Advertisment

ଘଣ୍ଟା ଘଣ୍ଟା ଧରି ଜେରା ପରେ ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି। ଆଜି ଭୋର୍‌ରେ ଚର୍ଚ୍ଚିତ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Industrialist Mahima Mishra's son Charchit arrested by CBI

Industrialist Mahima Mishra's son Charchit arrested by CBI

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି। ପଚରାଉଚରା CBI ଚର୍ଚ୍ଚିତଙ୍କୁ ଗିରଫ କରିଛି। ଆଜି ଭୋର୍‌ରେ ଚର୍ଚ୍ଚିତ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିଲେ। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି।

Advertisment

ଲାଞ୍ଚ କାରବାର ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସିବିଆଇ ଘାଣ୍ଟୁଛି। ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ସିବିଆଇ ସେମାନଙ୍କୁ ଘନ ଘନ ଜେରା କରୁଛି। ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ଡିଜିଏମ୍ ସୂର୍ଯ୍ୟ ସାହୁଙ୍କୁ ସିବିଆଇ ରିମାଣ୍ଡରେ ନେଇଛି। ଏମାନଙ୍କଠାରୁ ସିବିଆଇ ୬୦ ଲକ୍ଷ ଟଙ୍କାର ଗୁମର ଓଗାଳିବ।

ଲାଞ୍ଚ ନେଇ କାର୍ଗୋ ଅପରେଟ କରୁଥିବା ସଂସ୍ଥାକୁ ସରୋଜ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପାରାଦୀପ ବନ୍ଦରକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ପ୍ରାୟ ୬୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବାର ଅଭିଯୋଗ ହୋଇଛି। ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତି ହେଲେ KCT ଗ୍ରୁପ୍ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ ମିତ୍ର। ମହିମା ମିଶ୍ର ଓ ତାଙ୍କର ଆଉ ଜଣେ ପୁଅ ଚନ୍ଦନ ମିଶ୍ରଙ୍କୁ ମଧ୍ୟ ସିବିଆଇ ଜେରା କରିଛି।

Advertisment
CBI Raid Mahima Mishra OSL Office Industrialist Mahima Mishra Charchit Mishra
Advertisment
Advertisment