Advertisment

ପ୍ରେମରେ ଅନ୍ଧ ଗର୍ଲଫ୍ରେଣ୍ଡ୍‌, ବୟଫ୍ରେଣ୍ଡ୍‌କୁ ୯୭ ଲକ୍ଷ ଟଙ୍କା ଦେଇ ବନ୍ଧା ହେଲେ

ମହଙ୍ଗା ପଡ଼ିଲା ପ୍ରେମ। ଭଲ ପାଇବାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ଅନ୍ୟମାନଙ୍କ ଟଙ୍କାକୁ ହଡ଼ପ କରିବାକୁ ମଧ୍ୟ ପଛାଇଲେ ନାହିଁ। ଆଉ ହଡ଼ପ ଟଙ୍କାକୁ ବୟଫ୍ରେଣ୍ଡ୍‌ ଆକାଉଣ୍ଟକୁ ପଠାଉଥିଲେ ପ୍ରେମିକା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lady Accountant arrested

Lady Accountant arrested

ମହଙ୍ଗା ପଡ଼ିଲା ପ୍ରେମ। ଭଲ ପାଇବାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ଅନ୍ୟମାନଙ୍କ ଟଙ୍କାକୁ ହଡ଼ପ କରିବାକୁ ମଧ୍ୟ ପଛାଇଲା ନାହିଁ ପ୍ରେମିକା। ଆଉ ହଡ଼ପ ଟଙ୍କାକୁ ବୟଫ୍ରେଣ୍ଡ୍‌ ଆକାଉଣ୍ଟକୁ ପଠାଉଥିଲେ। ହେଲେ ପ୍ରେମିକାର ଏହି କଳା କାରନାମା ଶେଷରେ ଧରାପଡ଼ି ଯାଇଥିଲା। ଟଙ୍କା ହଡ଼ପ ଅଭିଯୋଗରେ ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ୍‌ ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ନିକଟରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟଙ୍କୁ ପୋଲିସ୍‌ ଗିରଫ କରିଛି। ଯୁବତୀ ଜଣକ କଲେଜ ଫି’ ବାବଦକୁ ଆଦାୟ ହୋଇଥିବା ୯୭ ଲକ୍ଷ ଟଙ୍କା ଡିପୋଜିଟ୍‌ ନ କରି ଏହି ଟଙ୍କାକୁ ବୟଫ୍ରେଣ୍ଡ୍‌ ଆକାଉଣ୍ଟକୁ ପଠାଇଥିବା ଅଭିଯୋଗ ହୋଇଛି। ଏନେଇ ଜଣାପଡ଼ିବା ପରେ କଲେଜ କର୍ତ୍ତୃପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ଛାନ୍‌ଭିନ୍‌ କରି ପୋଲିସ୍‌ ଯୁବତୀଙ୍କୁ ଗିରଫ କରିଛି। 

ବର୍ଷକ ମଧ୍ୟରେ ଉକ୍ତ ଯୁବତୀ ବୟଫ୍ରେଣ୍ଡ୍‌ ପାଖକୁ ଫୋନ୍‌ ପେ’ ଜରିଆରେ ୯୭ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା, ଉକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ୍‌ ହେଉଛି ସେହି କଲେଜର ପୂର୍ବତନ ଛାତ୍ର।

Advertisment
Lady Accountant Arrested
Advertisment
Advertisment