ଓଡ଼ିଶାରେ ପ୍ରତିଦିନ ୮ରୁ ଅଧିକ ମହିଳା ଓ ପାଖାପାଖି ୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ସେହିପରି ନିଖୋଜ ମହିଳାଙ୍କ ସଂଖ୍ୟା ବି ବଢୁଛି । ଦୁଷ୍କର୍ମ ଓ ନାରୀ ନିଖୋଜ ନେଇ ବିଧାନସଭାରେ ସରକାରଙ୍କ ଉତ୍ତର ପରେ ଏହାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି ।
ଏହି ସବୁ ଗଣଦୁଷ୍କର୍ମ ମାମଲାକୁ ନେଇ ଦୋହଲିଯାଇଥିଲା ରାଜ୍ୟ ଶାସନଗାଦି। ଉଠିଥିଲା ପଡ଼ିଥିଲା ସାରା ଓଡ଼ିଶା...ବିରୋଧୀଙ୍କ ଗର୍ଜନରେ ବଳି ପଡ଼ିଯାଇଥିଲେ ମନ୍ତ୍ରୀ...୯୯ ମସିହାରେ ସରକାର ବି ଭାଙ୍ଗିଯାଇଥିଲା..