/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645015470.jpg)
To save life this person donated kidney and got a bill of 10 lakhs
ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ ଯେ ଭଲ କାମ କରୁଥିବା ଲୋକଙ୍କ ସହିତ ସବୁବେଳେ ଭଲ ହିଁ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା କାହାଣୀ ଟିକିଏ ଅଲଗା। ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି କଥାଟି ଆଦୌ ଠିକ୍ ହୋଇନି। ଜଣେ ବ୍ୟକ୍ତି ବିପଦରେ ପଡିଥିବା ବେଳେ ସେ ଖୁବ୍ ବଡ ସାହାଯ୍ୟ କରିଥିଲେ। ସେ ତାଙ୍କ ଜୀବନକୁ ରକ୍ଷା କରିବା ନେଇ ନିଜ କିଡ୍ନୀ ଦେଇଥିଲେ। ଏହା ଶୁଣିଲା ପରେ ଆପଣ ନିଶ୍ଚୟ ଭାବୁଥିବେ ଯେ ଏହାତ ଭଲ କଥା। କିନ୍ତୁ ଏହା କରିବା ପରେ ମଧ୍ୟ ତାଙ୍କ ସହିତ ଏମିତି କିଛି ଭୁଲ୍ ହୋଇଛି, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ରାଗରେ ଜଳିବେ।
ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ଜଣେ ସମ୍ପର୍କୀୟଙ୍କୁ କିଡ୍ନୀ ଦାନ କରିଥିଲେ, କିନ୍ତୁ ଅପରେସନ୍ ପରେ ଏହି ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ବିଲ୍ ମିଳିଥିଲା। ପ୍ରଥମେ ସେ ଏହାକୁ ବୁଝିପାରିଲେ ନାହିଁ, କିନ୍ତୁ ଯେତେବେଳେ ସେ ଏହାକୁ ବୁଝିଲେ, ସେ ଚକିତ ହୋଇଗଲେ। ଏହି ବ୍ୟକ୍ତିର ନାମ ହେଉଛି ଏଲିଅଟ୍ ମଲିନ୍। ତାଙ୍କର ଜଣେ ସମ୍ପର୍କୀୟଙ୍କ ଅବସ୍ଥା ଖରାପ ଥିଲା। ତାଙ୍କୁ କିଡ୍ନୀ ମିଳୁ ନଥିଲା। ତେଣୁ ଏଲିଅଟ୍ ତାଙ୍କୁ କିଡ୍ନୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। କିଡ୍ନୀ ଦେଇ ଡାକ୍ତରଖାନାରୁ ଡିସ୍ଚାର୍ଜ ହେବା ପରେ ମଲିନଙ୍କୁ ୧୩,୦୬୪ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଏକ ବିଲ୍ ଦିଆଯାଇଥିଲା।
ସ୍କଟ୍ଙ୍କ ଦେହ କରାପ ଥିଲା। ତାଙ୍କ ପରିବାର ତାଙ୍କ ପାଇଁ କିଡ୍ନୀ ଖୋଜୁଥିଲେ। ଠିକ୍ ସେହି ସମୟରେ ଏଲିଅଟ୍ କିଡ୍ନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୧ ଜୁଲାଇରେ ଟେକ୍ସାସର ବଏଲର୍ ସ୍କଟ ଆଣ୍ଡ୍ ହ୍ୱାଇଟ୍ ଅଲ୍ ସେଣ୍ଟ୍ ମେଡିକାଲ୍ରେ ଅସ୍ତ୍ରୋପଚାର କରାଯାଇଥିଲା।
ଅସ୍ତ୍ରୋପଚାର ପରେ ଉଭୟ ସ୍କଟ୍ ଓ ଏଲିଅଟ୍ ସୁସ୍ଥ ଥିଲେ। ସବୁ କିଛି ଠିକ୍ ଠାକ୍ ଥିଲା। କିଡ୍ନୀ ପାଇ ସ୍କଟ୍ ଖୁସି ଥିଲେ ଆଉ କିଡ୍ନୀ ଦାନ କରି ଏଲିଏଟ୍ ମଧ୍ୟ। କିନ୍ତୁ ଏହାରି ଭିତରେ ଏଲିଏଲ୍ଙ୍କୁ ଏକ ଭାରି ରକମର ମେଡିକାଲ୍ ବିଲ୍ ମିଳିଗଲା। ଏଥିରେ କିଡ୍ନୀ ଦାନ ସହିତ ସ୍କଟ୍ କ୍ଲାଇଟ୍ଙ୍କ ଚିକିତ୍ସାର ଖର୍ଚ୍ଚ ମଧ୍ୟ ଦିଆଯାଇଥିଲା।
ମେଡିକାଲ୍ ତରଫରୁ ଦିଆଯାଇଥିବା ବିଲ୍
ତେବେ ସଂସ୍ଥା ତରଫରୁ ଏହା ଏକ ଭୁଲ ଥିଲା ବୋଲି ପରେ କୁହାଯାଇଥିଲା। ଡାକ୍ତରଖାନା ଏହା ଜାଣିବା ପରେ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲା। ଆପଣ ଥରେ ଭାବିଲେ, ଡାକ୍ତରଖାନାର ଏହି ଭୁଲ ଜଣକୁ କେତେ ଅସୁବିଧାରେ ପକେଇପାରେ!
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)