Advertisment

ବିଶ୍ୱ ସନ୍ତରଣ ପ୍ରତିଯୋଗିତା ପାଇଁ ବିଜୁପଟ୍ଟନାୟକ ସୁଇମିଂ ପୁଲ୍‌ରେ ଚାଲିଛି ପ୍ରଶିକ୍ଷଣ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଭାରତୀୟ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଓ୍ୱାଟର ପୋଲୋର ନୂଆ ନୂଆ ଟେକନିକ୍ ଦିଆଯାଉଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Water Polo Training Camp Organised In Bhubaneswar

Water Polo Training Camp Organised In Bhubaneswar

ଭାରତୀୟ ଆଥଲେଟଙ୍କ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବେ ଲକି ସାବ୍ୟସ୍ତ ହେବାରେ ଲାଗିଛି । ଆନ୍ତର୍ଜାତିକ ଜାଭ୍ଲିନ ପ୍ଲେୟାର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକସରେ ସ୍ୱର୍ଣ୍ଣ ପଦକ ଜିଣିବା ପରେ ଏବେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରି ବିଭିନ୍ନ କ୍ରୀଡା ବର୍ଗର ଆଥଲେଟ୍ମାନେ କଳିଙ୍ଗ ଷ୍ଟାଡିୟମକୁ ନିଜର ଦ୍ୱିତୀୟ ଘର ଭାବେ ବାଛିଲେଣି । ହକି, ଫୁଟବଲ ଏବଂ ଆଥଲେଟିକ୍ସ ପରେ ଦେଶର ବଡ଼ ବଡ଼ ସୁଇମର ଏବଂ ପୋଲୋ ପ୍ଲେୟାର ଏବେ ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଡେରା ପକାଇଲେଣି ।

Advertisment

ସୂଚନା ଅନୁସାରେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଭାରତୀୟ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଓ୍ୱାଟର ପୋଲୋର ନୂଆ ନୂଆ ଟେକନିକ୍ ଦିଆଯାଉଛି । ଏଥିରେ ସେମାନଙ୍କୁ ବନି ସଟ୍, କର୍ଣ୍ଣର ସଟ୍, କାଉଁଣ୍ଟର ସଟ୍, ଡ୍ରିବିଲିଂ, ଡ୍ରାଏ ପାସ୍, ଲବ ସଟ୍, ୱେଟ୍‌ ସଟ୍ ଆଦି କୌଶଳ ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଟୋକିଅ ଅଲିମ୍ପିକସରେ ସ୍ୱର୍ଣ୍ଣ ପଦକ ବିଜେତା ସର୍ବିଆ ଓ୍ୱାଟର ପୋଲୋର ୨ଜଣ କୋଚ୍ ଏହି ପ୍ରଶିକ୍ଷଣ ଦେଉଛନ୍ତି । ଏହାସହ ପ୍ରଶିକ୍ଷଣ ଶିବିରରେ ୨୫ଜଣ ଓ୍ୱାଟର ପୋଲୋ ପ୍ରଶିକ୍ଷାର୍ଥୀ ଯୋଗ ଦେଇଛନ୍ତି ।

୨୦୨୨ରେ ହେବାକୁ ଥିବା FINA ବିଶ୍ୱ ସନ୍ତରଣ ପ୍ରତିଯୋଗିତା, ଏସୀୟ କ୍ରୀଡା, ଏବଂ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତୀୟ ସନ୍ତରଣକାରୀମାନେ ଯେପରି ମେଡାଲ ଜିଣିବେ, ସେଥିପାଇଁ ଭୁବନେଶ୍ୱରକୁ ଭାରତୀୟ ସନ୍ତରଣ ମହାସଂଘ ଦ୍ୱିତୀୟ ପ୍ରଶିକ୍ଷଣ ସ୍ଥାନ ଭାବେ ବାଛି ନେଇଛି । କେବଳ ଓ୍ୱାଟର ପୋଲୋ ନୁହେଁ ଏଠାରେ ଉଭୟ ଜୁନିୟର, ସିନିୟର ମହିଳା ଓ ପୁରୁଷଙ୍କ ସନ୍ତରଣ ପ୍ରଶିକ୍ଷଣ ମଧ୍ୟ ଚାଲିଛି ।

Advertisment

ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ

Bhubaneswar Water Polo Training Camp
Advertisment
Advertisment