• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନା ବଦଳାଇଦେଲା ସ୍କୁଲର ଚିତ୍ର । ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ । ଦିବ୍ୟାଙ୍ଗ ଶିକ୍ଷକଙ୍କ ବୁଦ୍ଧି ବଳରେ ଶିକ୍ଷାନୁଷ୍ଠାନ ପାଲଟିଗଲା ମନୋରମ ଉଦ୍ୟାନ । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରିବା ସହିତ ମନୋରମ ପରିବେଶକୁ ଉପଭୋଗ କରିବା ସହ ସଚେତନତାର ବାର୍ତ୍ତା ବି ପାଇବେ । ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକଙ୍କ ଏହି ଅବଦାନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି । ଓଡିଶାର ଅନ୍ୟ ସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ବ୍ଲକ ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ।

ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ବ୍ଲକ ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମନୋରମ ଦୃଶ୍ୟ ଦେଖିରେ ସମସ୍ତେ ଘଡ଼ିଏ ଚାହିଁ ରହିବେ । ସ୍କୁଲର ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ ହେମସାଗର ବାଗଙ୍କ ବୁଦ୍ଧି ବଳରେ ସ୍କୁଲର ରୂପ ପରିବର୍ତ୍ତନ ହୋଇଯାଇଛି । ପ୍ରଧାନ ଶିକ୍ଷକ, ସ୍କୁଲ କମିଟି,ସରପଚଂ,ପୁରାତନ ଛାତ୍ରଛାତ୍ରୀ ମାନେ ଏକତ୍ରୀତ ହୋଇ ତଥା ସରକାରକଂ ମୋ ସ୍କୁଲ ଅଭିଯାନର ସହଯୋଗରେ ସୁନ୍ଦର ସୁନ୍ଦର ବୃକ୍ଷରାଜିକୁ ନେଇ ବିଦ୍ୟାଳୟର ପରିବେଶକୁ ମଧ୍ୟ ଉତମକରି ଗଢି ତୋଳିଛନ୍ତି ।

ସ୍କୁଲର ମୁଖ୍ୟ ଫାଟକ ଠାରୁ ଆରମ୍ଭକରି ସ୍କୁଲ ଏବେ ସବୁଜ ବନାନୀରେ ପରିପୂର୍ଣ୍ଣ । କେବଳ ସବୁଜ ବନାନୀ କାହିଁକି ସ୍ମାର୍ଟ ସ୍କାଲ ରୁମ୍ ଠାରୁ ଆରମ୍ଭ କରି ୩୫ ପ୍ରକାରର ଫୁଲଗଛ,୩୫ ପ୍ରକାରର ଔଷଧୀୟ ବୃକ୍ଷ ମଧ୍ୟ ଲାଗିଛି । ସେହିପରି ସ୍କୁଲର କାନ୍ଥରେ ୱାଲ ପେଣ୍ଟିଂ ମାଧ୍ୟମରେ ମହା ପୁରୁଷ ମାନଙ୍କ ଚିତ୍ର, କଳା ସଂସ୍କୁତିର ଝଲକ ଚିତ୍ର ଅଙ୍କା ଯାଇଥିବା ବେଳେ କୁତ୍ରିମ ଝରଣା, ହାତୀ, ହରିଣ, ଜିରାଫ ଆଦି ମଧ୍ୟ ତିଆରି କରାଯାଇଛି ।

schoolଦିବ୍ୟାଙ୍ଗ ଶିକ୍ଷକ ସ୍କୁଲରେ କାମ କରୁଥିବାର ଦୃଶ୍ୟ

 

ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ କରୋନା କାଳରେ ସମୟର ସଦୁପୋଯୋଗ କରି ବିଦ୍ୟାଳୟର ପରିବେଶକୁ ଅତି ସୁନ୍ଦର କରି ଗଢି ତୋଳିବା ସହିତ ଅଚଂଳ ପାଇଁ ଉଦାହରଣ ପାଳଟିଯାଇଛନ୍ତି । ଏହି ସୈାର୍ନ୍ଦଯ୍ୟଭରା ପରିବେଶକୁ ଦେଖି ଏଇ ରାସ୍ତାଦେଇ ଯାଉଥିବା ପଥିକ ମଧ୍ୟ ଘଡିଏ ଅଟକି ଯାଉଛି ଏବଂ ବାଧ୍ୟ ହେଉଛି ଫୁଳଗଛ ଓ ଏବଂ ବିଦ୍ୟାଳୟ ସହିତ ଗୋଟିଏ ଫଟୋ ଉଠାଇବା ପାଇଁ । ଏଠିକାର ପ୍ରାକୃତିକ ପରିବେଶ ରାସ୍ତାଦେଇ ଯାଉଥିବା ବାଟୋଇଙ୍କୁ ସତରେ ଆନମନା କରିଦେଉଛି ।

କରୋନା ମହାମାରୀ ପାଇଁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଥିଲେ । ଯେଉଁଥିପାଇ ଛାତ୍ରଛାତ୍ରୀ ଦୁଇ ବର୍ଷ ହେଲା ସ୍କୁଲକୁ ଆସୁ ନଥିଲେ । କିନ୍ତୁ ସ୍କୁଲର ପ୍ରଧାନଶିକ୍ଷକ ହାଡ଼ଭଙ୍ଗା ପରିଶ୍ରମ କରି ସ୍କୁଲକୁ ଉଦ୍ୟାନରେ ପରିଣତ କରିଛନ୍ତି ।

ଆଗାମୀ ଦିନରେ ଏହି ମଣିଷ ତିଆରି କାରଖାନାରେ ଛାତ୍ରଛାତ୍ରୀ ମାନେ କେବଳ ନିଜ ପାଠପଢା ସହ ପରିବେଶ ଉପରେ ମଧ୍ୟ ଅନେକ ଶିକ୍ଷାଲାଭ କରିପାରିବେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ତାହା ଉଚିତ୍ ଦିଗ୍‌ଦର୍ଶନ ଦେବା ସହିତ ସମାଜକୁ ମଧ୍ୟ କିଛି ସନ୍ଦେଶ ଦେବ ।