• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

ବୟସର ଅପରାହ୍ନରେ ବୁଢ଼ା ବାପାକୁ ମାଡମାରି ପାଇଖାନାରେ ଯେତେବେଳେ ପୁଅ ବୋହୂ ଛାଡ଼ି ଆସିବେ ଆଉ କହିବେ ତୁ ଏଇଠି ରହ। ସେ ସମୟରେ ଏ ବୁଢା ବାପା ଆଉ କହିବବା କଣ ? ହଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ଗାଁରେ ।

ଏକ ଭଙ୍ଗାଦଦରା ପାଇଖାନା ଭିତରେ ବୁଢା ବାପାଟାକୁ ଫୋପାଡ଼ି ଦେଇଛନ୍ତି ପୁଅ ବୋହୂ । ପୁଅ ଛୋଟ ଥିଲା ବେଳେ କେତେ ପରିଶ୍ରମ କରି ତାକୁ ମଣିଷ କରିଥିଲା ବାପା । ଆଉ ତାର ପରିଣାମ ସ୍ୱରୂପ ଆଜି ପାଇଖାନା ଭିତରେ ଜୀବନ କାଟିବାକୁ ବାଧ୍ୟ ହେଉଛି ସେହି ବୁଢା ବାପା ।

 

ବୃଦ୍ଧ ଜଣକ ହେଉଛନ୍ତି ମାଗୁଣି ସେଠୀ । ବୟସ ପାଖାପାଖି ୯୫ ବର୍ଷ ହେବ l କାନକୁ ଆଉ ଶୁଭୁନି । ହେଲେ ନିଜ ମନକଥାକୁ ଖାତା କଲମରେ ଲେଖି ଦେଉଛନ୍ତି ମାଗୁଣୀ । ମାଗୁଣିଙ୍କର ୨ ପୁଅ ଓ ୩ ଝିଅଙ୍କ ସହିତ ତାଙ୍କର ସହଧର୍ମିଣୀ ବି ଅଛନ୍ତି । କଠିନ ପରିଶ୍ରମ କରି ୩ ଝିଅ ଓ ୨ ପୁଅଙ୍କୁ ପାଠ ପଢ଼ାଇ ମଣିଷ କରିବା ପରେ ସେମାନଙ୍କୁ ବିବାହ କରାଇଥିଲେ ।

ଆଶା ଥିଲା ବୁଢା ବୟସରେ ନାତିନାତୁଣୀଙ୍କ ସହ ସମୟ ଅତିବାହିତ କରିବେ ଓ ପୁଅ ବୋହୂଙ୍କ ସେବା ପାଇବେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ମାଗୁଣୀ, ସାନ ପୁଅ ପାଖରେ ରହୁଥିବା ବେଳେ ତାଙ୍କ ସହ ଧର୍ମିଣୀ ବଡ଼ ପୁଅ ପାଖରେ ରହୁଥିଲେ । କିନ୍ତୁ ହଠାତ୍‌ ଅଧରାତିରେ ଏଇ ପାଇଖାନା ଭିତରେ ମାଗୁଣୀଙ୍କୁ ଆଣି ଛାଡ଼ି ଦେଇଥିଲା ସାନ ପୁଅ । ଭୋକ ଉପାସରେ ପଡ଼ିଥିବା ମାଗୁଣୀଙ୍କୁ ପରିବାର ଲୋକ ପଚାରୁନଥିବାରୁ ଗାଁ ଲୋକେ ତାଙ୍କୁ ପାଳି କରି ଖାଇବାକୁ ଦେଉଛନ୍ତି ।

ଭଙ୍ଗା ଦଦରା ପାଇଖାନା ଘରେ ଏଇ ବୟସରେ ମାଗୁଣୀ କେମିତି ରହିବେ ବୋଲି ଭାବି ଗାଁ ଲୋକ ବାଉଁଶ ଦେଇ ଏକ ଘର ପ୍ରସ୍ତୁତ କରିଛନ୍ତି । ବାରମ୍ବାର ଗାଁ ଲୋକଙ୍କ ଅନୁରୋଧ ପରେ ବି ପୁଅ ବୋହୂ ମାଗୁଣୀଙ୍କୁ ଘରକୁ ନେଉ ନାହାନ୍ତି କି ତାଙ୍କ କଥା ବୁଝୁନାହାନ୍ତି । ତେବେ ଭଗବାନ ଏମିତି ପୁଅ କାହାକୁ ନ ଦିଅନ୍ତୁ ବୋଲି ଗ୍ରାମବାସୀ କହୁଛନ୍ତି ।