Advertisment

ଘରେ ସାଇତି ରଖିଛନ୍ତି ମିନି ସଂଗ୍ରହାଳୟ; ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଇଛନ୍ତି ଅନେକ ପୁରସ୍କାର

ଶ୍ୟାମ ପ୍ରକାଶଙ୍କ ଅନନ୍ୟ ପ୍ରତିଭା ମିନି ସଂଗ୍ରହାଳୟକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ପୁରୀ ବଳଗଣ୍ଡିସ୍ଥିତ ଶ୍ୟାମପ୍ରକାଶ ସେନାପତି ନିଜ ବାସ ଭବନରେ ମିନି ମ୍ୟୁଜିୟମ ତିଆରି କରିଛନ୍ତି ।

author-image
Otv Khabar Bureau
Writer Shyama Prakash Displays Photos Clicked With Celebrities In Puri

Writer Shyama Prakash Displays Photos Clicked With Celebrities In Puri

ଶ୍ୟାମ ପ୍ରକାଶଙ୍କ ଅନନ୍ୟ ପ୍ରତିଭା ମିନି ସଂଗ୍ରହାଳୟକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ପୁରୀ ବଳଗଣ୍ଡିସ୍ଥିତ ଶ୍ୟାମପ୍ରକାଶ ସେନାପତି ନିଜ ବାସ ଭବନରେ ମିନି ମ୍ୟୁଜିୟମ ତିଆରି କରିଛନ୍ତି । ଯେଉଁଥିରେ ତାଙ୍କର ୩୦ବର୍ଷର ସ୍ମୃତି ଓ ଅନୁଭୂତି ଅମିତାବ୍ ବଚନଙ୍କ ଠାରୁ ଆରମ୍ଭ କରି ହେମାମାଳିନୀ, ଧର୍ମେନ୍ଦ୍ର,ରାଜେଶ ଖାନା, ମିଥୁନ ଚକ୍ରବର୍ତ୍ତୀ, ଅକ୍ଷୟ କୁମାର, ଗୋବିନ୍ଦାଙ୍କ ଫଟୋ ରହିଛି । ଏମିତିକି ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀଙ୍କ ସହିତ ଉଠାଇଥିବା ଫଟୋକୁ ମଧ୍ୟ ସେ ସାଇତି ରଖିଛନ୍ତି । କେବଳ ସେତିକି ନୁହେଁ , ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଅତିଥି ଭାବରେ ହେଉ ବା ଉଦଘୋଷକ ଭାବେ ମିଳିଥିବା ୩ ହଜାର ୫୦୦ବ୍ୟାଚ ଏବଂ ବିଭିନ୍ନ ଦେଶର ମୁଦ୍ରାକୁ ବି ସେ ସଂଗ୍ରହ କରି ରଖିଛନ୍ତି ।

Advertisment

ବିଗ୍ ବି ଅମିତାଭ ବଚନ, ଡ୍ରିମ୍ ଗାର୍ଲ ହେମାମାଳିନୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀଙ୍କ ଭଳି ଅନେକ ଖ୍ୟାତି ସମ୍ପନ୍ନ ପ୍ରତିଭାଙ୍କ ସହ ଫଟୋ, ତଥା ୟୁରୋପ, ଆମେରିକା, ଜର୍ମାନୀ ଆଦି ଅନେକ ଦେଶର ବିଭିନ୍ନ ପ୍ରକାର ମୁଦ୍ରାକୁ ସାଇତି ରଖି ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ଶ୍ୟାମପ୍ରକାଶ । ଏହାସହ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ମିଳିଥିବା ବ୍ୟାଚ୍, ପୁରସ୍କାର ଆଦିକୁ ସାଇତି ରଖି ନିଜ ଘରକୁ ସେ ମିନି ମ୍ୟୁଜିୟମରେ ପରିଣତ କରିଛନ୍ତି ।

ସୂଚନା ଅନୁସାରେ, ଶ୍ୟାମପ୍ରକାଶ ହେଉଛନ୍ତି ଏକାଧାରରେ ସାହିତ୍ୟକ, କବି, ପ୍ରାବନ୍ଧିକ, ସଂସ୍କୃତି ସଂଗଠକ ଓ ସାଂସ୍କୃତିକ ମଞ୍ଚର ଉଦଘୋଷକ । ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ତାଙ୍କର ଏହି ନିଆରା ପ୍ରତିଭା ପାଇଁ ଅନେକ ଅନୁଷ୍ଠାନ ଦେଇଥିବା ଯଶ,ସମ୍ମାନର ପେପର କଟିଂ ସହ ପ୍ରମାଣପତ୍ରକୁ ଏବେ ପର୍ଯ୍ୟନ୍ତ ସାଇତି ରଖିଛନ୍ତି । ଭାରତବର୍ଷର ଅନେକ ବିଶିଷ୍ଠ ବ୍ୟକ୍ତିଙ୍କ ଫୋନ ନମ୍ବର ଶ୍ୟାମପ୍ରକାଶଙ୍କ ନିକଟରେ ରହିଛି । ତାଙ୍କର ଏହି ପ୍ରତିଭା ଦ୍ୱାରା ଆଗାମୀ ଦିନରେ ସେ ଲିମ୍କା ବୁକ୍ ଅଫ ରେକର୍ଡ, ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି ।

Advertisment
Odisha Puri Special Story
Advertisment
Advertisment