• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କମ୍‌ ବୟସରେ କମାଲ୍‌ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ।

ନିଜ ଜ୍ଞାନ କୌଶଳରେ ବାପାଙ୍କ ପୁରୁଣା ଗାଡିର ଇଞ୍ଜିନକୁ ବ୍ୟବହାର କରି ପ୍ରାୟ ୬ମାସ ଭିତରେ ସେ ଏହି ଗାଡ଼ିଟିକୁ ପ୍ରସ୍ତୁତ କରିଛନ୍ତି । ଗାଡିରେ ଦୁଇ ଚକିଆ, ଚାରି ଚକିଆ ଭଳି ଗାଡ଼ିର ପୁରୁଣା ଅଦରକାରୀ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି । ହାତରେ ତିଆରି ହୋଇଥିବା ଏହି କାରରେ ଅନ୍ୟ ସାଧାରଣ କାରଗୁଡିକ ଭଳି ଫ୍ରଣ୍ଟ ଗିଅର ଏବଂ ବ୍ୟାକ ଗିଅର ମଧ୍ୟ ରହିଛି ।

ଏନେଇ ସୁଶାନ୍ତ କହିଛନ୍ତି ଯେ, ‘ଘରେ ଗୋଟେ ପୁରୁଣା ୟୁନିକର୍ନ ବାଇକ୍‌ ଥିଲା । ବାପା ତାହାକୁ ବିକ୍ରି କରିବାକୁ କହିଥିଲେ । ହେଲେ ମୁଁ ବିକ୍ରି ନ କରି ନିଜେ ସେଥିରୁ ଗୋଟେ ଗାଡି ପ୍ରସ୍ତୁତ କରିଛି । ୟୁଟ୍ୟୁବ୍‌ ଦେଖି ବିଭିନ୍ନ ପ୍ରଣାଳୀ ଦେଖିବା ସହ ନିଜେ ତାହା ପ୍ରସ୍ତୁତ କରିଛନ୍ତି । ’

କାହିଁକି ଏମିତି କାର୍ ତିଆରି କରିବାକୁ ମନ ହେଲା ?

ସୂଚନା ଅନୁସାରେ, ଛୋଟବେଳରୁ ସୁଶାନ୍ତଙ୍କ ଅଟୋମୋବାଇଲ୍‌ ସେକ୍ଟରରେ କାମ କରିବାର ଇଛା ଥିଲା । ଏମିତିକି ବାଣିଜ୍ୟ ବିଭାଗରେ ଅଧ୍ୟୟନ କରି ମଧ୍ୟ ସେ ଅଟୋମୋବାଇଲ୍‌ ସେକ୍ଟରରେ ଆଗ୍ରହୀ ଥିଲେ । ଏଥିପାଇଁ ସେ ଅନ୍‌ଲାଇନ୍‌ରେ ବିଭିନ୍ନ ଭିଡିଓ ଦେଖିବା ସହ ଏହି ବିଷୟରେ ବିଭିନ୍ନ ତଥ୍ୟମାନ ଜାଣିବାକୁ ପ୍ରୟାସ କରୁଥିଲେ । ସମୟ ସହ ସୁଯୋଗ ମିଳିବାରୁ ସେ ଏଭଳି ନିଆରା କଳାକୃତି ଦେଖାଇ ଅଞ୍ଚଳରେ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି । ଏତେ କମ୍‌ ବୟସରେ ସ୍ପୋର୍ଟସ୍ କାର୍ ତିଆରି କରି ସେ ଯୁବପିଢ଼ୀ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।