ଶାରୀରିକ ପରୀକ୍ଷା ବେଳେ ଅଘଟଣ ଦେବଗଡ଼ରେ ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ଅଘଟଣ। ରିଜର୍ଭ ପୋଲିସ ପଡିଆରେ ଦୌଡ଼ିବା ବେଳେ ଅଚେତ ହୋଇପଡ଼ିଲେ ପରୀକ୍ଷାର୍ଥୀ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ।
ଅସ୍ଥାୟୀ ଚାକିରୀ କରିବା ପାଇଁ ଶିକ୍ଷିତଙ୍କ ଭିତରେ ରେସ୍। ହୋମଗାର୍ଡ ପାଇଁ ଆବେଦନ କରିବାକୁ ହାଉଜାଉ ଆଶାୟୀ। ୧୦୭ଟି ପଦବି ପାଇଁ ଆବେଦନ ଟପିଲାଣି ୯ ହଜାର। ବିଟେକ୍, ଏମଟେକ୍ ଓ ଏମସିଏ ଡିଗ୍ରୀଧାରୀ ପକାଇଛନ୍ତି ଫର୍ମ ।
ବନ ବିଭାଗରେ ଏମିତି ବି କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ସାହସିକତା ଯୋଗୁ ଅନେକ ଧନଜୀବନ ବଂଚି ଯାଇଥାଏ। ଏହିପରି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗେଇ ଗାଁ ଗହଳିରେ ଉଭୟ ହାତୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି।
ରକ୍ତମୁଖା ଦନ୍ତାହାତୀ ଆଗକୁ ଯିବା ବିପଦଜନକ। ଏଭଳି ଦୁଃସାହସିକ କାମ କରିବା ଆଦୌ ଠିକ୍ ନୁହେଁ। କିନ୍ତୁ ଏହି ସାହସୀ ଫରେଷ୍ଟ ଗାର୍ଡ ଜଣକ ଯାହା କରିଛନ୍ତି, ଭିଡିଓ ଦେଖିଲେ ଆପଣଙ୍କ ଦେହ ଥରିଉଠିବ। ଜନବସତିକୁ ପଶି ଆସିଥିବା ଏକ ବଣୁଆ ଦନ୍ତା ହାତୀକୁ ଘଉଡ଼େଇବା ବେଳେ ତାହା ରାଗିଯାଇ ମାଡ଼ି ଆସିଥିଲା। ସମସ୍ତେ ଦଉଡ଼ି ପଳାଇଥିଲେ। କିନ୍ତୁ ପାଦେ ମଧ୍ୟ ପଛକୁ ହଟି ନଥିଲେ ଏହି ଫରେଷ୍ଟଗାର୍ଡ ଜଣକ। ମନେରଖନ୍ତୁ, ବିନା ତାଲିମରେ ହାତୀ ଆଗକୁ ଭୁଲରେ ମଧ୍ୟ ଯାଆନ୍ତୁ ନାହିଁ।