Advertisment

ଛୁଟି ନମିଳିବାରୁ ଘୁଞ୍ଚିଲା ଯବାନଙ୍କ ବାହାଘର

ପରିବାର ଲୋକଙ୍କ ମନରେ ତିଳେ ବି ଦୁଃଖ ନାହିଁ

author-image
Chandan Shishu
ନାରାୟଣଙ୍କ ମାଆ ଓ ସାନ ଭାଇ

ନାରାୟଣଙ୍କ ମାଆ ଓ ସାନ ଭାଇ

ବିବାହ ଦିନ ଘରେ ପହଞ୍ଚିନପାରିବାରୁ ଘୁଞ୍ଚିଲା ଯବାନଙ୍କ ବାହାଘର। ବିଏସ୍ଏଫ୍‌ରେ କାର୍ଯ୍ୟରତ ଓଡ଼ିଆ ଯବାନ ନାରାୟଣ ବେହେରାଙ୍କୁ ଏଲ୍ଓସିରୁ ଏୟାରଲିଫ୍ଟ ସତ୍ୱେ ସେ ଠିକ୍ ସମୟରେ ଘରେ ପହଞ୍ଚି ପାରିନାହାନ୍ତି। ଏଥିଯୋଗୁଁ ତାଙ୍କର ବାହାଘର ଘୁଞ୍ଚାଇ ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ମାର୍ଥାପୁର ପଞ୍ଚାୟତ ଆଦିପୁରାରେ ତାଙ୍କର ଘର ଗତକାଲି ତାଙ୍କର ବାହାଘର ହୋଇଥାନ୍ତା। ତେବେ ବର୍ତ୍ତମାନ ସୁଦ୍ଧା ଘରେ ପହଂଚି ପାରିନାହାନ୍ତି।

Advertisment

ସେ ଘରକୁ ଫେରୁଥିବାରୁ ପରିବାର ଲୋକେ ତାଙ୍କର ବାହାଘର ଆସନ୍ତା ୨ ତାରିଖକୁ ଘୁଂଚାଇ ଦେଇଛନ୍ତି। ପୂର୍ବରୁ ତାଙ୍କର ବାହାଘର ୨୮ ତାରିଖରେ ହେବାକୁ ଥିବାବେଳେ ସେ ଗତ ୯ ତାରିଖରେ ଛୁଟି ଆବେଦନ କରିଥିଲେ।

ତେବେ ଏଲ୍ଓସିରେ ବରଫପାତ ଯୋଗୁ ସେ କ୍ୟାମ୍ପକୁ ଠିକ୍ ସମୟରେ ଫେରିପାରିନଥିଲେ। ତାଙ୍କୁ ଏଥିପାଇଁ ଛୁଟି ମଧ୍ୟ ମିଳିପାରିନଥିଲା। ତେବେ ଏଥିପାଇଁ ପରିବାର ଲୋକଙ୍କ ମନରେ ତିଳେ ବି ଦୁଃଖ ନାହିଁ। ଯବାନ ଭାବେ କାମ କରୁଥିବାରୁ ଦାୟିତ୍ୱ ପ୍ରଥମ ବୋଲି କହିଛନ୍ତି ତାଙ୍କ ପରିବାର ଲୋକେ। ବିଏସ୍ଏଫ୍‌ରେ କାମ କରିବା ସହ ଦେଶସେବା କରୁଥିବାରୁ ପୁଅ ପାଇଁ ଗର୍ବିତ ବୋଲି କହିଛନ୍ତି ନାରାୟଣଙ୍କ ପରିବାର ଲୋକେ। 

Advertisment
Jawan Marriage
Advertisment
Advertisment