Advertisment

ହ୍ୱାଟ୍ସଆପ୍‌ରେ ଏହି ଇମୋଜି ପଠାଉଛନ୍ତି କି, ଗଣିପାରନ୍ତି ୨୦ ଲକ୍ଷର ଜୋରିମାନା !

ହ୍ୱାଟ୍‌ଆପ୍‌ ତ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ ଜାଣନ୍ତି କି ଆମେ ବ୍ୟବହାର କରୁଥିବା ହ୍ୱାଟ୍‌ଆପ୍‌ ପଡିପାରେ ମହଙ୍ଗା । ଏମିତିକି ହ୍ୱାଟ୍‌ଆପ୍‌ ପାଇଁ ଆପଙ୍କୁ ଦେବାକୁ ପଡିପାରେ ଭାରିଭରକମ୍‌ ଜୋରିମାନ । କେବଳ ଏତିକି ନୁହେଁ ଏହା ବ୍ୟତୀତ ଆପଣଙ୍କୁ ଜେଲ୍‌ ମଧ୍ୟ ହୋଇପାରେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Middle east you could be fined 20 lakh for sending red heart emoji on whatsapp in Saudi Arabia here

Middle east you could be fined 20 lakh for sending red heart emoji on whatsapp in Saudi Arabia here

ହ୍ୱାଟ୍‌ଆପ୍‌ ତ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ ଜାଣନ୍ତି କି ଆମେ ବ୍ୟବହାର କରୁଥିବା ହ୍ୱାଟ୍‌ଆପ୍‌ ପଡିପାରେ ମହଙ୍ଗା । ଏମିତିକି ହ୍ୱାଟ୍‌ଆପ୍‌ ପାଇଁ ଆପଙ୍କୁ ଦେବାକୁ ପଡିପାରେ ଭାରିଭରକମ୍‌ ଜୋରିମାନ । କେବଳ ଏତିକି ନୁହେଁ ଏହା ବ୍ୟତୀତ ଜେଲ୍‌ ଦଣ୍ଡ ମଧ୍ୟ ହୋଇପାରେ ।

Advertisment

ହ୍ୱାଟ୍‌ଆପ୍‌ରେ ଏମିତି ଅନେକ୍‌ ଇମୋଜି ରହିଛି ଯାହାକୁ ୟୁଜରମାନେ ଚାର୍ଟରେ ବ୍ୟବହାର କରନ୍ତି । ହେଲେ ଏପରି ଏକ ଇମୋଜି ରହିଛି, ଯାହାକୁ ଅନ୍ୟଙ୍କୁ ପଠାବା ଦ୍ୱାରା ଆପଣ ଅଡ଼ୁଆରେ ପଡିପାରନ୍ତି ।

ହ୍ୱାଟ୍‌ଆପ୍‌ ଇମୋଜି ମଧ୍ୟରେ ଥିବା ଲାଲ ରଙ୍ଗର ହାର୍ଟ (Red Heart Emoji)କୁ ଯଦି କେହି ବ୍ୟକ୍ତି ଅନ୍ୟ ଜଣଙ୍କୁ ପଠାଇବେ ତେବେ ତାଙ୍କୁ ଜେଲ୍‌ ମଧ୍ୟ ହୋଇପାରେ । ଏମିତିକି ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କା ଜୋରିମାନ ମଧ୍ୟ ଦେବାକୁ ପଡିପାରେ ।

Advertisment

ସୂଚନା ଅନୁସାରେ , ସାଉଦି ଆରବର ନିୟମ ଅନୁଯାୟୀ, ଜଣେ ହ୍ୱାଟ୍‌ଆପ୍‌ ବ୍ୟବହାରକାରୀ ଅନ୍ୟ ଜଣଙ୍କୁ ହାର୍ଟ ଇମୋଜି ପଠାଇବ ତେବେ ତାହା ଏକ ନିର୍ଯ୍ୟାତନା ବୋଲି ସାଇବର ଏକ୍ସପର୍ଟଙ୍କ(Saudi Arabia Cyber Crime) ପକ୍ଷରୁ କୁହାଯାଇଛି । କୌଣସି ବ୍ୟକ୍ତି ଯଦି କାହାକୁ ଲାଲ ରଙ୍ଗର ହାର୍ଟ ଇମୋଜି ପଠାନ୍ତି ତେବେ ତାଙ୍କୁ ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏହା ବ୍ୟତୀତ ସେମାନଙ୍କୁ ଏକ ଲକ୍ଷର ସାଉଦି ରିୟାଲର (Red Heart Emoji in Saudi Arabia) ଜୋରିମାନା ମଧ୍ୟ ଦେବାକୁ ପଡିପାରେ । ଭାରତୀୟ ଟଙ୍କା ଅନୁସାରେ ୨୦,୦୦୦,୦୦ ରୁ ଅଧିକ ଟଙ୍କା ଦେବାକୁ ପଡିପାରେ ।

ଲାଲ୍ ହାର୍ଟ ଇମୋଜି ପଠାଇବା ଏକ ନିର୍ଯ୍ୟାତନା

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସାଉଦି ଖବରକାଗଜରେ ଏକ ସରକାରୀ ବିବୃତ୍ତି ଜାରି କରାଯାଇଛି । ଯେଉଁଥିରେ ହ୍ୱାଟ୍‌ଆପ୍‌ରେ ରେଡ୍ ହାର୍ଟ ଇମୋଜି ପଠାଇବା ଏକ ନିର୍ଯ୍ୟାତନା ଅପରାଧ ବୋଲି ଉଲ୍ଲେଖ କରାଯାଇଛି । ଏହାସହ ଅନ୍‌ଲାଇନ୍ ଚାଟିଂରେ  ପଠାଇଥିବା ଇମୋଜିକୁ ନେଇ କେହି ମାମଲା ରୁଜୁ କଲେ ତାହାକୁ ନିର୍ଯ୍ୟାତନା ଅପରାଧ ବର୍ଗରେ ଅନ୍ତର୍ଭୁକ୍ତ କରାଯିବ । ଏଭଳି ଅପରାଧ ପାଇଁ ସାଉଦି ଆରବରେ ଜିରୋ ଟଲରେନ୍ସର ନୀତି ରହିଛି।

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ କଠୋର ନିୟମ

ସୋସିଆଲ ମିଡିଆରେ ଚାର୍ଟିଂ କରୁଥିବା ଦୁଇ ଜଣଙ୍କ ମଧ୍ୟରେ ଜବରଦସ୍ତ ହସ୍ତକ୍ଷେପ କରିବା କିମ୍ବା କୌଣସି ଚିତ୍ର କିମ୍ବା ଇମୋଜି ଦ୍ୱାରା ଭାବନାକୁ ଆଘାତ କରୁଥିବା ଇମୋଜି ସେୟାର ନ କରିବା ପାଇଁ ସାଉଦି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହ କୁହାଯାଇଛି ଯେ, ସୋସିଆଲମିଡିଆ ବ୍ୟବହାରକାରୀମାନେ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଭାବନା ଜାଣିବା ବିନା ସେମାନଙ୍କୁ ଲାଲ ହାର୍ଟର ଇମୋଜି ପଠାଇବା ଉଚିତ୍ ନୁହେଁ ।

ସାଉଦି ଆରବର ଆଣ୍ଟି ହାରାସ୍‌ମାଣ୍ଟ ସିଷ୍ଟମ ଅନୁଯାୟୀ, ହାରାସ୍‌ମାଣ୍ଟ ହିଣ୍ଟ ଦେଉଥିବା କୌଣସି ଚିତ୍ର ତଥା ଇମୋଜି ପଠାଇବା ଆଇନ୍‌ଗତ ଅପରାଧ ଅଟେ । ତେଣୁ ଲାଲ ହାର୍ଟ ଥିବା ଇମୋଜି ଯୌନ ନିର୍ଯ୍ୟାତନା ତଥା ଅପରାଧ ସହ ଜଡିତ ରହିଛି ।

ପ୍ରଥମ ଥର ପାଇଁ ଲାଗୁ ହୋଇଛି ୨୦ଲକ୍ଷ ଟଙ୍କାର ଜୋରିମାନା

ସାଉଦି ଆଇନ୍‌ ଅନୁଯାୟୀ, ନିୟମ ଉଲ୍ଲଙ୍ଘନ କରି ହ୍ୱାଟ୍‌ଆପ୍‌ରେ ଇମୋଜି ପଠାଇବା ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ଜଣକ ଅଡ଼ୁଆରେ ପଡ଼ିପାରନ୍ତି । କାରଣ ତାଙ୍କୁ ୧୦୦,୦୦୦ ସାଉଦି ରିଆଲ୍‌ କିମ୍ୱା ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଯଦି ସମାନ ଅପରାଧୀ ବାରମ୍ବାର ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ତାଙ୍କୁ ୩୦୦,୦୦୦ ସାଉଦି ରିୟାଲ୍ ଜରିମାନା କିମ୍ବା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିପାରେ ।

WhatsApp WhatsApp New Privacy Policy
Advertisment
Advertisment