Advertisment

ମାତ୍ର ୫୦ ଟଙ୍କାରେ କଦଳୀ ପତ୍ରରେ ପରସା ଯାଉଛି ଦେଶୀ ଖାଦ୍ୟ, ଏଇଠି ପଇସା ନୁହେଁ ସ୍ନେହ ବଡ଼

ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍‌ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍‌। ଲୋକେ ବି ବେଶ୍‌ ଭିଡ଼ ଜମାଉଛନ୍ତି..ଦେଖନ୍ତୁ କେମିତି ପରସା ଯାଉଛି ଖାଇବା

author-image
Otv Khabar Bureau
Food Meal

Food Meal

ଆମ ପାଇଁ ଟଙ୍କା ବଡ଼ ନୁହେଁ ସ୍ନେହ, ମମତା ବଡ଼। ଏହି ଶବ୍ଦ ଶୁଣିଲେ ସମସ୍ତେ କହିବେ ଆଜିକା ସ୍ୱାର୍ଥପର ଦୁନିଆରେ ସ୍ନେହ ଓ ମମତାର କଥା ପୁଣି ଚିନ୍ତା କରୁଛି କିଏ? ଆଜ୍ଞା ହଁ, ଆଜିକା ଦୁନିଆରେ ବି ମଣିଷ ପଣିଆ ବଞ୍ଚିଛି। ଆଉ ତାହାର ଉଦାହରଣ ଏହି ଭିଡ଼ିଓରେ ଦେଖିଲେ ଜାଣିପାରିବେ।  ଦେଶୀ କଦଳୀ ପତ୍ରରେ ୬ ତିଅଣ ୯ ଭଜା କେଡ଼େ ଶ୍ରଦ୍ଧାରେ ବାଢିଦେଉଛନ୍ତି ଜଣେ ବୃଦ୍ଧ ଦମ୍ପତ୍ତି ।

Advertisment

ଆଜିକାଲି ସମୟରେ ଲୋକେମାନେ ପଞ୍ଚତାରକା ହୋଟେଲରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ତ ଦାମ୍‌ ଅଧିକ ହେଲେ ବି ଏସି ରୁମ୍‌ରେ ବସି ଖାଇବା ଖାଉଛନ୍ତି ଶହଶହ ଲୋକ। ହେଲେ ସମସ୍ତେ ସେମିତି ନୁହନ୍ତି। ଅନେକ ଲୋକ ଆଜି ବି ଦେଶୀ ଖାଦ୍ୟ ଖାଇବାକୁ ବେଶ୍‌ ପସନ୍ଦ କରୁଛନ୍ତି। କାରଣ ଦେଶୀ ଖାଦ୍ୟରେ ଯେଉଁ ବାସ୍ନା ରହିଛି ପଞ୍ଚତାରକା ହୋଟେଲରେ ତାହା ନାହିଁ। ସ୍ଥିତି ଏମିତି ହେଲାଣି ଯେ, ଆଜିକା ସମୟରେ ଲୋକମାନେ ଦେଶୀ ଖାଦ୍ୟ ଖାଇବାକୁ ପଞ୍ଚତାରକା ହୋଟେଲକୁ ଛାଡ଼ି ଦେଉଛନ୍ତି ।

ତେବେ ଗ୍ରାହକଙ୍କୁ ଦେଶୀ ଖାଦ୍ୟ ପରସି ଦେଇ ଚର୍ଚ୍ଚାରେ ଅଛନ୍ତି କର୍ଣ୍ଣାଟକ ଜଣେ ବୟସ୍କ ଦମ୍ପତି। ଏହି ଦମ୍ପତି ୧୯୫୧ ମସିହାରୁ ତାଙ୍କ ନିଜର ଏକ ହୋଟେଲ୍‌ ଖୋଲିଛନ୍ତି। ହୋଟେଲ୍‌ରେ ସେମାନେ ମାତ୍ର ୫୦ ଟଙ୍କାରେ ଏକ ଦେଶୀ ଥାଳି ଖାଇବାକୁ ଦେଉଛନ୍ତି। ଦମ୍ପତିଙ୍କ ଖାଦ୍ୟର ବେଶ୍‌ ଚାହିଦା ରହିଛି। ସଂପୃକ୍ତ ଅଞ୍ଚଳରେ ରହୁଥିବା ଲୋକେ ଏହି ଖାଦ୍ୟ ଖାଇବାକୁ ଧାଇଁ ଆସିଥାନ୍ତି । ବେଙ୍ଗାଲୁରୁ ଦତଭଳି ସିଟିରେ ମାତ୍ର ୫୦ ଟଙ୍କାରେ ଏତେ ଗୁଡ଼ାକ ଖାଦ୍ୟ ମିଳିବା ବି ବଡ଼ କଷ୍ଟକର। ହେଲେ ଲାଭକୁ ଆଶା ନକରି ଲୋକଙ୍କୁ ଶ୍ରଦ୍ଧାର ସହ ଖାଇବା ଦେଉଛନ୍ତି ଏହି ଦମ୍ପତ୍ତି।

Advertisment

ଦୋକାନର ନା ପୁଣି ଦେଇଛନ୍ତି ଅଜା ଆଜି ମନେ । ସବୁଠୁ ବଡ଼ କଥା ହେଉଛି ଏଇ ଦମ୍ପତ୍ତିମାନେ ନିଜ ହୋଟେଲକୁ ଆସୁଥିବା ବ୍ୟକ୍ତିଙ୍କୁ ନିଜ ପିଲା ବୋଲି ମନେ କରନ୍ତି। ଆଉ ତାଙ୍କୁ ସ୍ନେହର ସହ ଖୁଆଇ ଦିଅନ୍ତି । ଯାହାବି ହେଉ, ଏତେ କମ୍‌ ଦାମରେ ଏତେ ବଢିଆ ଖାଇବା ମିଳୁଥିବାରୁ ସବୁଆଡ଼େ ବେଶ୍‌ ଚର୍ଚ୍ଚା ଚାଲିଛି।

Special Story Food Meal
Advertisment
Advertisment