Advertisment

ଖରା ଆରମ୍ଭ ନ ହେଉଣୁ ଜଳ କଷ୍ଟ, ରାତି ପାହିଲେ ଘାରୁଛି ଚିନ୍ତା

ନଳକୂପ ଅଚଳ ଥିବାରୁ କେଉଁଠି ଝରଣାର ଚୁଆ ପାଣି ଭରସା, ତ କେଉଁଠି ଗାଁ କୂଅ। ସକାଳୁ ସକାଳୁ ପାଣି ପାଇଁ ଗାଁ କୂଅ ଆଗରେ ଲାଗୁଛି ଲମ୍ବା ଲାଇନ୍। ଅପରିଷ୍କାର ପାଣି ପିଇ ଅନେକ ସମୟରେ ଲୋକେ ନାନା ରୋଗରେ ବି ଆକ୍ରାନ୍ତ ମଧ୍ୟ ହେଉଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
People Reel Under Water Scarcity

People Reel Under Water Scarcity

ରାତି ପାହିଲେ ଗାଁ ଲୋକଙ୍କୁ ଘାରୁଛି ପାଣି ଚିନ୍ତା। ଷ୍ଟାଣ୍ଡ୍‌ ଅଛି ହେଲେ ପାଣି ଆସୁନି, ନଳକୂପ ଅଛି ହେଲେ ବାହାରୁଛି ଗୋଳିଆ ପାଣି। ନଳକୂପ ଅଚଳ ଥିବାରୁ କେଉଁଠି ଝରଣାର ଚୁଆ ପାଣି ଭରସା, ତ କେଉଁଠି ଗାଁ କୂଅ। ସକାଳୁ ସକାଳୁ ପାଣି ପାଇଁ ଗାଁ କୂଅ ଆଗରେ ଲାଗୁଛି ଲମ୍ବା ଲାଇନ୍। ଅପରିଷ୍କାର ପାଣି ପିଇ ଅନେକ ସମୟରେ ଲୋକେ ନାନା ରୋଗରେ ବି ଆକ୍ରାନ୍ତ ମଧ୍ୟ ହେଉଛନ୍ତି। ଏନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅସୁବିଧା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଫଳ ଶୂନ୍। କଟକ ଜିଲ୍ଲା ଆଠଗଡ଼ ଓ କୋରାପୁଟ ଜିଲ୍ଲା ଲମତାପୁଟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। 

Advertisment

ଆଠଗଡ଼ ବ୍ଳକ୍‌ ଅନ୍ତର୍ଗତ ଗୋବରା ପଞ୍ଚାୟତର କ୍ଷୀରିଖିଆ ଆଦିବାସୀ ସାହିରେ ୪୦ ପରିବାରର ପ୍ରାୟ ୨୫୦ରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ପିଇବା ଠାରୁ ଆରମ୍ଭ କରି ଶୌଚ, ଗାଧୁଆ ପର୍ଯ୍ୟନ୍ତ ସବୁ କିଛି ହେଉଛି ଅପରିଷ୍କାର ପାଣିରେ। ଫଳରେ ପିଲାଠୁ ବୁଢା ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କିଛି ସୁଫଳ ମିଳିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। 

କୋରାପଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ କୁମାରପାଲିବା ଗାଁରେ ୬୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି। କିନ୍ତୁ ରାତି ପାହିଲେ ଗାଁ ଲୋକଙ୍କୁ ଘାରୁଛି ପାଣି ଚିନ୍ତା। ୬ ମାସ ହେଲା ଗାଁର ନଳକୂପ ଅଚଳ ହୋଇ ପଡ଼ିଥିବାରୁ ଗାଁ କୂଅ ଆଗରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମେ। ପାଣି ଗରାଏ ନେବାକୁ ଘଣ୍ଟା ଘଣ୍ଟା ଧରି ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ଗାଁରେ ଥିବା ୨ଟି ଅଚଳ ନଳକୂପ ମରାମତି ପାଇଁ ସରପଞ୍ଚଙ୍କ ଠାରୁ ପଞ୍ଚାୟତ କାର୍ଯ୍ୟ ନିବାର୍ହୀ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଲେ ମଧ୍ୟ ଫଳ ଶୂନ। ଏନେଇ ଲମତାପଟ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ ନିରୂପାୟ କହି ହାତ ଟେକି ଦେଇଛନ୍ତି। 

Advertisment

(ଆଠଗଡ଼ରୁ ନୀଳକଣ୍ଠ ଦୋରା ଏବଂ ଲମତାପୁଟରୁ ଜଗତ ଜୀବନ କାଚିମଙ୍କ ରିପୋର୍ଟ)

Water Scarcity
Advertisment
Advertisment