Advertisment

କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: କୋଟିଆରେ ପହଞ୍ଚିଲେ ପୋଲିଂ ପାର୍ଟି

ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ।

author-image
Chandan Shishu
panchayat Election

panchayat Election

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକ୍‌ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେବ। ମୋଟ୍ ୧୫ଶହ ୧୪ ପଞ୍ଚାୟତର ୨୦ ହଜାର ୪୩୬ ବୁଥ୍‌ରେ ଭୋଟଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ।

Advertisment

ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ବୁଥ୍‌କୁ ଯାଇଛନ୍ତି ପୋଲିଂ ପାର୍ଟି। ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତରେ ମଧ୍ୟ ପହଞ୍ଚିଛି ପୋଲିଂ ପାର୍ଟି।

ଆସନ୍ତାକାଲି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ପାଇଁ ଭୋଟ୍ ଗ୍ରହଣ ହେବ, ଯେଉଁଥିରେ କୋଟିଆ ପଞ୍ଚାୟତ ମଧ୍ୟ ସାମିଲ ରହିଛି।  କୋଟିଆ ପଞ୍ଚାୟତର ୧୩ଟି ବୁଥ୍‌ରେ ୫ ହଜାର ୭୯୦ ଭୋଟର୍ ମତଦାନ କରିବେ। ଏପଟେ ଗତକାଲି ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି। ସମସ୍ତ ୩୦ ଜିଲ୍ଲାର ମୋଟ୍ ୭୧ଟି ବ୍ଲକ୍‌ରେ ୨୦୦ ଜିଲ୍ଲା ପରିଷଦ ଜୋନ୍ ଲାଗି ଗତକାଲି ମତଗ୍ରହଣ ହୋଇଥିଲା।

Advertisment

ପ୍ରଥମ ପର୍ଯ୍ୟାୟ ମତଦାନ ଭିତରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ତାସହ ବୁଥ କ୍ୟାପଚରିଂ ଏବଂ ବୁଥ୍ ରିଗିଂ ହୋଇଥିବା ସ୍ଥାନରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ସେହିପରି ଆଗକୁ ଶୃଙ୍ଖଳିତ ନିର୍ବାଚନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।

ଯାଜପୁର ଜିଲ୍ଲାର ୭ଟି, ପୁରୀ ଜିଲ୍ଲାର ୫ଟି ଓ ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ୍‌ରେ ଭୋଟ୍ ବାଧାପ୍ରାପ୍ତ ହୋଇଥିବା ସେ କହିଛନ୍ତି। ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପ୍ରାରମ୍ଭିକ ସୂଚନା ଅନୁସାରେ ୭୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଏହି ହାର ଆଗକୁ ଆହୁରି ବଢ଼ିପାରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର।

Odisha Panchayat Polls Odisha Panchayat Elections
Advertisment
Advertisment