Advertisment

କାମ ଦେଲାନି ଆନ୍ଧ୍ରର ଚାଲ୍, ବାଟେ ବାଟେ ଫେରିଗଲା ଆମ୍ବୁଲାନ୍ସ

ଫେଲ୍‌ ମାରିଲା ଆନ୍ଧ୍ରର ସ୍ୱାସ୍ଥ୍ୟ ସେବା ଚାଲ୍। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆସିଥିଲେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ, ହେଲେ ଲୋକମାନେ ସେମାନଙ୍କ ନିକଟକୁ ଯାଇନଥିଲେ। ଶେଷରେ ଆନ୍ଧ୍ର ଆମ୍ବୁଲାନ୍ସ ଫେରି ଯାଇଥିଲା।

author-image
Rajalaxmi Sahoo
Andhra's Medical Scheme Fails To Attract Locals

Andhra's Medical Scheme Fails To Attract Locals

ଫେଲ୍‌ ମାରିଲା ଆନ୍ଧ୍ରର ସ୍ୱାସ୍ଥ୍ୟ ସେବା ଚାଲ୍। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆସିଥିଲେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ, ହେଲେ ଲୋକମାନେ ସେମାନଙ୍କ ନିକଟକୁ ଯାଇନଥିଲେ। ଶେଷରେ ଆନ୍ଧ୍ର ଆମ୍ବୁଲାନ୍ସ ଫେରି ଯାଇଥିଲା। ଫାଟୁସିନେରିରେ ଆନ୍ଧ୍ରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କର୍ମଚାରୀମାନେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ କୌଣସି ଲୋକ ଆନ୍ଧ୍ର ଆମ୍ବୁଲାନ୍ସ ନିକଟକୁ ଯାଇନଥିଲେ। ଫଳରେ ଆନ୍ଧ୍ର ଆମ୍ବୁଲାନ୍ସ ଫେରି ଯାଇଥିଲା।

Advertisment

ସୂଚନାଥାଉ କି, କୋରାପୁଟ ଜିଲ୍ଲା କୋଟିଆ ସୀମାନ୍ତ ହରମାଙ୍ଗଡିଙ୍ଗି ଗାଁରେ ଆୟୋଜିତ ଏକ ଭୋଜି ଖାଇବା ପରେ ୧୭୮ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ ଫାଟୁସିନେରିରେ ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଘଟଣାସ୍ଥଳରେ ପହଞ୍ଚି ଥିଲା। ଏହାପରେ କର୍ମଚାରୀମାନେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ କୌଣସି ଲୋକ ଆନ୍ଧ୍ର ଆମ୍ବୁଲାନ୍ସ ନିକଟକୁ ଯାଇନଥିଲେ। ଫଳରେ ଆନ୍ଧ୍ର ଆମ୍ବୁଲାନ୍ସ ଫେରି ଯାଇଥିଲା। 

କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ପଣ୍ଡାଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରିଥିଲେ। ହରମାଙ୍ଗଡିଙ୍ଗି ଗାଁରେ ଝାଡା ବାନ୍ତି ବ୍ୟାପିଥିବା ଖବର ଗ୍ରାମବାସୀ କୋଟିଆ ମେଡିକାଲରେ ସୂଚନା ଦେବା ପରେ ସ୍ୱାସ୍ଥ୍ୟ ଟିମ୍ ଗାଁରେ ପହଞ୍ଚି ଥିଲେ। 

Advertisment

ଆସନ୍ତାକାଲି କୋଟିଆରେ ପଞ୍ଚାୟତ ଭୋଟ୍ ହେବାକୁ ଥିବାବେଳେ ସ୍ଥାନୀୟ ଲୋକଙ୍କ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ନୂତନ ଆଶା ସଞ୍ଚରିତ କରିଛି। 

Andhra's Medical Scheme Kotia Row
Advertisment
Advertisment