• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗରିବ ଆଦିବାସୀଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କେତେକ ଯୋଜନାରୁ ଗରୀବ ଉପକୃତ ହେଉଥିବା ବେଳେ ଅନେକ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏମିତି ସମୟରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ଗଡ଼ସାହି ଗାଁ ଲୋକେ । ପାହାଡିଆ ଅଞ୍ଚଳରେ ପତ୍ର ତୋଳି ପରିବାର ଚଳାଇ ଆସୁଛନ୍ତି, ହେଲେ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହିଁ।

ପାହାଡ ନିକଟରେ ରହିଛି ଗଡ଼ସାହି ଗାଁଟି । ଏଠାକାର ଲୋକମାନେ ମୁଖ୍ୟତଃ ଜଙ୍ଗଲରୁ ପତ୍ର ତୋଳି ଜୀବିକା ନିର୍ବାହ କରୁଛନ୍ତି । ପ୍ରତ୍ୟେକ ଦିନ ଗାଁର ମହିଳାମାନେ ୫ କିଲୋମିଟର ପାଦରେ ଚାଲି ଚାଲି ପତ୍ର ସଂଗ୍ରହ କରିଥାନ୍ତି । ଆଉ ସେହି ପତ୍ରକୁ ବଜାରରେ ବିକି ଯାହା କିଛି ରୋଜଗାର କରିଥାନ୍ତି, ସେଥିରେ ପରିବାର ଚଳାଇଥାନ୍ତି। କିନ୍ତୁ, ଏବେ ବଜାରରେ ପ୍ଲାଷ୍ଟିକର ଚାହିଦା ବଢିଯାଇଥିବାରୁ ଖଲି ପତ୍ରର ଚାହିଦା କମି ଯାଇଛି।

ଗଡ଼ସାହି ଗାଁରେ ବସବାସ କରୁଥିବା ଗରିବ ଆଦିବାସୀଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ ଖଲିପତ୍ର ହୋଇଥିବା ବେଳେ ଶହେରୁ ଅଧିକ ପରିବାର ଘରେ ଖଲିପତ୍ର ତିଆରି କରି ବଜାରରେ ବିକ୍ରୀ କରିଥାନ୍ତି । ଏବେ ଚାହିଦା କମି କମି ଯାଉଥିବାରୁ ଖଲିପତ୍ରକୁ ଉଚିତ ମୂଲ୍ୟ ମିଳୁ ନାହିଁ । ଶାଳପତ୍ର ତୋଳାଳୀଙ୍କ ଦୁଃଖ କେବେ ବୁଝୁଛନ୍ତି ସରକାର ତାକୁ ହିଁ ଅପେକ୍ଷା।

ବାଲେଶ୍ୱର ଜିଲ୍ଲା ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ