Advertisment

ଲାଞ୍ଚ ଘୋଟାଲା: ଜାଣନ୍ତୁ, ପୁରା ଘଟଣାକ୍ରମ...କେମିତି ଛନ୍ଦି ହେଲେ ମହିମା ମିଶ୍ର ଓ ତାଙ୍କ ପୁଅ

ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ପୁଣି CBIରେ ହାଜର ହୋଇଛନ୍ତି। ପୁଣି ଥରେ ତାଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଉଭୟ ବାପା ପୁଅଙ୍କୁ ସିବିଆଇ ଜେରା କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bribery Case: Industrialist Mahima Mishra And His Son Under CBI Scanner

Bribery Case: Industrialist Mahima Mishra And His Son Under CBI Scanner

ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ପୁଣି CBIରେ ହାଜର ହୋଇଛନ୍ତି। ପୁଣି ଥରେ ତାଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଉଭୟ ବାପା ପୁଅଙ୍କୁ ସିବିଆଇ ଜେରା କରୁଛି। ସେପଟେ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ସିବିଆଇ ଗିରଫ କରିଛି। କନଭେୟର ବେଲ୍ଟ ମରାମତି ନାଁରେ ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଚର୍ଚ୍ଚିତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଚର୍ଚ୍ଚିତ ସିବିଆଇରେ ହାଜର ହୋଇଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରାଯାଇଥିଲା।

Advertisment

ଜାଣନ୍ତୁ, କ’ଣ ଏହି ଲାଞ୍ଚ କାରବାର ମାମଲାର ପୁରା ଘଟଣାକ୍ରମ...

ପାରାଦୀପ ବନ୍ଦରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇବା ଲାଗି ବନ୍ଦରର ମୁଖ୍ୟ ଯନ୍ତ୍ରୀ ସରୋଜ ଦାସ ତାଙ୍କ ସହଯୋଗୀ ସୁମନ୍ତଙ୍କ ମାଧ୍ୟମରେ ଲାଞ୍ଚ ଦାବି କରୁଥିବା ଓ ନେଉଥିବା ନେଇ ସୂଚନା ମିଳିଥିଲା। ଏହାର ତଦନ୍ତ ପରେ ଜଣାପଡ଼ିଥିଲା ଯେ, ସରୋଜ ବନ୍ଦରରେ ନିୟୋଜିତ ଓଡ଼ିଶା ଷ୍ଟିଭେଡର୍ସ ପ୍ରାଇଭେଟ୍ ଲିମିଟେଡ କଂପାନୀକୁ ଅନୁକମ୍ପା ଦେଖାଇ ମାଲ୍ ପରିବହନରେ ସହଯୋଗ କରିଛନ୍ତି।

ସେହିପରି ସୁମନ୍ତ ରାଉତ ବନ୍ଦରରେ ନିୟୋଜିତ କେସିଟି ଗ୍ରୁପର ଅଧିକାରୀ ଶଙ୍ଖଶୁଭ୍ର ମିତ୍ର ଓ ଦେବପ୍ରିୟ ମହାନ୍ତିଙ୍କ ସହ ସମ୍ପର୍କରେ ରହି ଆସିଥିଲେ। ଏପରିକି ସୁମନ୍ତ ଉଭୟ ଶଙ୍ଖଶୁଭ୍ର ଓ ସରୋଜ ଦାସଙ୍କ ମଧ୍ୟରେ ମଧ୍ୟସ୍ଥ ଭାବେ କାମ କରିଥିଲେ। ଘଟଣାରୁ ଆହୁରି ଜଣାପଡ଼ିଥିଲା ଯେ, ବନ୍ଦରରେ ଥିବା କନଭେୟର ବେଲ୍ଟଟି ଓଏସ୍ଏଲ୍ କମ୍ପାନୀର ମାଲ୍ ଅନଲୋଡିଂ ବେଳେ ଅଚଳ ହୋଇ ଯାଇଥିଲା। ଏହାର ମରାମତି ଲାଗି ଓଏସ୍ଏଲ୍‌କୁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା। ହେଲେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଶଙ୍ଖଶୁଭ ମିତ୍ର, ସୁମନ୍ତ ରାଉତ ଓ ଚର୍ଚ୍ଚିତ ମିଶ୍ର ମିଳିତ ଭାବେ ଯୋଜନା କରି ବନ୍ଦରର ଟଙ୍କାରେ ଏହାକୁ ମରାମତି କରାଇ ଦେଇଥିଲେ।

Advertisment

ତେବେ ଏତେବଡ଼ ଆର୍ଥିକ ସହଯୋଗ ପାଇଁ ସରୋଜ, ସୁମନ୍ତଙ୍କ ମାଧ୍ୟମରେ ଓଏସ୍ଏଲ୍ ନିକଟରୁ ୬୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଲାଞ୍ଚ ଟଙ୍କା କଟକରେ ପ୍ରଦାନ କରାଯିବ ବୋଲି ଓଏସ୍ଏଲ୍ ପକ୍ଷରୁ ଜଣାଇ ଦିଆଯାଇଥିଲା। ଏହାପରେ ଟଙ୍କା ରେଡି ଅଛି ଆସି ନେବାକୁ ଅଗଷ୍ଟ ୩ ତାରିଖରେ ଓଏସ୍ଏଲ୍ ପକ୍ଷରୁ ସୁମନ୍ତଙ୍କୁ କୁହାଯାଇଥିଲା। ଏହାପରେ ସୁମନ୍ତ ପହଞ୍ଚି ୨୫ ଲକ୍ଷ ଟଙ୍କା ନେଇଥିଲେ। ସେଠାରୁ ଭୁବନେଶ୍ୱର ଯାଇ ନିଜ ପାଖରେ ୧୦ ଲକ୍ଷ ଟଙ୍କା ରଖିଥିଲେ। ଆଉ ୧୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ସରୋଜ ଭୁବନେଶ୍ୱରରେ ଯାହା ପାଖରୁ ଜମି କିଣିଥିଲେ ତାଙ୍କୁ ଦେଇଥିଲେ। ଏହାପରେ ସୁମନ୍ତ ପାରାଦୀପ ଫେରି ଆସିଥିଲେ। ଏନେଇ ସିବିଆଇ ପକ୍ଷରୁ ଅଗଷ୍ଟ ୩ରେ ମାମଲା ରୁଜୁ କରାଯାଇଥିଲା। ଏଥିରେ ସରୋଜ ଦାସ, ସୁମନ୍ତ ରାଉତ, ଶଙ୍ଖଶୁଭ ମିତ୍ର, ଦେବପ୍ରିୟ ମିତ୍ର, ଚର୍ଚ୍ଚିତ ମିଶ୍ର, ସୂର୍ଯ୍ୟ ନାରାୟଣ ସାହୁ ଓ ଓଏସ୍ଏଲ୍ କମ୍ପାନୀକୁ ପକ୍ଷ କରାଯାଇଥିଲା। 

ଅନ୍ୟପକ୍ଷରେ, ଏହି ଲାଞ୍ଚ କାରବାର ମାମଲାରେ ସିବିଆଇ କାଲିଠାରୁ ୪ ଜଣଙ୍କୁ ଗିରଫ କରିଛି। ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ଡିଜିଏମ୍ ସୂର୍ଯ୍ୟ ସାହୁ ଓ KCT ଗ୍ରୁପ୍ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ ମିତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି। ଆଜି ସକାଳେ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରାଯାଇଛି। ସିବିଆଇ ଏମାନଙ୍କ ମଧ୍ୟରୁ ସରୋଜ, ସୁମନ୍ତ ଓ ସୂର୍ଯ୍ୟଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି। 

CBI Raid Mahima Mishra Industrialist Mahima Mishra Mahima Mishra Son
Advertisment
Advertisment