ଜୀବନକୁ ଭରପୁର ଉପଭୋଗ କରୁଥିବା ଲିପିକାଙ୍କ ଜୀବନ କାହାଣୀ ଅଧାରେ ଅଟକିଗଲା। ଭରା ଯୌବନରେ ମୁକ୍ତ ପକ୍ଷୀଟିଏ ପରି ଉଡ଼ିବୁଲୁଥିବା ଲିପିକା ଜୀବନର ସ୍ୱପ୍ନ ଦେଖିଲା ବେଳକୁ କୁଆଡ଼ୁ ଆସିଲା ଏ ସୈତାନ ?
ଉପାନ୍ତ ଆଦିବାସୀ ଇଲାକାକୁ ଗମନାଗମନର ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନାରେ ବ୍ରିଜ ନିର୍ମାଣ କରୁଛନ୍ତି । ଏ ନେଇ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ବ୍ରିଜ ନିର୍ମାଣ କାର୍ଯ୍ୟ । କିନ୍ତୁ କିଭଳି ହେଉଛି, ସେ ନେଇ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ତଦାରଖ କରୁନଥିବା ଅଭିଯୋଗ ହେଉଛି ।
ଜଗନ୍ନାଥଙ୍କ ସଂପତ୍ତିକୁ ଭୋଗ ଦଖଲ କରୁଥିବା ସେବାୟତଙ୍କ ନାଁରେ କରିବା ଲାଗି ଦାବି । ତେବେ ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲ୍ୟାଣ୍ଡ ସବ୍ କମିଟି ଗଠନ ହୋଇଥିଲେ ବି ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି। ଆଜି ଭୋର୍ରେ ଚର୍ଚ୍ଚିତ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିଲେ।
ହାତରେ ମାଇକ୍ ନାହିଁ, ଅଛି ଗୋଟିଏ ପ୍ଲାଷ୍ଟିକ୍ ବୋତଲ। ସେଇଆଉ ମାଇକ୍ ପରି ଧରି ସ୍କୁଲ ହତାରେ ବୁଲି ବୁଲି ଗପୁଛି ଟିଭି ରିପୋର୍ଟ ପରି। କୁନି ପିଲାଟିଏ, ଏବେ ସାରା ଦେଶରେ ଭାଇରାଲ୍। ନିଜ ସ୍କୁଲର ଗୁମର ସେ କେମିତି ଖୋଲିଛି ଦେଖନ୍ତୁ
ସୋନପୁର ଜିଲ୍ଲାର ଦୃଷ୍ଟିବାଧିକ କଳାକାର ପ୍ରେମାନନ୍ଦଙ୍କୁ ତାଙ୍କ ଜୀବନ ସାଥୀ ମିଳିଯାଇଛି। ଦିନେ ଘର ଆଉ ଘରଣୀ ପାଇଁ ପ୍ରେମାନନ୍ଦ ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ... ଆଉ ଆଜି ପ୍ରେମାନନ୍ଦଙ୍କ ବାହାଘର ଠିକ୍ ହୋଇଯାଇଛି... ଏବେ ତାଙ୍କ ଖୁସି କହିଲେ ନ ସରେ।
ହଇରେ ନାରଣ ଢଳେଇରେ ପିଚୁ ବେଶି ତରଳି ଗଲା କି? ନାଁ ଏ ବାବୁଙ୍କ ପକେଟ ଟିକେ ବେଶି ଗରମ ହେଇଗଲା? ରାସ୍ତା କାହିଁକି ଖରାପ ହେଲା ପଚାରିଲାରୁ ଏ ମହାସୟ କଣ ପ୍ରବଚନ ଦେଲେଣି?
ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର CBI କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି।
ବିଜ୍ଞାନ ଯେତେ ଆଗକୁ ଗଲେ ବି ଜଣଙ୍କ ମନ କଥା ଜାଣିବାରେ ବିଫଳ। କିନ୍ତୁ ଏମିତି ଏକ ଥେରାପି ଅଛି ଯାହା ନିଜ ଅତୀତକୁ ମନେପକେଇ ଦେବ ଆଉ ବର୍ତ୍ତମାନକୁ କରିଦେବ ପରିବର୍ତ୍ତନ। ଆସନ୍ତୁ ଜାଣିବା ସେହି ରାଜ୍ ବିଷୟରେ।
ଜାଣିଲେଣି କି ମଦ ଜୋତା ବିଷୟରେ? ଏକ ବିୟର କମ୍ପାନୀ ଏହାକୁ ପ୍ରସ୍ତୁତ କରୁଛି। ଏହା ଏମିତି ଜୋତା ଯେଉଁଥିରେ ମଦ ଭରି ଯେକୌଣସି ଜାଗାକୁ ବି ନେଇ ହେବ।
ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍ଠୋକ୍ କହିଦେଇଛନ୍ତି।
୪ ମହଲାରୁ ୪ ବର୍ଷର ଛୁଆକୁ ଠେଲିଦେଲା ମାଆ, ହେଲେ ନିଜେ ବଞ୍ଚିଗଲା...
ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିବା ମାଓନେତାଙ୍କ ପରିବର୍ତ୍ତନ ସ୍ୱାଗତଯୋଗ୍ୟ । ତାଙ୍କୁ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମିକୀରେ ପାଲଟିଯାଇଛନ୍ତି।
ବୋଲବମ୍ ପାଣି ନେଇ ପୁରୀ ଆସିଥିଲେ ବାପା, ହେଲେ ଅସ୍ଥି ପାଲଟିଗଲେ...
ଶ୍ୱଶୁର ସାମ୍ନାରେ ସଜେଇ ହେଉଛି ବୋହୂ...ଆଲୋ ଆଲୋ...ତୁ କିଏଲୋ? ମୁଁ ଭାରି ସୁନ୍ଦରୀ। ସେଇଥି ପାଇଁ ମତେ ଚଷମା ବି ଭାରି ମାନେ। ମୋର କଣ ଜିନିଷ ନାହିଁ ଯେ ମୁଁ ତା’ ସହିତ ବାଦ ଲଗାଇବି?
ଦିନେ ସେ କୁଖ୍ୟାତ ମାଓବାଦୀ ଥିଲେ। ରାତି ରାତି ଜଙ୍ଗଲରେ ବୁଲୁଥିଲେ। ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିଲେ। ହେଲେ ଏବେ ତାଙ୍କ ପରିବର୍ତ୍ତନ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମୀକିରେ ପାଲଟିଯାଇଛନ୍ତି। ମାଲକାନାଗିରରୁ ଚାଲନ୍ତୁ ଦେଖିବା ଏ କାହାଣୀ
ପ୍ରେମାନନ୍ଦ କେବଳ ଗୀତ ଗାଇ ପାରନ୍ତିନି, ବିଭିନ୍ନ ସିନେ କଳାକାରଙ୍କ ଡାଇଲଗକୁ ମଧ୍ୟ ଅବିକଳ ନକଲ କରିପାରନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱରକୁ ନକଲ କରିବାରେ ସେ ବେଶ୍ ମାହିର।
ଟହ୍ୟାଲେ..କେମିତି ଲାଗୁଛି ଫଟୋ? ଏ ଫଟୋଟା ତୋ ପରିବାରରୁ ମୁଁ ଗିଫ୍ଟ ଦେବି। ବାସ୍ ୟୁଟ୍ୟୁବରେ ଅପଲୋଡ୍ ହେଲେ ସମସ୍ତେ ଦେଖିବେ। ମୋବାଇଲରୁ କଂଟାକ୍ଟ ଡିଟେଲ୍ସ ନେବା ପରେ ଏମିତି ଫୋନ୍ କରି କହିଲେ ସାଇବର ଲୁଟେରା। ଦେଖନ୍ତୁ ଏହା ପରେ ହେଲା କଣ?
ଘୋଡ଼ାଟି ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥାରେ। ତା’ ପଛ ଗୋଡ଼ରେ ଏକ ଘା’ ହୋଇଯାଇଛି। ଫଳରେ ଘୋଡ଼ାଟି ଆଉ ଚାଲିବା ପାଇଁ ସକ୍ଷମ ନାହିଁ।
୪ ମାସ ହେଲାଣି ଦିବ୍ୟାଙ୍ଗଙ୍କ ଚାଉଳ ଖାଉଛନ୍ତି ଡିଲର ବାବୁ। ଗୁହାରି କରିବା ପରେ ଦେଖାଉଛନ୍ତି ନାଲିଆଖି। କହୁଛନ୍ତି ମୋର ଉପର ଲେବୁଲରେ ବହୁତ ଚିହ୍ନା। କାହାକୁ ଅଭିଯୋଗ କରିବୁ କହ...ଏପଟେ ଦିବ୍ୟାଙ୍ଗ ହୋଇଥିବାରୁ କେତେବେଳେ ଖାଉଛନ୍ତି ତ ପୁଣି କେତେବେଳେ ଉପାସରେ ରହୁଛନ୍ତି ସ୍ୱାମୀ-ସ୍ତ୍ରୀ...
ସୁନା ପୁଅଟିଏ...ବାପା ମାଆ ଯାହା କୁହନ୍ତି ତାହାକୁ ଅକ୍ଷରେ ଅକ୍ଷରେ ସେ ମାନନ୍ତି। ବେଶ୍ ଭଲ ପାଠ ବି ପଢନ୍ତି। ହେଲେ ସେଇ ସୁନା ପୁଅ ଏବେ ରୋଗରେ ପଡ଼ିଛି। ପାର୍ଥଙ୍କୁ ଭଲ କରିବା ପାଇଁ ମାଆ କାନ୍ଦୁଛି ତ ଆଇ କାନ୍ଦୁଛି...ଆଉ ପୁଅର କଷ୍ଟ ଦେଖି ବାପା ପୂରା ଚୁପ୍। ବ୍ରେନ, ଆଖି ଓ କିଡନୀରେ ଟ୍ୟୁମର ହେବାରୁ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି ସୁନା ପୁଅ।
ପତ୍ନୀର ମାନ୍ୟତା ଦାବି ନେଇ ଦେଢ ବର୍ଷର ଶିଶୁକୁ ଧରି ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଜଣେ ମହିଳା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏହି ଘଟଣା ଘଟିଛି।
ସିବିଆଇ ନୋଟିସ୍ ପରେ ଆଜି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।
ରାଷ୍ଟ୍ରପତି ହେବା ପରେ ରେକର୍ଡ କଲେ ମାଡାମ୍ ଦ୍ରୌପଦୀ ମୁର୍ମୁ। ମାତ୍ର ୬ ଦିନରେ ତାଙ୍କୁ ଫେସବୁକ୍ରେ ଫଲୋ କଲେ ୬ ମିଲିୟନ୍ ୟୁଜର୍ସ...ସାରା ଦେଶରେ ଏହାକୁ ନେଇ ବଢିଲା ଚର୍ଚ୍ଚା
୧୫ ଗୁଣ୍ଠ ଜମିରେ ପରିଶ୍ରମ କରି ଫଳାଇଛନ୍ତି ଗୁଆ। ଏତେ ମାତ୍ରାରେ ଫଳ ଫଳୁଛି ଯେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି। ଗୁଆ ଚାଷ କରି ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା...ଦେଖନ୍ତୁ ଏଇ ଭିଡ଼ିଓ