରିବା ଓ ଏହାର ଶିଳ୍ପୀମାନଙ୍କ ସଂପର୍କରେ ଜାଣିବା ପାଇଁ ଉତ୍ସାହ ସୃଷ୍ଟି କରିବା ନିମନ୍ତେ ଏହା କରାଯାଇଥିଲା। ତେବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍‌ଲେ ଇଣ୍ଡିଆ କ୍ଷମା ମାଗିବାକୁ ବାଧ୍ୟ ହୋଇଛି।

ଗତବର୍ଷ ଏପ୍ରିଲ ମାସରେ ‘ଟ୍ରାଭେଲ୍ସ ବ୍ରେକ୍‌’ ନାମରେ କିଟ୍‌କାଟ୍‌ ଚକୋଲେଟ୍‌ ଏକ ନୂଆ ଖୋଳରେ ଆସିଥିଲା। ଏଥିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଫଟୋ ରହିଥିଲା। ଏହି ଫଟୋରେ ଏକାମ୍ର ହାଟରେ ଥିବା ହସ୍ତତନ୍ତ ଉତ୍ପାଦକୁ ପ୍ରଶଂସା କରାଯାଇଥିଲା। ବେଶ୍‌ କିଛି ଦିନ ଧରି ନେସଲେର ଏହି ଉତ୍ପାଦ ବଜାରରେ ବିକ୍ରି ହୋଇଥିଲା। ଭଲ ବିକ୍ରି ହେଉଥିବାରୁ କଂପାନୀ ଅଧିକରୁ ଅଧିକ ଉତ୍ପାଦନ କରିଥିଲା। ତେବେ ଏହାର ଖୋଳ ଏଣେତେଣେ ପଡ଼ିବାରୁ ଚର୍ଚ୍ଚାକୁ ଆସିଥିଲା। ଏମିତିକି ଅନେକ ସ୍ଥାନରେ ଜଗନ୍ନାଥଙ୍କ ଫଟୋ ଥିବା ଏହି ‌ଚକୋଲେଟ୍‌ ଖୋଳ ଉପରେ ଲୋକମାନେ ଚଢ଼ିବା ଓ ନାଳନର୍ଦ୍ଦମାରେ ପଡ଼ିବା ପରେ ଘୋର ବିରୋଧର ସମ୍ମୁଖୀନ ହୋଇଥିଲା କଂପାନୀ। ତୁରନ୍ତ ମହାପ୍ରଭୁଙ୍କ ଫଟୋକୁ ଖୋଳରୁ ହଟାଇବା ପାଇଁ ସୋସିଆଲ ମିଡିଆ ଜରିଆରେ ଦାବି କରିଥିଲେ ଶହ ଶହ ସଂସ୍କୃତିପ୍ରେମୀ।

Special Story
Advertisment
Advertisment