• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆଜି ନେତାଜୀଙ୍କ ୧୨୫ ତମ ଜନ୍ମବାର୍ଷିକୀ

  • କରୋନା କଟକଣା ଯୋଗୁଁ ପ୍ରସ୍ତୁତି ଟିକେ ଫିକା ପଡିଛି

ଆଜି ମହାନ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଏଥିପାଇଁ କଟକ ଓଡିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବେଶ ଚଳଚଞ୍ଚଳ ହୋଇପଡିଛି । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ପ୍ରସ୍ତୁତି ଟିକେ ଫିକା ପଡିଛି । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ନେତାଜୀଙ୍କ ସ୍ମୁତି ଉଦ୍ଦେଶ୍ୟରେ କିଛି କାର୍ଯ୍ୟକ୍ରମ ରଖାଯାଇଛି । ଓଡିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ କଟକର ୧୫ ଜଣ ବଛା ବଛା ଶିଳ୍ପୀଙ୍କୁ ନେଇ ପ୍ରଦର୍ଶିତ ହେବ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ, ଯେଉଁଥିରେ ନେତାଜୀଙ୍କ ଜୀବନୀକୁ ନେଇ ରହିଛି ବିଭିନ୍ନ ଥିମ୍ ।

ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଲାଗି ସଜେଇ ହୋଇଛି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ । ଲଳିତ ଏକାଡେମୀ ପକ୍ଷରୁ ବଛା ବଛା ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ସଚିବ ପଞ୍ଚାନନ ସାମଲ । କିଏ ନେତାଜୀଙ୍କ ବିଦେଶ ଗସ୍ତକୁ ଭାସ୍କର୍ଯ୍ୟ କଳା ମାଧ୍ୟମରେ ପ୍ରଦର୍ଶିତ କରିଛି, ତ ଆଉ କିଏ ସ୍ୱାଧୀନତା ସଂଗ୍ରାମକୁ ପ୍ରତିଫଳିତ କରିଛି ।

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକଟି ଭାସ୍କର୍ଯ୍ୟ କଳା ନେତାଜୀଙ୍କ ଜୀବନୀ ଉପରେ ଆଧାରିତ ହୋଇଛି । ସେଗୁଡିକ ବେଶ ଆକର୍ଷଣୀୟ ତଥା ପ୍ରେରଣା ଦାୟୀ ହୋଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଏହା ନିଶ୍ଚିତ ରୂପେ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରଖିଛନ୍ତି ଆୟୋଜକ ଏବଂ ଶିଳ୍ପୀ ।

ଏପଟେ ରାଜ୍ୟରେ କରୋନା କଟକଣା ଲାଗି ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ଗ୍ୟାଲେରୀକୁ କାହାରିକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନି । ଯଦିଓ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟରେ ଥିବା ଗ୍ୟାଲେରୀ ଓ ଗାଡେନରେ ସମସ୍ତ ପ୍ରକାରର ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି ।

ତେବେ ସାଧାରଣ ଲୋକେ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ସଂଗ୍ରହାଳୟ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ କେବଳ ମାଲ୍ୟର୍ପଣ କରିବାର ସୁଯୋଗ ପାଇବେ । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅତିଥି ଭାବେ ଏଥିରେ ଯୋଗଦେବେ । ପତାକା ଉତ୍ତୋଳନ ଏବଂ ହୋମଯଜ୍ଞ ଆଦି କରାଯିବାର କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟର- ଦେବାଶିଷ ମହାନ୍ତି