ନଳକୂପ ଅଚଳ ଥିବାରୁ କେଉଁଠି ଝରଣାର ଚୁଆ ପାଣି ଭରସା, ତ କେଉଁଠି ଗାଁ କୂଅ। ସକାଳୁ ସକାଳୁ ପାଣି ପାଇଁ ଗାଁ କୂଅ ଆଗରେ ଲାଗୁଛି ଲମ୍ବା ଲାଇନ୍। ଅପରିଷ୍କାର ପାଣି ପିଇ ଅନେକ ସମୟରେ ଲୋକେ ନାନା ରୋଗରେ ବି ଆକ୍ରାନ୍ତ ମଧ୍ୟ ହେଉଛନ୍ତି।
ହ୍ୱାଟ୍ଆପ୍ ତ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ ଜାଣନ୍ତି କି ଆମେ ବ୍ୟବହାର କରୁଥିବା ହ୍ୱାଟ୍ଆପ୍ ପଡିପାରେ ମହଙ୍ଗା । ଏମିତିକି ହ୍ୱାଟ୍ଆପ୍ ପାଇଁ ଆପଙ୍କୁ ଦେବାକୁ ପଡିପାରେ ଭାରିଭରକମ୍ ଜୋରିମାନ । କେବଳ ଏତିକି ନୁହେଁ ଏହା ବ୍ୟତୀତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ ।
ଓଭରବ୍ରିଜ୍ ଉପରେ ଯୁବକ ଜଣକ ଯାଉ ଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବନ ବିଭାଗରେ ଏମିତି ବି କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ସାହସିକତା ଯୋଗୁ ଅନେକ ଧନଜୀବନ ବଂଚି ଯାଇଥାଏ। ଏହିପରି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗେଇ ଗାଁ ଗହଳିରେ ଉଭୟ ହାତୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି।
ଫେଲ୍ ମାରିଲା ଆନ୍ଧ୍ରର ସ୍ୱାସ୍ଥ୍ୟ ସେବା ଚାଲ୍। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆସିଥିଲେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ, ହେଲେ ଲୋକମାନେ ସେମାନଙ୍କ ନିକଟକୁ ଯାଇନଥିଲେ। ଶେଷରେ ଆନ୍ଧ୍ର ଆମ୍ବୁଲାନ୍ସ ଫେରି ଯାଇଥିଲା।
ଶ୍ୟାମ ପ୍ରକାଶଙ୍କ ଅନନ୍ୟ ପ୍ରତିଭା ମିନି ସଂଗ୍ରହାଳୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ପୁରୀ ବଳଗଣ୍ଡିସ୍ଥିତ ଶ୍ୟାମପ୍ରକାଶ ସେନାପତି ନିଜ ବାସ ଭବନରେ ମିନି ମ୍ୟୁଜିୟମ ତିଆରି କରିଛନ୍ତି ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଭାରତୀୟ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଓ୍ୱାଟର ପୋଲୋର ନୂଆ ନୂଆ ଟେକନିକ୍ ଦିଆଯାଉଛି ।
ସାରା ବିଶ୍ୱକୁ କବଳିତ କରି ସାରିଛି କରୋନା ଭାଇରସ୍। ଅନେକ ଲୋକଙ୍କ ପ୍ରାଣ ନେଇଛି ଅନେକକୁ କଲବଲ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏ ଦୁନିଆରେ ବି ଏମିତି ଯାଗା ଅଛି ଯେଉଁଠି ପଡି ନାହିଁ କରୋନାର ଛାଇ। ଆସନ୍ତୁ ଜାଣିବା…
ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ।
ଯେଉଁଥିରେ ସାଇତା ହୋଇ ରହିଛି ୩୦ବର୍ଷର ସ୍ମୃତି ଓ ଅନୁଭୂତି ।
ପୁଅ ଚାଲିଯିବା ପରେ ବିଧବା ବୋହୂର ଦ୍ୱିତୀୟ ବିବାହ କରିଦେଲେ ଶାଶୂ। କହିଲେ, ବୋହୂ ନୁହେଁ ଝିଅ ଥିଲା ସେ ମୋର...ଏତେ ପାଠ ପଢେଇ ଚାକିରି କଲି। କନ୍ୟାଦାନ କରି ମହାପୂଣ୍ୟ କଲି...ଶାଶୂଙ୍କୁ ଚାରିଆଡ଼େ କରାଗଲା ପ୍ରଶଂସା…
ଏମିତି ଜଣେ ମଣିଷ ଯିଏ ଜୀବନକୁ ଭଲ ପାଆନ୍ତି, ସଂସ୍କୃତିକୁ ଭଲ ପାଆନ୍ତି । ନାଁ କମେଇଛନ୍ତି ଜଣେ କଲଚୁରାଲ ଆମ୍ୱାସଡର ଭାବେ । ଘରେ ତିଆରି କରିଛନ୍ତି ଏକ ମ୍ୟୁଜିୟମ । ଏଥିରେ ସାଇତିଛନ୍ତି ସ୍ମୃତି ଓ ଅନୁଭୂତି । ଭେଟନ୍ତୁ, ଏଇ ନିଆରା ମଣିଷଙ୍କୁ ।
ଆରେ ଆରେ...ସେ ଝିଅକୁ ବୟସ ୧୬...ତା’ପାଖରେ ଢାଳିଳେ କ’ଣ ହେବ? ସେ କ’ଣ ତୁମକୁ ଭୋଟ୍ ଦେବ?
ଇଲୋ ହେଇଲୋ...ଗୀତା ଭାଉଜ ଆଉ ଭାଗବତ ଭାଈ ଏଇଠି କ’ଣ କରୁଛ? ମୋ ପାନ ଥରେ ଖାଇଲେ ପାଗଳା ହୋଇଯିବେ ପାନୁଆ...ବେଶି ଦେଢ ଚାଲାଖିଆ କଥାବାର୍ତ୍ତା କରନି କହୁଛି...
ଏହି ସବୁ ଗଣଦୁଷ୍କର୍ମ ମାମଲାକୁ ନେଇ ଦୋହଲିଯାଇଥିଲା ରାଜ୍ୟ ଶାସନଗାଦି। ଉଠିଥିଲା ପଡ଼ିଥିଲା ସାରା ଓଡ଼ିଶା...ବିରୋଧୀଙ୍କ ଗର୍ଜନରେ ବଳି ପଡ଼ିଯାଇଥିଲେ ମନ୍ତ୍ରୀ...୯୯ ମସିହାରେ ସରକାର ବି ଭାଙ୍ଗିଯାଇଥିଲା..
ସୁନାପ୍ରିୟ ଥିଲେ ବାପି ଦା’। ନିଇତି ପିନ୍ଧୁଥିଲେ ପାଖାପାଖି ୬୦୦ ଗ୍ରାମ୍ର ସୁନା ଅଳଙ୍କାର। ହାତରେ ରହୁଥିଲା ୧୫ ମୁଦି, ବେକରେ ପଡ଼ୁଥିଲା ୨୫୦ ଗ୍ରାମ୍ର ଚେନ୍...ଗୀତରେ ବାୟା ହେଉଥିଲେ ଦର୍ଶକ
ସିମ୍ BSNLକରିବାକୁ ଯାଇଥିଲେ। ଦୋକାନୀ କହିଲା ୩ଦିନ ପରେ ହେବ, ଏପଟେ ବ୍ୟାଙ୍କରୁ କଟିଗଲା ୧୨ ଲକ୍ଷ ଟଙ୍କା...ଦେଖନ୍ତୁ କେମିତି ଥିଲା ପୂରା ଘଟଣା...
ମାତ୍ର ପଂଚମ ଶ୍ରେଣୀ ପାଠ ପଢି କଲେକ୍ଟର ହେଲେ କୁନି ଝିଅ ନବ୍ୟା। ସିଟ୍ରେ ବସିବା ସାଙ୍ଗେ ସାଙ୍ଗେ ଦେଲେ ଅର୍ଡ଼ର। କହିଲେ, ସ୍କୁଲରେ ତୁରନ୍ତ ତିଆରି କର ଲାଇବ୍ରେରୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ମନରେ ପୂଳାଏ ସ୍ୱପ୍ନ ରହିଛି। ରାସ୍ତା ଲମ୍ବା ଜାଣି ବି ହାର ମାନିନାହାନ୍ତି ବରଂ ନିଜକୁ ସଫଳ କରିବାକୁ ଚେଷ୍ଟା କରୁଛନ୍ତି...ଦେଖନ୍ତୁ କେମିତି ସଂଘର୍ଷ କରି ଚାଲିଛନ୍ତି “ଆଶା”
କୁହାଯାଏ ଯିଏ ଅନ୍ୟର ମଙ୍ଗଳ କରେ ତା’ ମଙ୍ଗଳ ଭଗବାନ କରନ୍ତି। କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇଛି। ଏହି ବ୍ୟକ୍ତି ଅନ୍ୟ ଜଣଙ୍କ ଜୀବନକୁ ବଞ୍ଚେଇବା ନେଇ ନିଜ କିଡ୍ନୀ ଦାନ କରିଦେଲେ। କିନ୍ତୁ ପ୍ରତି ବଦଳରେ ଡାକ୍ତରଖାନା ତରଫରୁ ତାଙ୍କୁ ମିଳିଲା ୧୦ ଲକ୍ଷ ଟଙ୍କାର ବିଲ୍।
ବୋଝ ବୋହି ବୋହି ନିଜେ ବୋଝ ପାଲଟିଗଲେ ଅକ୍ଷୟ। ୨ ବର୍ଷ ହେଲାଣି ପାରାଲିସିସ୍ ପୀଡ଼ିତ। ଚିକିତ୍ସା ପାଇଁ ବାସନକୁସନ, ସୁନାଗହଣା ସବୁ ବିକି ସାରିଲେଣି। କଥା କହୁନାହାନ୍ତି କି ଚାଲୁନାହାନ୍ତି...ବୁଢୀ ମାଆ କେମିତି ଭେଣ୍ଡିଆ ପୁଅର ଚିକିତ୍ସା କରିବ ତାହାକୁ ଚିନ୍ତା କରି କାନ୍ଦୁଛି ମାଆ। ଆପଣ ସାହାଯ୍ୟ କଲେ ଅକ୍ଷୟଙ୍କର ହେବ ଚିକିତ୍ସା
ରକ୍ତମୁଖା ଦନ୍ତାହାତୀ ଆଗକୁ ଯିବା ବିପଦଜନକ। ଏଭଳି ଦୁଃସାହସିକ କାମ କରିବା ଆଦୌ ଠିକ୍ ନୁହେଁ। କିନ୍ତୁ ଏହି ସାହସୀ ଫରେଷ୍ଟ ଗାର୍ଡ ଜଣକ ଯାହା କରିଛନ୍ତି, ଭିଡିଓ ଦେଖିଲେ ଆପଣଙ୍କ ଦେହ ଥରିଉଠିବ। ଜନବସତିକୁ ପଶି ଆସିଥିବା ଏକ ବଣୁଆ ଦନ୍ତା ହାତୀକୁ ଘଉଡ଼େଇବା ବେଳେ ତାହା ରାଗିଯାଇ ମାଡ଼ି ଆସିଥିଲା। ସମସ୍ତେ ଦଉଡ଼ି ପଳାଇଥିଲେ। କିନ୍ତୁ ପାଦେ ମଧ୍ୟ ପଛକୁ ହଟି ନଥିଲେ ଏହି ଫରେଷ୍ଟଗାର୍ଡ ଜଣକ। ମନେରଖନ୍ତୁ, ବିନା ତାଲିମରେ ହାତୀ ଆଗକୁ ଭୁଲରେ ମଧ୍ୟ ଯାଆନ୍ତୁ ନାହିଁ।
ହାତୀ ଘଉଡ଼େଇବାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି
ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ନମିତା ଶର୍ମା। ୫ ଥର UPSC ପରୀକ୍ଷାରେ ଫେଲ୍ ହୋଇ ମଧ୍ୟ ଭାଙ୍ଗିଦେଇ ନଥିଲେ ନିଜର ସ୍ୱପ୍ନ। ନିଜର ଏହି ଇଛାଶକ୍ତି ତାଙ୍କୁ ଶେଷରେ ଦେଲା ସଫଳତା। ବନିଗଲେ IAS ଅଧିକାରୀ।
କରୋନା ଭାଇରସ କବଳରୁ ରକ୍ଷା ପାଇବା ନେଇ ଚାଲିଛି ଅନେକ ଗବେଷଣା। ଏହାରି ଭିତରେ ଏମିତି ଏକ ତଥ୍ୟ ଆସିଛି ଯାଗା ସମସ୍ତଙ୍କୁ ଚକିତ କରିବା ଭଳି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ରେଡ୍ ୱାଇନ୍ ଦୂର କରିବ କୋଭିଡ୍ ଆଶଙ୍କା।